ମିଠା ଚାହା
ମିଠା ଚାହା
"ତୁମେ ସବୁ ବେଳେ ଏମିତି ଚାଲି ଆସୁଛ ସବୁ ବେଳେ କିଛି ନ କାହିଁକି ଆଗରୁ , ଆଜି ମଧ୍ୟ ଚିନି ନାହିଁ ଘରେ, ବିନା ଚିନିର ଚାହା ହିଁ ଦେବି, " ପ୍ରମିଳା କହିଲା ପ୍ରୟାସ I
"ଚଳିବ, ମୋର ଏମିତିରେ ବି ନାଲି ଚାହା ରେ କାମ ଚଳିଯାଏ," ପ୍ରୟାସ କହିଲା I
"ଗତ ଥର ବିବେକ କହୁଥିଲେ, ପ୍ରୟାସଟା ସବୁ ବେଳେ ଚିନି ଵାଲା ଚାହା ପସନ୍ଦ କରେ, ମୋ ପାଇଁ ଅପେକ୍ଷା କଲେ ତ ମିଠା ଚାହା ପାଇବ ! ମୁଁ ଆସିବା ପୂର୍ବରୁ ତ ଫରାର ହୋଇ ଯାଉଛି ସବୁ ବେଳେ I ସେ ଅଫିସରୁ ଫେରିଲାବେଳେ ସଉଦା ଧରି ଆସନ୍ତି ଶୁକ୍ରବାର ଦିନ I ଆଉ ଟିକେ ବସି ଯାଆନ୍ତୁ, ଏଇନେ ଆସୁଥିବେ," ପ୍ରମିଳା କହିଲା I
" ନା, ମୋର ଗୁଡ଼ାଏ କାମ ଅଛି, ଶନିବାର ରବିବାର କହିବା ଲାଗି ଛୁଟି, ସବୁଠାରୁ ଅଧିକ କାମ ଏହି ଦୁଇ ଦିନରେ ହିଁ ଥାଏ," ପ୍ରୟାସ କହିଲା I
"ଅବିବାହିତ ଲୋକଙ୍କର ପୁଣି ଏତେ କାମ କୁଆଡୁ ଆସିଲା କି?" ପ୍ରମିଳା ପଚାରିଲା I
" ମୁଁ କ'ଣ ବିବେକ ଭଳି ଭାଗ୍ୟବାନ କି, ତାହାର ଲାଗି ରୋଷେଇ କରିବାକୁ, କପଡ଼ା ଧୋଇବାକୁ, ଘର ସମ୍ଭାଳିବାକୁ ତୁମ ଭଳି ସୁନ୍ଦରୀ ସ୍ତ୍ରୀ ଟି
ଏ ଅଛି? ନିଜ କାମ ନିଜକୁ ହିଁ କରିବାକୁ ପଡେ," ପ୍ରୟାସ ଉତ୍ତର ଦେଲା I
" ବାହା ହେଉନାହଁ କାହିଁକି?" ପ୍ରମିଳା ପଚାରିଲା I
"ବିବେକ କହିନାହିଁ କି? ମୋର ଆକ୍ସିଡେଣ୍ଟ ପରେ ମୁଁ ବାହା ହେବା ପାଇଁ ଅଯୋଗ୍ୟ, " ପ୍ରୟାସ କହିଲା I
" ଛୁଆ ପାଇଁ କଣ ଖାଲି ବାହା ହୁଅନ୍ତି କି? ଜୀବନରେ ଅନେକ କିଛି ଅଛି ସନ୍ତାନ ଛଡ଼ା ଯାହା ବାହା ହେବା ଦ୍ୱାରା ମିଳେ ," ପ୍ରମିଳା କହିଲା I
"ମୋର ଆବଶ୍ୟକତା ବହୁତ କମ ଅଟେ, ହଉ ତନ୍ମୟ ବାବୁ କୁଆଡେ ଗଲା?' ପ୍ରୟାସ କହିଲା I
"ଆସୁଥିବ ଏବେ ଘରକୁ, ଟିକେ ମେଇଡ ସହ ବାହାରକୁ ଯାଇଥିଲା," ପ୍ରମିଳା କହିଲା , " ଆଛା କହିଲ ତୁମେ ତ ସବୁ ବେଳେ କୁହ ଚାହା ଭାରି ମିଠା ହୋଇଛି,କାହିଁକି," ପ୍ରମିଳା ପଚାରିଲା I
"ଜାଣିଯିବ ଜଲଦି, " କହୁ କହୁ ଆଉ ଗୋଟେ ସିପ ନେଲା ପ୍ରୟାସ I
ଏତିକି ବେଳକୁ ତନ୍ମୟ ଆସିଗଲା ଆଉ କୁଣ୍ଢେଇ ପକେଇଲା ପ୍ରୟାସକୁ I
" ଏହି ଖିଏ ହସରେ ହିଁ ତ ମୋର ଚାହା ମିଠା ହୋଇ ଯାଏ, କହିଲା ପ୍ରୟାସ I