STORYMIRROR

Trushna Das

Others

3  

Trushna Das

Others

ମାୟାବିନୀ : 5

ମାୟାବିନୀ : 5

5 mins
142


କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " କାହାଣୀର ପୂର୍ବ ଅଧ୍ୟାୟଗୁଡିକୁ ପଢନ୍ତୁ।ଆଗାମୀ ଅଧ୍ୟାୟରେ ଆମେ ପଢିଥିଲୁ ଯେ ଦିଶା ମାୟାବିନୀ କଥା କହୁଛନ୍ତି। ସେ ଆଉ ଗୋଟିଏ ନାଗୁଣୀ କଥା ମଧ୍ୟ କହୁଛନ୍ତି। ଆଉ କଣ ଗୋଟିଏ ତାଙ୍କ ସହ ହୋଇ ଥିବା ଅନ୍ୟାୟ ବିଷୟରେ ତାଙ୍କ ବାପାଙ୍କୁ କହୁଛନ୍ତି। ସେ ସବୁ କଣ ଚାଲନ୍ତୁ ଜାଣିବା :


ଦିଶା ରବି ନନାଙ୍କ ସହ କଥା ହେଉ ଥିବା ସମୟରେ ସେ ଶୁଭମଙ୍କୁ ଆସିବାର ଦେଖି କହିବା ବନ୍ଦ କରି ଦେଲେ। ଶୁଭମ ଆସିବାରୁ ରବି ନନା କଥା ବଦଳାଇ ଦେଲେ। 


ଦିଶାଙ୍କ ଭଉଣୀ ନେହା ଆସି ଖାଇବା ପାଇଁ ଡାକିଲେ।ଖାଇବା ପିଇବା ସରି ଯିବା ପରେ ଶୁଭମ କହିଲେ ବାବା ଆମେ ଯିବୁ....ମଳ ମାସ କାଲି ଠାରୁ।ଆଜି ନ ଫେରିଲେ ଖରାପ ବୋଲି ମାଆ କହିଲେ। ରବି ନନା କହିଲେ ହଁ ମୁଁ ଜାଣେ। 


ତାପରେ ଦିଶା ଓ ଶୁଭମ ଘର ଅଭିମୁଖେ ବାହାରିଲେ। ରାସ୍ତାରେ ତାଙ୍କ ଗାଡି ଖରାପ ହୋଇଗଲା। ଜଙ୍ଗଲ ମଧ୍ୟରେ। ସନ୍ଧ୍ୟା ବି ହୋଇ ଯାଇ ଥାଏ। ଗାଡି ଠିକ କରିବା ପାଇଁ ଶୁଭମ ଚେଷ୍ଟା କରୁ ଥାଆନ୍ତି। ଦିଶା ମୋବାଇଲ ଲାଇଟ ଦେଖାଉ ଥାଆନ୍ତି। ହେଲେ ଗାଡି ଠିକ ହେଲା ନାହିଁ। ବର୍ଷା ବି ଝିପ ଝିପ ପକାଇଲାଣି। ଜଙ୍ଗଲ ରାସ୍ତାରେ ଦିଶାଙ୍କୁ ନେଇ ଗାଡିରଜ ରହିବା ଶୁଭମ ଠିକ ଭାବିଲେ ନାହିଁ। ସେହି ସମୟରେ ଦିଶା କହିଲେ ସାମ୍ନାରେ ଗୋଟିଏ କୁଡିଆ ଘର ଅଛି। ଚାଲ ଯିବା। ସାହାଯ୍ୟ ପାଇବା ଉଦ୍ଦେଶ୍ୟରେ ସେ ଘରକୁ ଦିଶା ଓ ଶୁଭମ ଯିବା ପାଇଁ ବାହାରିଲେ। ହେଲେ ଶୁଭମଙ୍କୁ ସେ ଜାଗା ଜଣା ଶୁଣା ଲାଗୁ ଥାଏ। ଯେମିତି ନିଜ ଘର।ସେ ଘରକୁ ଯାଇ ଯେମିତି ହାତ ମାରିଲେ ତାଙ୍କୁ ଲାଗିଲା ଯେମିତି ସେ ଘରେ ସିଏ ଆଉ ଗୋଟିଏ ସ୍ତ୍ରୀ ଲୋକ ରହୁ ଥିଲେ। ହେଲେ ସେ ସ୍ତ୍ରୀ ଲୋକଟି କିଏ.... ତାର ଚେହେରା ସ୍ପର୍ଶ ଭାବରେ ସେ ଜାଣି ପାରୁ ନ ଥିଲେ। ତାଙ୍କୁ ଲାଗୁଥିଲା ଅତୀତର କିଛି ସ୍ମୃତି ଝାପ୍ସା ଝାପ୍ସା ତାଙ୍କ ଆଖି ସାମ୍ନାକୁ ଆସୁ ଥାଏ। 


