Kamal Kumar Dash

Others

2.6  

Kamal Kumar Dash

Others

ମୃତ୍ୟୁ ର ଦୂତ କଦଳୀ କାନ୍ଧି

ମୃତ୍ୟୁ ର ଦୂତ କଦଳୀ କାନ୍ଧି

2 mins
504


ମୃତ୍ୟୁର ଦୂତ କଦଳୀ କାନ୍ଧି

କିଛି ଲୋକ କଦଳୀ କାନ୍ଧି କୁ ସ୍ୱଭାଗ୍ୟ ର ପ୍ରତୀକ ଭାବିଲା ବେଳେ କିଛି ଲୋକ ବଦଳି ର କାରଣ ବି ମାନନ୍ତି | ମୁଁ ଏ ସବୁ ଥିରେ ବିଶ୍ୱାସ କରେନି | ଆମ ଘର ପଛ ବାଡ଼ିରେ କିଛି କଦଳୀ ଗଛ ଲଗାଇ ଥିଲି | ତା ପରେ ମତେ ଚାକିରୀ ମିଳିଗଲା ଓ ଘର ଛାଡିବାକୁ ପଡିଲା | ବିଶ୍ୱାସ ନକଲେ ବି ଏହାର ଉତ୍ତର ମୁଁ ଏବେଯାଏଁ ପାଇନି |

ସେ କଥାଟି ହେଲା ଏପରି |2012ରେ ମୁଁ ଗୋଟେ ଭଡ଼ାଘରେ ରହୁଥିଲି ଓ ତାର ବାଡ଼ିରେ ଗୋଟେ କଦଳୀ ଗଛ ଥିଲା | ଆମେ ସେ ଘରେ ରହିବାର ପ୍ରାୟ 6 ମାସ ପରେ ସେ ଗଛରେ କଦଳୀ କାନ୍ଧି ପଡିଲା | କାନ୍ଧି ପଡ଼ିବାର ଅଳ୍ପ ଦିନ ପରେ ଶଶୁର କଂର ଦେହ ଖରାପ ହେଲା ଓ ସେ ହସ୍ପିଟାଲରେ ଆଡମିଟ ହେଲେ | କିଛି ଦିନ ଘର ଓ ହସ୍ପିଟାଲ ହେଲା ପରେ ଦିନେ ସେ ଆମକୁ ଛାଡି ଚାଲିଗଲେ |ସେ ଯିବା ବେଳକୁ କଦଳୀ ପାଚୁଥିଲା | ତା ପର ବର୍ଷ 2013 ରେ ଫୁଣି କଦଳୀ କାନ୍ଧି ପଡିଲା ଓ କିଛି ଦିନ ଭିତରେ ମୋ ବୋଉ ର ଦେହ ଖରାପ ହେଲା ,ସେ ହସ୍ପିଟାଲ ରେ 4 ମାସ ରହିଲା ପରେ ଘରକୁ ଆସିଲା ମାତ୍ର 2 ଦିନ ପରେ ତାକୁ ବ୍ରେନ ଷ୍ଟ୍ରୋକ ହୋଇଗଲା ସେ କୋମାକୁ ଚାଲିଗଲା ଓ 2016ରେ ଆମକୁ ଛାଡି ଚାଲିଗଲା | ମୁଁ ସେ ଗଛ କାଟିବାକୁ ଚାହିଁଲି ,ହେଲେ ମାଲିକ ମନା କଲେ | ତା ପର ବର୍ଷ 2014ରେ ଫୁଣି ଠାରେ କଦଳୀ କାନ୍ଧି ପଡିଲା ଓ ମୋର ବାପା କଂର ଦେହ ଅଚାନକ ଖରାପହେଲା ସେ ଆଇସିୟୁ ରେ ଦଶଦିନ ରହି ଚାଲିଗଲେ |

ମୁଁ ଏ ସବୁରେ ବିଶ୍ୱାସ ନ କଲେ ବି ,ଏପରି କାହିଁକି ହେଉଛି ବୋଲି ଭାବୁଥିଲି | ତା ପରେ 2015 ମୁଁ ଘର ବଦଳାଇଦେଲି | ପରେ ଜାଣିଲି ଯେ ସେ ଘରେ ବି ଗୋଟେ କଦଳୀ ଗଛ ଅଛି | ଏ ଘରଟି ଦି ମହଲା ବିଶିଷ୍ଟ ଥିଲା ଓ ଆମେ ଉପର ମହଲା ରେ ରହୁଥିଲୁ ଓ ତଳ ଘରେ ଆଉ ଜଣେ ସାଙ୍ଗ ରହୁଥିଲେ | ମନେ ମନେ ଭାବିଲି ଆମରତ କେହି ବୁଢା ବୁଢ଼ୀ ନାହାନ୍ତି କଦଳୀ ଗଛ କଣ କରିବ ? କିଛି ଦିନ ଚାଲି ଗଲା 2017ରେ ଗୋଟେ କଦଳୀ କାନ୍ଧି ପଡିଲା ମୁଁ ଓ ମୋ ଶ୍ରୀମତୀ ସେ ବିଷୟରେ ଭାବୁଥିଲୁ ଓ ଭଗବାନଙ୍କୁ ପାର୍ଥନା କରୁଥିଲୁକି କାହାର କିଛି ନ ହେଉ | ତଳ ଘର ଭଡାଟିଆଙ୍କ ବାପାଙ୍କର ହାର୍ଟ ଆଟାକ ହେଲା | ସେ କଳିଙ୍ଗ ହସ୍ପିଟାଲ ରେ କିଛି ଦିନ ରହି ଘରକୁ ଫେରିଲେ ଓ ସୁସ୍ଥ ହୋଇ ଗାଁକୁ ଗଲେ |ମୁଁ କହିଲି ଭଗବାନ ଆମର ପାର୍ଥନା ଶୁଣିଲେ | 2018 ର ଶେଷ ଆଡ଼କୁ ଫୁଣି ଗୋଟେ କାନ୍ଧି ପଡିଲା | ମୋର ସେ ଆଡ଼କୁ ଏତେ ଧ୍ୟାନ ନଥାଏ ହେଲେ ଶ୍ରୀମତୀ ଟିକେ ଡରିଯାଇଥିଲେ | କଦଳୀ ପାଚି ଆସିଲା ବେଳକୁ ତଳ ଘର ମାଡାମଙ୍କର ବୋଉଙ୍କର ହାର୍ଟ ଆଟାକ ହେଲା ଓ ସେ ଚାଲିଗଲେ | ମୋର ଜମା ବିଶ୍ୱାସ ହେଉନଥିଲା କାରଣ ସେ 2ଦିନ ତଳେ ସେ ଏଠା କୁ ଆସିଥିଲେ ଓ ତାଙ୍କର ବୟସ ବେଶୀ ହୋଇନଥିଲା |


Rate this content
Log in