Prasant Kumar Senapati

Others

3  

Prasant Kumar Senapati

Others

ମଣିଷ ଅଭୟାରଣ୍ୟ

ମଣିଷ ଅଭୟାରଣ୍ୟ

2 mins
14.8K


ମାନବ ଅଭୟାରଣ୍ୟ-: 

 

ସମଗ୍ର ଧରିତ୍ରି ମଗର ମାଛଙ୍କ ଅଧୀନକୁ ଚାଲି ଯାଇଥିଲା । ମାନବ ସମାଜ ସଂକ୍ରମକ ଓ କର୍କଟ ପରି ରୋଗରେ ପଡି ମୃତ୍ୟୁ ବରଣ କରୁଥିଲେ । ଏହା ଭିତରେ କେଉଁଠି ନା କେଉଁଠି ପରମାଣୁ ଯୁଦ୍ଧରେ ଅନେକଙ୍କ ମୃତ୍ୟୁ ହେଉଥିଲା । ବାକି ହାତ ଗଣତି ମଣିଷ ମାନଙ୍କୁ ମଗର ମାଛ ଘରେ ଘରେ ପଶି ଖାଇ ଯାଉଥିଲେ । ସମଗ୍ର ଧରିତ୍ରୀରୁ ମାନବ ସମାଜ ଲୋପ ପାଇଯିବାର ସମୟ ଆସି ଯାଇଥିଲା । ମଗର ମାଛମାନେ ଧରିତ୍ରୀରେ ରାଜ୍ କରୁଥିଲେ । ସେମାନଙ୍କ ସଂଖ୍ୟା କୋଟି କୋଟି ଗଣତି ହେଉଥିଲା । କସେଂଇଖାନା ମାନଙ୍କରେ ମଣିଷମାନଙ୍କ ହାତ ଗୋଡ କଟାଯାଇ ଟଙ୍ଗା ଯାଉଥିଲା । ସେ ସମୟରେ ଛୋଟ ଛୋଟ ପିଲାମାନଙ୍କ କଞ୍ଚା ନରମ ମାସଂକୁ ଅଧିକ ପ୍ରାଧାନ୍ୟ ଦିଆ ଯାଉଥିଲା । ସେଥିପାଈଁ ଏହା ମହଙ୍ଗା ଥିଲା । ମଗର ମାଛଙ୍କ ସମାଜରେ ମଣିଷ ଛୁଆର ନରମ ମାସଂ ଆବଶ୍ୟକତା ଅଧିକ ଥିଲା । ବଳକା ଥିବା ମାନବ ସମାଜ ନିଜ ପିଲାମାନଙ୍କ ମୃତ୍ୟୁ ଦେଖି ସହ୍ୟ କରି ପାରିଲେ ନାହିଁ । ସେମାନେ ମଗର ମାଛଙ୍କ ରାଜାଙ୍କ ପାଖରେ ଅଭିଯୋଗ କଲେ । ରାଜା ହସିଲେ ଓ କହିଲେ ଭାଇ ଜୀବ ଜୀବର ହତ୍ୟା କରି ବହୁଦିନରୁ ଭୋଜନ କରି ଆସୁଛି । ତୁମେମାନେ ଲକ୍ଷ ଲକ୍ଷ ବର୍ଷ ଧରି କହି ଆସୁଥିଲ ଜୀବ ଜଗତର ଅଧୀକାଶଂ ପ୍ରାଣୀ ତୁମମାନଙ୍କ ଭୋଜନ ପାଇଁ ଦୁନିଆକୁ ଆସିଛନ୍ତି । ଶୀକାର ଉଦ୍ଦିଷ୍ଟ କେବଳ ଶୀକାରି ମାନଙ୍କ ପାଇଁ । ଏହି ନିତୀ ଧରି ଲକ୍ଷ ଲକ୍ଷ ବର୍ଷ ହେଲା ସମସ୍ତଙ୍କୁ ଶୀକାର କରି ଭକ୍ଷଣ କରୁଥିଲ । ସେତେବେଳେ ଖାଦ୍ୟ ଶୃଙ୍ଖଳାରେ ତୁମେ ସର୍ବୋଚ୍ଚ ସ୍ଥାନରେ ଥିଲ । ବିଚରା ଛେଳି, କୁକୁଡା ଓ ମାଛମାନଙ୍କ ଜନ୍ମଗତ ଅଧିକାର ଥିଲା ତୁମମାନଙ୍କ ଭୋଜନ ହେବା ପାଇଁ । ସେମାନଙ୍କୁ ସୃଷ୍ଟିକର୍ତ୍ତା ଯେପରି ତୁମ ଖାଦ୍ୟ ଉଦ୍ଦେଶ୍ୟରେ ସୃଷ୍ଟି କରିଥିଲେ । ଆଜି ସମୟ ବଦଳି ଯାଇଛି । ଖାଦ୍ୟ ଶୃଙ୍ଖଳାରେ ଆମେ ସର୍ବୋଚ୍ଚ ସ୍ଥାନରେ । ସମସ୍ତ ଜୀବମାନଙ୍କୁ ତୁମେ ଖାଇ ସାରିଛ । ତେଣୁ ଆମମାନଙ୍କ ଭୋଜନ ପାଇଁ ତୁମେ ପ୍ରପୁଜ୍ୟ । ତେଣୁ ତୁମ ପିଲାମାନଙ୍କୁ ଓ ତୁମକୁ ଖାଇବାର ପୁରା ଅଧୀକାର ଆମର ଅଛି । 

