Trushna Das

Children Stories Drama Fantasy

4.7  

Trushna Das

Children Stories Drama Fantasy

ମୋଟୁ-ପତଲୁ

ମୋଟୁ-ପତଲୁ

3 mins
595


ମୋଟୁ, ପତଲୁ, ଘଷିତାରାମ, ଡକ୍ଟର ଝଟକା, ବକ୍ସର ସବୁ ଗୋଟିଏ ଜାଗାକୁ ବଣଭୋଜି ପାଇଁ ଯାଇ ଥିଲେ।ସେଥାରେ ସୁନ୍ଦର ନଦୀଟିଏ ବହି ଯାଇଛି। ସେମାନେ ସାଙ୍ଗରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଭୋଜନ ନେଇ ଥିଲେ।ପହଞ୍ଚି ଖାଇବା ପାଇଁ ଯେତେବେଳେ ସେମାନେ ବ୍ୟାଗ ଖୋଲିଛନ୍ତି ସେମାନେ ଦେଖିଲେ ସମସା ସେଥିରେ ନାହିଁ।ସମସ୍ତେ ବୁଝିଗଲେ ଏହା ହେଉଛି ମୋଟୁର କାମ..... ରାସ୍ତାରେ ସେ ସବୁ ଖାଇ ଦେଇଛି। ସବୁ ତାକୁ ପିଟିବା ପାଇଁ ଗୋଡ଼ାଇଲେ। ମୋଟୁ ପାଣିକୁ ଡିଆଁ ମାରି ଦେଲା। ତା ପଛେ ପଛେ ସବୁ ନଦୀକୁ ଗଲେ। ନଦୀ ପାଣିରେ ସମସ୍ତେ ମସ୍ତି ମଜା କଲେ। ନଦୀରୁ ଉଠିଲା ପରେ ସେମାନେ ଦେଖିଲେ ଯେ ଗୋଟିଏ ବୋର୍ଡ଼ରେ ଲେଖା ହୋଇଛି ସେ ନଦୀଟି ଯାଦୁଇ ନଦୀ। ସେଥିରେ ଗାଧୋଇବା ଆଉ ସେ ପାଣି ପିଇବା ମନା। 


ଏହା ପଢି ଘୋଷିତାରାମ କହିଲା ଉରି ବାବା, ମୋର କୋଡିଏ ବର୍ଷ ଅନୁଭୂତିରେ ମୁଁ ଏମିତି କେବେ ଶୁଣି ନାହିଁ।ବାକି ସମସ୍ତେ କହିଲେ ଏଇଟା ମିଛ କଥା। ସେମିତି ହୋଇ ଥିଲେ ଆମର କିଛି ହୋଇଲା ନାହିଁ ଯେ। ତାପରେ ସେମାନେ ଭୋଜନ କରି ଘରକୁ ଫେରିଗଲେ। ଥକି ଯାଇ ସବୁ ଶୋଇ ଗଲେ। 


ସକାଳୁ ପତଲୁ ମୋଟୁକୁ ଡାକିଲା। ମୋଟୁ ଉଠି ଠୋ ଠୋ ମାରି ହସିବାକୁ ଲାଗିଲା। ପତଲୁ ବି ମୋଟୁକୁ ଦେଖି ହସିବାକୁ ଲାଗିଲା। ପତଲୁର ମୁହଟା ଜିରାଫ ପରି ହୋଇ ଯାଇଛି ଏବଂ ମୋଟୁର ମୁହଁରୁ ହାତୀ ପରି ଶୁଣ୍ଢ ବାହାରିଛି। 


ତାପରେ ଦୁହେଁ ଦୁହିଁଙ୍କୁ କହିବା ପରେ ଆଇନାରେ ନିଜକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ସେମାନେ କିଛି ବୁଝି ନ ପାରି ଡକ୍ଟର ଝଟକା ପାଖକୁ ଗଲେ।ସେଠାରେ ଦେଖିଲେ ଡକ୍ଟର ଝଟକା ପାଖରେ ଘୋଷିତାରାମ, ବକ୍ସର ସମସ୍ତେ ଅଛନ୍ତି। ଡକ୍ଟର ଝଟକା ମୁହଁଟା କୁକୁର ପରି, ତ ଘୋଷିତାରାମର ମୁହଁ ଘୁଷୁରି ପରି ଏବଂ ବକ୍ସର ମୁହଁ ବାଘ ପରି ହୋଇ ଯାଇଛି। 


