ମୋ ଭାଷା ଓଡ଼ିଆ
ମୋ ଭାଷା ଓଡ଼ିଆ
ଭାରତ ମୂଳ ଭୂଖଣ୍ଡର ଅଗ୍ନିକୋଣରେ ଅବସ୍ଥିତ ମୋ ଜନ୍ମଭୂମି ଓଡିଶାର ଐତିହ୍ୟ ପୁରାଣ ପ୍ରସିଦ୍ଧ ଅଟେ । ଏହାର ପ୍ରାଚୀନ ଗୁମ୍ଫାଚିତ୍ର, ଶିଳାଲେଖ ଓ ମନ୍ଦିର ଗାତ୍ରରେ ଖୋଦିତ ନୃତ୍ୟମୁଦ୍ରା,ଚାରୁ ଚିତ୍ରକଳା ଏହାର ଗୈ।ରବୋଜ୍ଜ୍ୱଳ ସ°ସ୍କାର ସ°ସ୍କୃତିର ମୁକସାକ୍ଷୀ ରୂପେ ଅଦ୍ୟାବଧି ବିଦ୍ୟମାନ । ଶ୍ରୀ କ୍ଷେତ୍ର ପୁରୀର ଶ୍ରୀ ପୁରୁଷୋତ୍ତମ ଧାମରେ ବିଜେ ବଡ଼ ଠାକୁର ଶ୍ରୀ ବଳଦେବ, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ମହିମା ସାରା ବିଶ୍ୱରେ ଅନନ୍ୟ ଏବଂ ଜଗତର ଧର୍ମ ସ°ସ୍କୃତିର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ ।
ଭାଷା ପ୍ରାଧାନ୍ୟତାକୁ ଭିତ୍ତି କରି ଭାରତରେ ଗଠିତ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା । ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ଚାରିକୋଟି ଲୋକଙ୍କ ମଧ୍ୟରୁ ଅନ୍ୟୁନ ୯୨ ପ୍ରତିଶତ ଲୋକଙ୍କ ମାତୃଭାଷା ହେଉଛି ଓଡିଆ । ଏହା ମଧ୍ୟ ରାଜ୍ୟର ସରକାରୀ ଭାଷା ଅଟେ । ଆମ ଦେଶର ସମ୍ବିଧାନ ଦ୍ୱାରା ସ୍ୱ]କୃତ ୨୨ଟି ଭାଷା ମଧ୍ୟରୁ ଷଷ୍ଠତମ ଭାଷା ଭାବେ ଆମ ଓଡିଆ ଭାଷାକୁ ମାନ୍ୟତା ମିଳିଅଛି । ଓଡିଶା ବ୍ୟତୀତ ଭାରତର ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ, ଆନ୍ଧ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ତଥା ଭାରତ ବାହାରେ ଇଲଣ୍ଡ, ଆମେରିକା, ସାଉଦି ଆରବ,ମାଲେସିଆ, ସିଙ୍ଗାପୁର ଓ ଶ୍ରୀ ଲଙ୍କା ଆଦି ଦେଶ ମାନଙ୍କରେ ବହୁ ଓଡ଼ିଆ ଭାଷାଭାଷୀ ଲୋକେ ବସବାସ କରିଥାନ୍ତି ।
ପ୍ରସିଦ୍ଧ ଭାଷା ବିଜ୍ଞାନୀ ମାନଙ୍କ ମତରେ ମୂଳ ଓଡ଼ିଆ ଭାଷା ପାଲି ଓ ଉଡ୍ର ଭାଷାରୁ ଉଦ୍ଭବ ଏବଂ ଏହା ଇଣ୍ଡୋ ଇଉରୋପୀୟ ବା ଇଣ୍ଡୋ ଆର୍ଯ୍ୟ ଶ୍ରେଣୀ ଭୂକ୍ତ ଅଟେ । କଳାହାଣ୍ଡିର ଗୁଡ଼ହାଣ୍ଡିରୁ ପ୍ରାପ୍ତ ପ୍ରାୟ ୨୦ ହଜାର ବର୍ଷ ପୁରୁଣା ଗୁମ୍ଫାଲେଖ, ନୂଆପଡା ଯୋଗୀମଠରୁ ପ୍ରାପ୍ତ ପ୍ରାୟ ୧୦ହଜାର ବର୍ଷ ତଳର ଚିତ୍ରଲିପି ଏବଂ ଝାରସୁଗୁଡା ଜିଲ୍ଲାର ବିକ୍ରମଖୋଲରୁ ପ୍ରାପ୍ତ ପ୍ରାୟ ୩୫୦୦ବର୍ଷ ତଳର ଚିତ୍ର ଲିପି ଗୁଡିକରୁ ଓଡ଼ିଆ ଭାଷାର ପ୍ରାଚୀନତା ବିଷୟରେ ପ୍ରମାଣ ମିଳିଥାଏ । ଆହୁରି ମଧ୍ୟ ବୈ।ଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକ ଓ ଜୈନ ଧର୍ମଗ୍ରନ୍ଥ ଗୁଡିକରେ ଏହି ଭାଷା ବ୍ୟବହାର ହୋଇଥିବା ଦେଖିବାକୁ ମିଳେ । ଅନ୍ୟୁନ ୨୫୦୦ ବର୍ଷ ତଳୁ ଓଡିଆ ଭାଷାକୁ ଲୋକେ ବ୍ୟବହାର କରିଆସୁଥିବା ଜଣାଯାଏ । ଧଉଳୀ ପାହାଡ଼ ରୁ ମିଳିଥିବା ସମ୍ରାଟ ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ ଶିଳାଲେଖ ଏବଂ ଖଣ୍ଡଗିରି ଓ ହାତୀ ଗୁମ୍ଫାରୁ ପ୍ରାପ୍ତ ସମ୍ରାଟ ଖାରବେଳଙ୍କ ଶିଳାଲେଖ ଓଡ଼ିଆ ଭାଷାର ପ୍ରାଚୀନତାର ଜ୍ଜ୍ୱଳନ୍ତ ପ୍ରମାଣ ଦେଇଥାଏ ।
ଏହି ଭାଷାରେ ରଚିତ ଚର୍ଯ୍ୟାଗୀତ, ସାରଳା ଦାସଙ୍କ ରାମାୟଣ, ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ ଭାଗବତ ତଥା ଭକ୍ତି,ମଧ୍ୟ ତଥା ଆଧୁନିକ ଯୁଗରେ ରଚିତ ବହୁ ପୁରାଣ ଶାସ୍ତ୍ର, କାବ୍ୟ ରଚନା ଗୁଡିକ ରେ ଓଡ଼ିଆ ଭାଷାର ମୈ।ଳିକତା ସ୍ପଷ୍ଟ ପ୍ରତିପାଦିତ ହୋଇଅଛି । ଜୟଦେବ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାଳଜୟୀ ସୃଷ୍ଟି ବିଶ୍ବ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅଟେ ।
ଓଡ଼ିଆ ଭାଷାର ବ୍ୟାକରଣର ଶୁଦ୍ଧତା ଓ ବୈଜ୍ଞାନିକ ପୃଷ୍ଠଭୂମି ସୁପ୍ରତିପାଦିତ ଏବଂ ଏହା ଆରବୀ ଓ ପାରସୀ ଭଳି ଅନ୍ୟାନ୍ୟ ବୈଦେଶିକ ଭାଷା ମାନଙ୍କ ଦ୍ୱାରା ଖୁବ କମ ପ୍ରଭାବିତ ହୋଇ ଏକ ମୈ।ଳିକ ଏବଂ ସ୍ୱତନ୍ତ୍ର ଭାଷା ଭାବେ ଏ ପର୍ଯ୍ୟନ୍ତ ତିଷ୍ଠି ରହି ଆସିଅଛି । ଏଣୁ ୨୦୧୪ ମସିହା ଫେବୃଆରୀ ୨୦ ତାରିଖ ଠାରୁ ଆମ ମାତୃଭାଷା ଓଡିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ହେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୈ।ରବର କଥା ନିଶ୍ଚୟ।
ସରସ ସୁନ୍ଦର ମୋ ଓଡ଼ିଆ ଭାଷା ସବୁଠୁ ମହାନ ଅଟେ । ଏହାର ଗୈ।ରବୋଜ୍ଜ୍ୱଳ ଐତିହ୍ୟ ପରମ୍ପରାକୁ କାୟମନୋବାକ୍ୟରେ ବଜାୟ ରଖିବା ଆମର ପ୍ରଧାନ କର୍ତ୍ତବ୍ୟ ଅଟେ ।
ଜୟ ଜଗନ୍ନାଥ