ମାନବ ସମାଜ ପୁନଶ୍ଚ ପଚାରିଲା ତଥାପି ଆମମାନଙ୍କ ଭିତରେ କିଛିଲୋକ ଶାକାହାରୀ ଓ ଅହିସାଂର ସମର୍ଥକ ଥିଲେ ? ଆମେ କଣ କରିବୁ, ଆମକୁ ଚାଷକାମ ଜଣାନାହିଁ ଏବଂ ଆମେ ଶାକାହାରୀ ନୁହଁ । ମଗର ମାଛଙ୍କ ରାଜା ଉତ୍ତର ଦେଲେ । ଆମାମାନଙ୍କ ପୁର୍ବଜ ତୁମମାନଙ୍କ ସଂରକ୍ଷଣ କରୁଥିଲେ, ଏକଥା କଣ ଭୁଲି ଯାଉଛ ? ମାନବ ସମାଜ ପ୍ରଶ୍ନ କଲା । ଠିକ୍ ଅଛି, ତୁମମାନଙ୍କ ସଂଖ୍ୟା କମି କମି ଯେତେବେଳେ ହଜାରରେ ପହଞ୍ଚିଯିବ ଆମେ ମାନବ ଅଭୟାରଣ୍ୟ ତିଆରି କରିଦେବୁ ଓ ତୁମେ ସେଠାରେ ଆରାମରେ ରହିବ । ମଗର ମାଛ ରାଜାଙ୍କ ଏହା ଶେଷ ଘୋଷଣା ଥିଲା । 

 

ପ୍ରକୃତରେ ମଣିଷ ସମାଜ ନିଜ ଭୋଜନ ପାଇଁ ସମସ୍ତ ପ୍ରାଣୀଜଗତକୁ ମାରି ଭକ୍ଷଣ କରୁଛି । ଦିନେ ସମୟ ଆସିବ ଓ ମାନବ ସମାଜ ନିଜର ଅସ୍ଥିତ୍ବ ବଞ୍ଚାଇବାକୁ ଯାଇ ଜୀବ ଜଗତର ଅନ୍ୟ ପ୍ରାଣୀମାନଙ୍କ ନିକଟରେ ଗୋଡ ହାତ ଭାଙ୍ଗି ଜୀବନ ରକ୍ଷା ପାଇଁ ଡହଳ ବିକଳ ହେବ ।


Rate this content
Log in