ସେମାନେ ବୁଝିଗଲେ ଏହା ସେ ନଦୀ ପାଣିର ଯାଦୁ ପାଇଁ ହୋଇଛି। ସେମାନେ ସେଇ ନଦୀ ପାଖକୁ ଯିବାକୁ ବାହାରିଲେ। ରାସ୍ତାରେ ମୋଟୁ ସମସା ଦେଖି....ସମସା କହି ଟାଣି ହୋଇ ଗଲା।ମୋଟୁକୁ ଦେଖି ସବୁ ଡରି ଯାଇ ସବୁ ସମସା ଦୋକାନରୁ ଦୌଡ଼ି ପଳାଇଲେ.... ଭାବିଲେ ଅନ୍ୟ ଗ୍ରହରୁ କେହି ଆସିଛି। ମୋଟୁ ତାର ସମସାକୁ ମଜା ନେଇ ନେଇ ଖାଉ ଥାଏ। ଏମାନଙ୍କୁ ଦେଖି ସହରରେ ହଳଚଳ ପଡିଗଲାଣି ଯେ ସହରକୁ ଅନ୍ୟ ଗ୍ରହରୁ ଅଜୀବ ଜୀବମାନେ ଆସିଛନ୍ତି।ଭୟରେ ସବୁ ଘରେ ଲୁଚିଲେଣି। 


ଏ କଥା ଇନ୍ସପେକ୍ଟର ଚିଙ୍ଗମଙ୍କ କାନରେ ପଡିଲା। ଚିଙ୍ଗମ କହିଲା ଆୟମା ଇନ୍ସପେକ୍ଟର ଚିଙ୍ଗମ ଠାରୁ ବଞ୍ଚିବା ଅସମ୍ଭବ।ମୋ ସହରରେ ଲୋକ ଭୟଭୀତ। ଭାରତ ମାତାଙ୍କ ରାଣ, ପରା ବିଶ୍ୱର ରାଣ କାହାରିକୁ ବି ଛାଡିବିନି କହି ସେ ମୋଟୁ, ପତଲୁ, ଘୋଷିତାରାମ, ଡକ୍ଟର ଝଟକା ଓ ବକ୍ସର ସମସ୍ତଙ୍କୁ ଗିରଫ କରି ଥାନାକୁ ନେଇ ଗଲା। 


ଥାନାରେ ମୋଟୁ ଓ ପତଲୁ ସବୁ ଖୋଲି କହିବାରୁ ଇନ୍ସପେକ୍ଟର ଚିଙ୍ଗମ ବିଶ୍ୱାସ କରିପାରିଲା ନାହିଁ। ସେ ସେମାନଙ୍କୁ ନେଇ ସେଇ ନଦୀ ପାଖକୁ ଯିବ।ସେଠାରେ ସେମାନେ ଦେଖିବେ ଜନ୍, ନମ୍ବର1 ଓ ନମ୍ବର2 ନଦୀ ପାଖରେ ଛିଡ଼ା ହୋଇଛନ୍ତି। ଜନ୍ କହୁଛି ଜନ୍ ଡା ଡନ୍। ଆଜି ଏଇ ନକ୍ସା ଅନୁଯାୟୀ ଆମେ ନଦୀ ଭିତରକୁ ଯାଇ ଖଜଣା ଚୋରି କରି ଆଣିବୁ। ଏତିକି କହି ସେମାନେ ନଦୀକୁ ଡିଆଁ ମାରିଲେ ଏବଂ ଅଦୃଶ୍ୟ ହୋଇଗଲେ। ଏହା ଦେଖି ମୋଟୁ ପତଲୁ ଆଉ ତାଙ୍କ ସାଥୀମାନେ ଏବଂ ଇନ୍ସପେକ୍ଟର ଚିଙ୍ଗମ ମଧ୍ୟ ନଦୀକୁ ଡିଆଁ ମାରିଲେ। କିଛି ସମୟ ପରେ ସେମାନଙ୍କୁ ସବୁ ଉଜ୍ଜଳ ଦେଖା ଗଲା। 


ତାପରେ ସେମାନେ ଦେଖିଲେ ଯେ ସେମାନେ ଜଳପରୀ ରାଜ୍ୟରେ ପହଞ୍ଚି ଗଲେ। ଜନ୍ ଆଉ ତା ସାଙ୍ଗମାନଙ୍କୁ ସେମାନେ ପାଇଲେ ନାହିଁ କିନ୍ତୁ ସେମାନଙ୍କୁ ଜଳପରୀ ରାଜ୍ୟର ସୈନ୍ୟମାନେ ବନ୍ଦୀ କରି ରାଜା ଓ ରାଣୀ ପାଖକୁ ନେଇଗଲେ। 


