STORYMIRROR

Mamatamanjari Das

Others

4  

Mamatamanjari Das

Others

ମୁଖା

ମୁଖା

2 mins
522


ଘରର ସମସ୍ତ କାର୍ଯ୍ୟ ସମାପନ ପରେ ଅଳସ ଶରୀରଟିକୁ ନେଇ ସୋଫା ଉପରେ ବସି ପଡିଲେ ମିତା ଦେବୀ। ଫୋନ୍ ଟିକୁ ଚାର୍ଯରରୁ କାଢ଼ି ଟିକେ ମେସେଞ୍ଜର ଉପରେ ଆଖି ବୁଲାଉ ବୁଲାଉ ହଠାତ୍ ରାଜୁ ପଠାଇ ଥିବା ଭିଡିଓଟି ଦେଖି ଉତ୍ସାହର ସହ ତାକୁ କ୍ଲିକ କରିଦେଲେ । ଆଜକୁ ତିନି ବର୍ଷ ହୋଇ ଗଲାଣି ତାଙ୍କର ଫେସବୁକରେ ।ପୁଅ ଚାଲିଗଲା ପରେ ସେ ଏଇ ଫେସବୁକରୁ ପାଇଛନ୍ତି କେତେକ ପୁଅ ,ଝିଅ, ବନ୍ଧୁ,ବାନ୍ଧବୀ ଆଉ କିଛି ସାନ ଭାଇ ଓ ନମସ୍ୟ ବଡ ଭାଇଙ୍କୁ । ରାଜୁ ସେଇ ମାନଙ୍କ ଭିତରୁ ଜଣେ । ବେଳେ ବେଳେ ତା ସହ ଫୋନ୍ ରେ ବି କଥା ହୋଇଛନ୍ତି। ଭଲ ଲାଗେ ତାର ବ୍ୟବହାର । ଫୋନ୍ ଟିକୁ କାନରେ ଦେବାକ୍ଷଣି ସେପଟୁ ଭାସି ଆସେ ମଧୁର କଣ୍ଠରେ ଜୟ ଜଗନ୍ନାଥ ନାନୀ । ଅଭିମାନରେ ମନ୍ଦିର ସିନା ଯାଆନ୍ତି ନାହିଁ ହେଲେ ସେଇ ଶଦ୍ଦଟି କାନରେ ବାଜିଗଲେ ଖୁସି ଲାଗେ ମିତା ଦେବୀଙ୍କୁ।


              ଆଜି ଯେତେବେଳେ ଭିଡିଓଟି ଦେଖିଲେ ଖୁସି ହୋଇ ସେ କ୍ଲିକ କରିଦେଲେ ଦେଖବା ପାଇଁ। ହେଲେ ଏ କଣ ?? ଏ ତ ଗୋଟେ ନଗ୍ନ ଭିଡିଓ । ପାଦତଳୁ ମାଟି ଖସି ଯାଉଥିଲା ଯେପରି । ଯାହାକୁ ସେ ନିଜର ସାନଭାଇ ପରି ଦେଖି ଆସୁଥିଲେ ତା ମନରେ ଏପରି କୁତ୍ସିତ ଭାବନାକୁ ସହଜରେ ଗ୍ରହଣ କରିପାରୁନଥିଲେ ମିତା ଦେବୀ । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଏପରି ମୁଖା ପିନ୍ଧା ଲୋକଙ୍କୁ ସେ କି ଜବାବ ଦେବେ ଭାବି ପାରୁ ନଥିଲେ । ବ୍ଲକ କରି ଦେବେ କି ??ଏତିକି ବେଳେ ମନେ ପଡିଥିଲା ବାପାଙ୍କ କଥା । ବାପା ସବୁବେଳେ କୁହନ୍ତି" ପାପକୁ ଘୃଣା କର ପାପୀଙ୍କୁ ନୁହେଁ"। ମିତା ଦେବୀ ତାହାହିଁ କଲେ। କେବଳ ଗୋଟିଏ ମେସେଜ ରାଜୁକୁ ଦେଇଥିଲେ ଯେ "ତୁମର ଭାଇ ହେବାର ଯୋଗ୍ୟତା ନାହିଁ।ଭାଇ ଭଉଣୀଙ୍କର ଯେଉଁ ପବିତ୍ର ସମ୍ପର୍କ ତୁମପରି ମୁଖା ପିନ୍ଧା ଲୋକ ତାକୁ ରଖିପାରିବେ ନାହିଁ।ତେଣୁ ଦୟାକରି ମୋତେ କେବେ ଆଉ ମେସେଜ କରିବ ନାହିଁ । ସେବେଠାରୁ ସେ ଆଉ କେବେ ରାଜୁର ମେସେଜ ପଢି ନାହାନ୍ତି କି ତାକୁ ବ୍ଲକ ବି କରିନାହାନ୍ତି..... ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