ଶୁଭମ ଅଜାଣତରେ ସିଧା ଯାଇ ଘରର ଚାବି ଯେଉଁଠି ଥିଲା ସେଠାରୁ ଖୋଲିଲେ ଏବଂ ଦିଶାଙ୍କୁ ଭିତରକୁ ଡାକିଲେ। 


ଦିଶା ଭିତରକୁ ନ ଯାଇ ବର୍ଷା ପାଣିରେ ଖେଳିବାକୁ ଲାଗିଲେ। ଶୁଭମଙ୍କୁ ଲାଗୁ ଥାଏ ଯେମିତି ସେ ଦିଶାଙ୍କୁ ଏପରି ଖେଳିବାର ଆଗରୁ ଦେଖିଛନ୍ତି।ଶୁଭମ ଦିଶାଙ୍କୁ ଡାକିବା ପାଇଁ ଯାଇ ନିଜେ ଭିଜି ଗଲେ ।ଜୋରେ ଘଡଘଡି ମିରିଲାରୁ ଦିଶା ଯାଇ ଶୁଭମଙ୍କୁ କୁଣ୍ଢାଇ ପକାଇଲେ। ଦିଶାଙ୍କ ସ୍ପର୍ଶ ଶୁଭମଙ୍କୁ ଜଣା ଶୁଣା ଲାଗୁ ଥାଏ। ଯେମିତି ଏ ସବୁ ଘଟଣା ତାଙ୍କ ସହ ଆଗରୁ ହୋଇ ଯାଇଛି। 


ଶୁଭମ କିଛି ନ କହି ଦିଶାଙ୍କୁ ଟାଣି ଭିତରକୁ ନେଲେ। ଦୁହେଁ ଥଣ୍ଡାରେ ଥରୁ ଥାଆନ୍ତି। ଶୁଭମଙ୍କୁ କିଛି ଝାପ୍ସା ଦିଶିଲା। ସେ ସିଧା ଉଠି ଗଲେ ଏବଂ ଗୋଟିଏ ବାକ୍ସ ଖୋଲି ଦିଶାଙ୍କୁ ଶାଢୀ କାଢି ଦେଲେ। ଦିଶା ପଚାରିଲେ ଶୁଭମ ତୁମେ କେମିତି ଜାଣିଲ ସେଠି ଅଛି ବୋଲି। 


