ମହା ପ୍ରଭୁଙ୍କ ଗଜ ଉଦ୍ଧାରଣ
ମହା ପ୍ରଭୁଙ୍କ ଗଜ ଉଦ୍ଧାରଣ
କଥା ଟି ସତ୍ୟ ଯୁଗର ଅଟେ।
ପ୍ରଚଣ୍ତ ଗ୍ରୀଷ୍ମ ଋତୁରେ ଏକ ଗଜ ତାର ସ୍ତ୍ରୀ ଓ ସନ୍ତାନ ମାନଙ୍କୁ ନେଇ ଏକ ପୁସ୍କରିଣୀରେ ଜଳ କ୍ରୀଡା କରୁଥିଲେ।ଠିକ ସେହି ସମୟ ରେ ଏକ କୁମ୍ଭୀର ଗଜ ର ପାଦ କୁ ଜୋର ରେ ଧରି ଜଳ ଭିତର କୁ ଟାଣିଲେ।ଗଜ ଟି ନିଜେ ନିଜକୁ ରକ୍ଷା କରି ବାକୁ ଚେଷ୍ଟା କଲେ ।କିନ୍ତୁ ସେ ପାରିଲେ ନାହିଁ।ଗଜ ଟିର ପାଦ କ୍ଷତ ବିକ୍ଷତ ହେବାକୁ ଲାଗିଲା।ପରେ ସେ ତାର ସ୍ତ୍ରୀ ପିଲାଙ୍କୁ ସାହାଯ୍ୟ ମାଗଲେ ।ସେମାନେ ଅନେକ ଚେଷ୍ଟା କରି ଗଜକୁ ଉଦ୍ଧାର କରି ପାରିଲେ ନାହିଁ।ଶେଷରେ ଗଜକୁ ଏକା ଛାଡ଼ି ଚାଲି ଗଲେ।ଗଜ ନିରାଶ ହୋଇ ଗଲେ।ଯେଉଁ ପରିବାରକୁ ସେ ଭଲ ପାଉ ଥିଲେ ଶେଷ ରେ ସେହି ପରିବାର ତାଙ୍କୁ ଏକା କରି ଦେଲା।
ଗଜ ଏବେ ମନେ ମନେ ଭଗବାନ ଙ୍କୁ ଡାକିଲେ।ହେ ସର୍ବେସ୍ଵର ପ୍ରଭୁ ମୋତେ ରକ୍ଷା କରନ୍ତୁ।ହେ ବିପତି ନାଶନ ପ୍ରଭୁ ସାହା ହୁଅନ୍ତୁ।ହେ ଅନ୍ତର୍ ଜ୍ୟାମି ମୁ ଆପଣ ଙ୍କୁ ପ୍ରଣାମ କରୁଛି।ଏହି ପରି ଗଜ ତାର ଚିତ୍ତରେ ପରମ ଈଶ୍ୱର ଙ୍କୁ ଧ୍ୟାନ କରୁଛି।ଗଜ ଅତି ଆକୁଳ ବିନତି କରୁଛନ୍ତି।
ଏହି ଗଜ ପୂର୍ବ ଜନ୍ମରେ ରାଜା ଇନ୍ଦ୍ରଦ୍ୟୁମ୍ନ ହୋଇ ଥିଲେ।ସେହି କୁମ୍ଭୀର ପୂର୍ବ ଜନ୍ମରେ ହୁଁ ହୁଁ ନାମକ ଏକ ଗନ୍ଧର୍ବ ହୋଇ ଥିଲେ।ସେମାନେ ଅଭିଶାପ ପାଇ ଗଜ ଓ କୁମ୍ଭୀର ହୋଇଛନ୍ତି।
ଅନେକ ଦିନ ବିତି ଗଲା ମହା ପ୍ରଭୁ ଆସିଲେ ନାହିଁ।କିନ୍ତୁ ଗଜ ଯେତେବେଳେ ଦୁର୍ବଳ ହେବାକୁ ଲାଗିଲା ନିଜକୁ ସମର୍ପିତ କରି ମହାପ୍ରଭୁଙ୍କୁ ଡାକିଲା।ପ୍ରଭୁ ଗରୁଡ଼ ପିଠିରେ ବସି ଚତୁର୍ଭୁଜ ରୂପ ଧରି ଆକାଶ ମାର୍ଗରୁ ଆସିଲେ ।ଗଜ ପ୍ରଭୁଙ୍କ ପାଇଁ ଏକ ପଦ୍ମ ଫୁଲକୁ ବଢ଼ାଇଦେଲେ।ମହା ପ୍ରଭୁ ଭକ୍ତ ଭାବ ଗ୍ରାହୀ ହୋଇ ଗଜ ର ମନ କଥା ବୁଝିଲେ।ପ୍ରଥମେ କୁମ୍ଭୀରକୁ ଚକ୍ରରେ ଛେଦନ କରି ଗଜକୁ ଉଦ୍ଧାର କରିଲେ।
ସେହି ଗଜ ଅନ୍ତିମ ସମୟରେ ମହା ପ୍ରଭୁଙ୍କ ପରମ ଧାମକୁ ଗଲେ ।କିନ୍ତୁ ସେ ଆଶ୍ଚଯ୍ୟ ହୋଇ ଗଲେ କୁମ୍ଭୀରକୁ ସେଠାରେ ଦେଖି।ପଚାରିଲେ ଆରେ କୁମ୍ଭୀର ତୁ ମତେ କେତେ କଷ୍ଟ ଦେଇ ଥିଲୁ ତୋ ପାଇଁ ମହା ପ୍ରଭୁ ଆସିଲେ।ତୁ ମୋତେ କଷ୍ଟ ଦେଇ ଥିଲୁ ଆଜି କେମିତି ପ୍ରଭୁଙ୍କ ପରମ ଧାମକୁ ପ୍ରାପ୍ତ କରି ପାରିଲୁ।
କୁମ୍ଭୀର ହସିଲା କହିଲା ଗଜ ମୁ ତୁମ ପାଦ ଧରିଥିଲି ମୁକ୍ତି ପାଇବାକୁ ତୁମେ ପ୍ରଭୁଙ୍କ ପରମ ଭକ୍ତ ସେ କଥା ଜାଣି ତୁମ ପାଦ ଧରି ମୁକ୍ତି ପାଇଛି।ଯିଏ ପ୍ରଭୁଙ୍କ ଦାସର ପାଦକୁ ଧରିବ ସେ ନିଶ୍ଚୟ ଉଦ୍ଧାର ହୋଇବ।ତୁମ ପାଦ ଧରି ଥିବାରୁ ମହା ପ୍ରଭୁ ପ୍ରଥମେ ମୋତେ ଉଦ୍ଧାର କରି ନିଜ ଧାମକୁ ଆଣିଲେ।
ତେଣୁ ଆମେ ମଧ୍ୟ ଭକ୍ତକୁ କେବେ କଷ୍ଟ ଦେବା ନାହିଁ ।ଭକ୍ତଙ୍କ ଶରଣରେ ରହିଲେ ଆମେ ଉଦ୍ଧାର ହୋଇ ପାରିବା।ପବିତ୍ର ମାଘ ମାସ ପୂର୍ଣ୍ଣମା ତିଥିରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ହୁଏ।
ମହାପ୍ରଭୁଙ୍କ ପାଦପଦ୍ମରେ କୋଟି ପ୍ରଣତି।