ରାଜା ରାଣୀ କହିଲେ ଏତେ ଯାଦୁ କଲା ପରେ ବି ତୁମେମାନେ ସବୁ ଖଜଣା ଲୋଭରେ ଏଠାକୁ ଆସିଗଲ। ତୁମମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆ ଗଲା। ମୋଟୁ ପତଲୁ ଓ ତାଙ୍କ ସାଙ୍ଗମାନେ ଯେତେ ବୁଝାଇଲେ ବି ରାଜା ରାଣୀ ବୁଝିଲେ ନାହିଁ। 


ସେତେବେଳେ ଜଣେ ସୈନ୍ୟ ଆସି କହିଲା ଆଉ କିଛି ଲୋକ ଖଜଣାରୁ ସବୁ କିଛି ଚୋରି କରି ନେଇ ପଳାଉଛନ୍ତି। ରାଜା ରାଣୀ ବ୍ୟସ୍ତ ହୋଇ ସେମାନଙ୍କୁ ଧରିବାକୁ ଗଲେ। ମୋଟୁ, ପତଲୁ ଏବଂ ତାଙ୍କ ସାଙ୍ଗମାନେ ବନ୍ଦୀ ହୋଇ ରହିଥାନ୍ତି। ପତଲୁ ମୋଟୁକୁ କହିଲା ମୋଟୁ କିଛି ତ କର। ମୋଟୁ କହିଲା ଖାଲି ପେଟରେ ମୋ ଦାମାଗର ବତୀ ଜଳେ ନାହିଁ। ପତଳୁ କହିଲା "ଆଇଡିଆ"..... ସମସା। ପତଲୁ ଆସାଲା ବେଳେ କିଛି ସମସା ସାଙ୍ଗରେ ଆଣି ଥାଏ। ମୋଟୁକୁ ଦେଲାରୁ ମୋଟୁ ସମସା କହି ଖାଇ ଦେଲା ଏବଂ କାରାଗାରକୁ ଭାଙ୍ଗି ଦେଲା। ସେମାନେ କାରାଗାରରୁ ବାହାରି ଦେଖିଲେ ଜନ୍ ରାଜା, ରାଣୀ ସୈନ୍ୟକୁ ଅଚେତ କରି ଖଜଣା ନେଇ ଯିବାକୁ ବାହାରିଛନ୍ତି।ମୋଟୁ ସାଙ୍ଗେ ସାଙ୍ଗ ଦୌଡ଼ି ଯାଇ ଜନ୍ ଉପରକୁ କୁଦା ମାରିଲା ଏବଂ ତା ଉପରେ ବସିଗଲା। ତାପରେ ପତଲୁ ଓ ଅନ୍ୟ ସାଙ୍ଗମାନେ ଜନ୍ ଓ ତା ସାଙ୍ଗମାନଙ୍କୁ ବାନ୍ଧି କରି ରଖିଲେ। ରାଜା ରାଣୀଙ୍କ ଚେତା ଆସିବା ପରେ ସେମାନେ ଖଜଣା ଫେରାଇ ଦେଲେ ।ରାଜା ରାଣୀ ଖୁସି ହୋଇ ସେମାନଙ୍କୁ ଯାଦୁ ମୁକ୍ତ କରି ନିଜ ରୂପକୁ ଫେରାଇ ଦେଲେ ଏବଂ ଜନ୍ ଓ ତା ସାଥୀମାନଙ୍କୁ ବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ। ସେତେବେଳେ ଇନ୍ସପେକ୍ଟର ଚିଙ୍ଗମ କହିବ ସେ ଜନ୍ ଓ ତା ସାଥୀମାନଙ୍କୁ ନେଇ ଜେଲରେ ରଖିବ। ରାଜା ଜନ୍ ଆଉ ତା ସାଥୀମାନଙ୍କୁ ଇନ୍ସପେକ୍ଟର ଚିଙ୍ଗମଙ୍କ ହାତରେ ଦେଲେ। ସେଥି ସମସ୍ତେ କହିଲେ ମୋଟୁ ପତଲୁଙ୍କ ଯୋଡ଼ି କମାଳ୍ କରିଲା। 


ରାଜା ରାଣୀ ଖୁସି ହୋଇ ମୋଟୁ, ପତଳୁ ଓ ସେମାନଙ୍କ ସାଥୀମାନଙ୍କୁ କିଛି ଖଜଣା ଉପହାର କଲେ ଏବଂ ସେମାନଙ୍କୁ ନଦୀ ବାହାରେ ନେଇ ଛାଡିଲେ। ଇନ୍ସପେକ୍ଟର ଚିଙ୍ଗମ ଜନ୍ ଆଉ ତା ସାଥୀମାନଙ୍କୁ ଗିରଫ କରି ଜେଲ ନେଲା। ସମସ୍ତେ ମୋଟୁ ପତଲୁଙ୍କ ଯୋଡ଼ିକୁ ପ୍ରଶଂସା କଲେ।


Rate this content
Log in