ଶୁଭମ : ମୁଁ ଜାଣେ ନାହିଁ। ହେଲେ ମୋତେ କିଛି ଝାପ୍ସା ଝାପ୍ସା ଦେଖା ଗଲା ପରି ଲାଗିଲା। 


ଦିଶା ହଠାତ ଅଚେତ ହୋଇ ପଡି ଗଲେ। ଶୁଭମ ତାଙ୍କ ଦେହରେ ହାତ ମାରି ଦେଖିଲେ ତାଙ୍କୁ ଜ୍ଜର। ଆଉ ସେ କମ୍ପୁଛନ୍ତି। ଚାରିଆଡେ ନଜର ପକାଇଲେ ଶୁଭମ ମୋବାଇଲ ଆଲୁଅରେ ଦେଖିଲେ ହେଲେ ଗରମ ପୋଷାକ ପାଇଲେ ନାହିଁ କି ନିଆଁ ଜାଳିବା ସାମଗ୍ରୀ ପାଇଲେ ନାହିଁ। ସେପଟେ ଥଣ୍ଡାରେ ନିଶ୍ୱାସ ଠିକରେ ନେଇ ପାରୁ ନ ଥାଆନ୍ତି। ଶେଷରେ ଶୁଭମ କିଛି ଉପାୟ ନ ପାଇ ନିଜ ଶରୀରର ସ୍ପର୍ଶରେ ଦିଶାଙ୍କୁ ଗରମ କରିବା ପାଇଁ ଯାଇ ତାଙ୍କୁ ପୋଷାକ କାଢ଼ି ଜାକି ଧରିଲେ। ଦିଶାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ଶୁଭମ ଦିଶାଙ୍କ ଓଠ ଖୋଲି ନିଜେ ପାଟି ଦ୍ୱାରା ତାଙ୍କୁ ଅକ୍ସିଜେନ ଦେଲେ। ଦିଶାଙ୍କ ଅବସ୍ଥାରେ ଧିରେ ଧିରେ ସୁଧାର ଆସିଲା। ଶୁଭମଙ୍କୁ ଖାଲି ଲାଗୁ ଥାଏ ଏମିତି ଆଗରୁ ସେ କାହା ସହ କରିଛନ୍ତି। ହେଲେ କେବେ ଓ କାହା ସହ କରିଛନ୍ତି ମନେ ପଡୁ ନ ଥାଏ। ଏମିତି ଭାବୁ ଭାବୁ ଦିଶାଙ୍କୁ ସେମିତି ଅବସ୍ଥାରେ ଜାକି ଧରି ଶୋଇ ଗଲେ। ସକାଳୁ ଶୁଭମ ଉଠି ଦେଖିଲେ ଦିଶା ତାଙ୍କ ହାତରେ ମୁଣ୍ଡ ରଖି ସେସିତି ତାଙ୍କୁ ଜାକି ଧରି ଶୋଇଛନ୍ତି। ପରିସ୍ଥିତିରେ ପଡି ଶୁଭମ ସିନା ଦିଶାଙ୍କ ବିନା ଅନୁମତିରେ ଏମିତି ଭାବରେ ନିଜ ଶରୀରର ସ୍ପର୍ଶ ଦେଇ ଥିବାରୁ ସେ ନିଜକୁ ଲଜ୍ଜିତ ମନେ କଲେ। ଦିଶା ଉଠିବା ଆଗରୁ ସେ ନିଜେ ପୋଷାକ ପିନ୍ଧି ଦେଲେ। ଦିଶା ଉଠିଲେ ଏବଂ କହିଲେ କାଲି କଣ ହେଲା ମୋର କିଛି ମନେ ନାହିଁ। 


ଶୁଭମ ଓ ଦିଶା ଗାଡି ପାଖକୁ ଗଲେ। ଶୁଭମ ଦିନ ଆଲୁଅରେ ଗାଡି ଠିକ କରି ଘରକୁ ଗଲେ। ଘରେ ପହଞ୍ଚିଲା ପରେ ଶୁଭମ ସେ ସ୍ମୃତି ଓ ଗତ ରାତି କଥା ଭାବୁ ଥାନ୍ତି। 


ଦିଶା ଚାହା ନେଇ ଯିବାରୁ ଶୁଭମ ବିରକ୍ତ ହୋଇ ଚାହା ଫିଙ୍ଗ ଦେଲେ। ଦିଶାଙ୍କ ହାତରେ ଚାହା ପଡି ଗଲା। ଦିଶା ଆ କହିବା ମାତ୍ରେ ଶୁଭମ ଉଠି ଆସିଲେ ଦିଶାଙ୍କ ପାଖକୁ। ସାଙ୍ଗେ ସାଙ୍ଗ ଦିଶାଙ୍କ ହାତକୁ ନେଇ ଧୋଇ ଦେଲେ ଏବଂ ନ ଜଳିବା ପାଇଁ ଔଷଧ ଦେଲେ। 


ଶୁଭମ : କଣ ପାଇଁ ତୁମେ ହାତ ଦେଇ ଅଟକାଉ ଥିଲ। ଦେଖିଲ ନା ତୁମ ହାତ ପୋଡି ଗଲା। ଏ ସବୁ ମୋ ପାଇଁ। 


ଶୁଭମଙ୍କ ଆଖିରେ ଲୁହ ଆସି ଗଲା। 


ଦିଶା : ଏବେ ମୋତେ ଏତେ ରାଗୁ ଥିଲ। ପୁଣି ଏତେ ଭଲ ପାଇବା କଣ ପାଇଁ ଶୁଭମ? 


