shibaram dalai

Others

3  

shibaram dalai

Others

ମମତା

ମମତା

2 mins
539



ମୁଁ ପଞ୍ଚମ ଶ୍ରେଣୀ ରେ ପଢୁଥାଏ, ଗ୍ରୀଷ୍ମ ଛୁଟି ହେଇଥାଏ ।


  ସନ୍ଧ୍ୟା ୬ଟା ବାଜିଲାଣି ଏଯାଏଁ ପେଟ ବିକଳା ଶିଵ ଟା ଫେରିଲାନି । ଖରାଦିନ, ପେଟ ରେ କିଛି ନ ଦେଇ ରହିପାରେନି ।  ପୁଣି ମାଆ ମନକୁ ବୁଝଉଥାଏ କୋଉଠି କିଛି ଖାଇ ଖେଳୁଥିବ ବୋଧେ।

      ରଥୀଆ ଘର ପତିତପାବନ ଠାକୁର ଘରେ ସନ୍ଧ୍ୟା ଘଣ୍ଟ ବାଜି ଉଠିଲା । ଏବେ ମାଆ ପେଟ ବିକଳା ପୁଅକୁ ଗାଁ ଟା ସାରା ଖୋଜି ବୁଲିଲା।

କିନ୍ତୁ ଏ କଣ ସମସ୍ତଙ୍କ ମୁଁହରେ ଗୋଟିଏ କଥା ସକାଳ ଠାରୁ ଆଉ ଦେଖିନାହୁଁ । ମାଆ ଆଖି ଏବେ ଛଳ ଛଳ ହେଇ ଆସୁଥାଏ,ପୁଣି ଗୋଟି ଗୋଟି କରି ଘର ପଚାରି ଚାଲିଲା ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ । ଘର ଯେତେ ଯେତେ କମି କମି ଆସୁଥାଏ ମାଆ ଆଖିର ଲୁହ ସେତେ ଜୋରରେ ନିଗିଡ଼ି ପଡୁଥାଏ । ଶେଷରେ ନିରାଶ ହୋଇ କାନ୍ଦି କାନ୍ଦି ଘରକୁ ଫେରିଲା ମାଆ । ଫେରିଲା ବାଟରେ ଧିକ୍କାର କରୁଥିଲା ନିଜର ମାଆ ପଣିଆକୁ,ଆଉ ଗରିବିକୁ ।  ଗୋଟେ ଆଇସକ୍ରିମ ପାଇଁ ଜିଦ ଧରିବାରୁ ପୁଅ(ଶିଵ)କୁ ଜୋତ(ଦଉଡ଼ି)ରେ ଦୁଇ ପ୍ରହାର ପକେଇ ଦେଲି ଯେ ସେ ସକାଳୁ କୁଆଡେ ଯାଇଛି ଏଯାଏ ଫେରିଲାନି ।

  ବାପା କାମ ସାରି ଫେରି ନଥାନ୍ତି । ବାପା ବ୍ରାହ୍ମଣ ଘରେ ମୂଲିଆ । ମାସ ସରିଲେ ପଇସା ମିଳେ ସେଥିରେ ପୁଣି "ଛେଳି ନ ଜନ୍ମଣୁ ବୋଦା କାଢ଼ିଆ" ପରି ଆଗରୁ ଆଣି ଆମ୍ଭ ଛଅ ପ୍ରାଣି ପେଟ ଭରନ୍ତି ।

   

  କେତେବେଳୁ ସନ୍ଧ୍ୟା ଗଡି ସାରିଥିଲା ।  ଚଉରା ମୂଳେ ଲୁହ ଝରଝର ଆଖିରେ ମାଆ ସନ୍ଧ୍ୟା ଦୀପଟିଏ ଥୋଇ ଠୋ ଠୋ କରି ମୁଣ୍ଡ ପିଟି କାନ୍ଦୁଥାଏ । ନିଜକୁ ବହୁତ ଦୋଷ ଦେଉଥିଲା । ପୁଣି କୂଅ ପାଖକୁ ଦୌଡ଼ି ଯାଇ ଲଣ୍ଠନ ଟେକି କୂଅ ପାଣିକୁ ଚାଂହୁଥାଏ । ରାତି ଯେତିକି ଯେତିକି ମାଡି ଆସୁଥାଏ ମାଆ ମନରେ ସେତିକି ସେତିକି ପାପ ଛୁଉଁଥିଲା । ଏତିକି ବେଳେ ମାଆ ର ମନେ ପଡ଼ିଲା ମୁଁ ଯେବେ ଜିଦ କରେ ବା ରାଗ କରେ ମୁଁ ଗୋଟିଏ ଜାଗାକୁ ଚାଲିଯାଏ । ରୁଷିଲେ ବା ରାଗିଗିଲେ ମୁଁ ଆମ ବାଡ଼ି ପଟ ଢ଼ିଙ୍କି ଚାଳିଆରେ ଦୁଇ ଢ଼ିଙ୍କି ମଝିରେ ସୋଇଯାଏ ।


   ମୋ ମାଆ ସେହି ଢ଼ିଙ୍କି ଚାଳିଆ ଆଡେ ଧାଇଁଗଲା । ଠିକ ପୂର୍ବ ପରି ଧାନଢ଼ିଙ୍କି ଉପରେ ପେଟ ମାଡ଼ି ଶୋଇ ଯାଇଥିଲି ମୁଁ । ଫଟ କିନା ଉଠେଇ ନେଇ ଜାବୁଡି ଧରିଲା ମୋତେ । ସେତେବେଳକୁ ମୋ ଦେହ ଜ୍ବରରେ କମ୍ପୁଥିଲା ।  ସେହି ଦିନୁ ମାଆ ର ମାଡ଼ କେଭେ ଖାଇନି ।




Rate this content
Log in