STORYMIRROR

Barsha rani Nanda

Others

3  

Barsha rani Nanda

Others

ମହାଯୁଦ୍ଧ ର ଅନ୍ତ ହେଉ

ମହାଯୁଦ୍ଧ ର ଅନ୍ତ ହେଉ

1 min
258

ଗତ ବର୍ଷ ଭଳି ଦିନ ସାରା ସାଇରନ୍ ବଜେଇ ପୋଲିସ୍ ଭ୍ୟାନ୍ ଆଉ ବୁଲୁନି କି ବାରମ୍ବାର ସତର୍କ ବି କରାଉନି। ଆବଶ୍ୟକ ସ୍ଥଳେ ଲୋକ ବାହାରକୁ ଯାଉଛନ୍ତି ନହେଲେ ବାହାରକୁ ବାହାରିବା ପାଇଁ ଇଛା କାହାରି ନାହିଁ।ବାହାରକୁ ବାହାରିବା ମାତ୍ରେ ଛୋଟ ଛୁଆଠୁ ବୁଢ଼ା ମାସ୍କ ପିନ୍ଧୁଛନ୍ତି।ନା ବିଳାସପୂର୍ଣ୍ଣ ଜୀବନ ବିତେଇବାର କାହାର ଇଛା ଅଛି ନା ଖୁସି ମଜା କରିବାର ଇଛା।ସମସ୍ତେ ଜାଣି ସାରିଲେଣି ଯେ ଜୀବନ ର ମୂଲ୍ୟ କିଛି ବି ନାହିଁ।ସମସ୍ତେ ଗୋଟେ ପ୍ରକାର ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଏବେ ନହେଲେ ଆଉ ଟିକିଏ ଗଲେ ଜୀବନ ଯିବାର ଥୟ ହେଇ ସାରିଲାଣି।ଏବେ ଦେଖିଥିବା ଲୋକ ଆଉ ଟିକିଏ ଗଲେ ନାହିଁ ବୋଲି ଖବର ଆସୁଛି। ବହୁତ କଷ୍ଟ ହେଉଛି ନିଜ ଲୋକଙ୍କୁ ହରେଇ।ଭଗବାନ କରନ୍ତୁ ଏତିକି ରେ ହିଁ ସମାପ୍ତ ହେଉ ଏହି ଚୋର ପୋଲିସ ଖେଳ।ଏଇଠି ହିଁ ଅନ୍ତ ହେଉ ଏହି ମହାଯୁଦ୍ଧର ଏତିକି ହିଁ ଅଳି କାଳିଆ ପାଖରେ। ସମସ୍ତେ ଭଲରେ ଥାଆନ୍ତୁ,ସୁସ୍ଥ ଥାଆନ୍ତୁ।


Rate this content
Log in