ଶୁଭମ : ତୁମେ କେବେ ବୁଝି ପାରିବ ନାହିଁ ? ଛାଡ ଦିଶା। ତୁମ ପାଇଁ ଏ ସମ୍ପର୍କ ତ ଖାଲି ଗୋଟିଏ କର୍ତ୍ତବ୍ୟ। ମୋ ମନ କଥା ବୁଝି କଣ ହେବ। 


ଏତିକି କହି ଶୁଭମ ପଳାଇଲେ। 


ଦିଶା ମନେ ମନେ ହସି ହସି କହିଲେ ମୁଁ ବି ତୁମକୁ ସେତିକି ଭଲ ପାଏ। ହେଲେ ମୋ ଉଦ୍ଦେଶ୍ୟ ପୂରଣ ନ ହେବା ଯାଏଁ ମୁଁ ତୁମକୁ ମୋନ କଥା କହି ପାରିବି ନାହିଁ। 


ଏତିକି ବେଳେ ସୋନା ଦିଶାଙ୍କ ରୁମକୁ ଆସିଲେ। 


ଦିଶା : ସୋନା ତୁମେ ?


ସୋନା : ହଁ । ଦେଖୁଥିଲି ନିଜ ସ୍ୱାର୍ଥ ପାଇଁ ତୁ କଣ ସବୁ କରି ପାରୁ। 


ଦିଶା : ଶୁଭମ ମୋର ସ୍ୱାମୀ। ଆଉ ମୁଁ ତାଙ୍କ ସହ ଯାହା ବି କରେ ସେଇଟା ଆମ ଦୁହିଁଙ୍କ ମଧ୍ୟରେ କଥା। 


ସୋନା : ମୁଁ କିନ୍ତୁ ତୋତେ ଆଉ ଶୁଭମକୁ ଏକ ହେବା ପାଇଁ ଦେବି ନାହିଁ। 


ସୋନା ରୁମରୁ ବାହାରି ଚାଲି ଗଲେ। ଦିଶା ମନେ ମନେ ଭାବୁ ଥାଆନ୍ତି ଆମେତ ଶିବ ବାବାଙ୍କର ଆଶ୍ରିତ। ତୁ କଣ ବା କରି ପାରିବୁ? 


ଏତିକି ବେଳେ ବିନ୍ ବାଜିବାକୁ ଲାଗିଲା। ଦିଶା ବିନ୍ ଶବ୍ଦରେ ଜାଣି ପାରିଲେ ସାପ କେଳା ଆସି ଯାଇଛି। ସେ ନିଜ ରୂପରେ ଧିରେ ଧିରେ ଆସିବାକୁ ଲାଗିଲେ ଏବଂ ସାପ ରୂପ ନେଇ ବାହାରି ଗଲେ। ଛାତକୁ ଯାଇ ସେ ନିଜ ଛାଲ ବଦଲାଇ ମଣିଷ ହୋଇଗଲେ। କାରଣ ସେ ତା ଆଗ ଦିନ ରବି ନନାଙ୍କ ଠାରୁ ଏଠି ପାଇଁ ଜଡି ବୁଟି ନେଇ ଥିଲେ। ତେଣୁ ତାଙ୍କୁ ଜ୍ଜର ମଧ୍ୟ ଆସି ଥିଲା। ସେପଟେ ବିନ୍ ଶବ୍ଦରେ ଆର ନାଗୁଣୀ ସାପ କେଳା ସାମ୍ନାକୁ ଆସି ଗଲା। ହେଲେ ସାପକେଳା ତାକୁ ଧରିବା ଆଗରୁ ନାଗୁଣୀ ଦିଶାଙ୍କ ରୁମ ଆଡକୁ ଚାଲି ଗଲା। ତାକୁ ଖୋଜି ଆଉ କେହି ପାଇଲେ ନାହିଁ। ହେଲେ ଦିଶାଙ୍କ ରୁମ ପାଖରେ ସାପ ଛାଲ ପାଇଲେ। କିଛି ସମୟ ପରେ ଦିଶା ନିଜ ରୁମରୁ ବାହାରିଲେ। ଛାଲ ଦେଖି ସେ ଜାଣି ଗଲେ ଏଇଟା ଆର ନାଗୁଣୀର। ଆଉ ଏ ସବୁ ସେ ନାଗୁଣୀ ଦିଶାଙ୍କ ପ୍ରକୃତ ରୂପ ଆଣିବା ପାଇଁ ଚାହୁଁ ଥିଲା। 


ସାପ କେଳା କହିଲା ସେ ଛାଲକୁ ତା ଗୁରୁ ପୂଜାରେ ଜଳାଇ ଦେଲେ ସେ ନାଗୁଣୀ ତାର ଶକ୍ତି ହରାଇ ବସିବ। ତା ଗୁରୁ ରାତିରେ ଆସିବେ। 


ରାତିରେ ଗୁରୁ ଆସିଲା ବେଳକୁ ସାପ କେଳା ସର୍ପ ଦଂଶନ ରେ ମରି ଯାଇଛି ଆଉ ଛାଲ ମଧ୍ୟ ସେଠାରେ ନାହିଁ। ସାପ ଖୋଜିବା ପାଇଁ ସେ ପୁଣି ବିନ ବଜାଇଲା। ହେଲେ ଏବେ ଦିଶାଙ୍କ ଉପରେ କିଛି ପ୍ରଭେଦ ପଡିଲା ନାହିଁ। କାରଣ ଜଡ଼ିବୁଟିର ପ୍ରଭାବ ସପ୍ତାହ ଯାଏଁ ରହିବ। 


ସାପ କେଳା ର ଗୁରୁ ନିରାଶ ହୋଇ ଗଲେ। ହେଲେ ସେ କହିଲେ ସେ ସାପ ଏ ଘରେ ରୁହେ ନାହିଁ। ସିଏ କେତେବେଳେ ଆସିବ କହି ହେଉ ନାହିଁ। ସେ ଆସନ୍ତା ପୂର୍ଣ୍ଣମୀ ଦିନ ମନ୍ତ୍ରିତ ମାଳା ଦେବେ। ଯାହାକୁ ପିନ୍ଧିଲେ ସାପ ଆଉ ପାଖକୁ ଆସିବ ନାହିଁ। 


ରାତିରେ ଦିଶାଙ୍କୁ ଭଲ ଲାଗୁ ନ ଥାଏ। ଖଟରେ ବସି ଥାଆନ୍ତି। ଶୁଭମ ଭିତରକୁ ଆସିଲେ।ସେ ସଫାରେ ଶୋଇବା ପାଇଁ ଗଲା ବେଳକୁ ଦିଶା ତାଙ୍କୁ ଅଟକାଇଲେ ଏବଂ କହିଲେ ମୋତେ ଡର ଲାଗୁଛି। ତୁମେ ମୋ ପାଖରେ ଶୋଇ ପଡ। ଶୁଭମ କିଛି ନ କହି ଦିଶାଙ୍କ ପାଖରେ ଶୋଇ ଗଲେ। ଦିଶା ପୁଣି ପାଖେ ଆସି ଶୁଭମଙ୍କୁ ନିଜ ଆଡକୁ ଟାଣି ଜାକି ଧରିଲେ ।ଶୁଭମ ତ ଦିଶାଙ୍କୁ ଏମିତି ହିଁ ଭଲ ପାଆନ୍ତି।ସେ କିଛି ନ କହି ଚୁପ ଚାପ୍ ଦିଶାଙ୍କୁ ଚାହିଁ ରହି ଥାଆନ୍ତି।ତାଙ୍କର ରାଗ ଓ ଅଭିମାନ ସବୁ ପାଣି ଫୋଟକା ପରି ଚାଲି ଗଲା। ଆଉ ଜଡ଼ିବୁଟି ପ୍ରଭାବରେ ନା କଣ ଦିଶା ଇସାରାରେ ଶୁଭମଙ୍କୁ ଭଲ ପାଆନ୍ତି ବୋଲି ଜଣାଇ ଦେଲେ। ଶୁଭମ ଦିଶାଙ୍କୁ ଆଗ ଦିନ ରାତି ବିଷୟରେ ସବୁ କହିଲେ ଏବଂ ପୁର୍ଣ୍ଣ ଭାବରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଆଗକୁ ବଢାଇବାର ଅନୁମତି ମାଗିବାରୁ ଦିଶା ନିଜକୁ ଶୁଭମଙ୍କ ପାଖରେ ସମର୍ପି ଦେଲେ। ସେ ଦିନ ଯଦିଓ ଦିଶାଙ୍କ ପାଖରେ ନାଗୁଣୀର ଶକ୍ତି ନ ଥିଲା, ତଥାପି ମଣିଷ ରୂପରେ ଥାଇ ନାଗୁଣୀ ଓ ମଣିଷର ଶାରୀରିକ ମିଳନ ହେଲା।ଦିଶି ଓ ଶୁଭମଙ୍କ ସମ୍ପର୍କ ଏକ ନୂଆ ମୋଡ ନେଲା।


( ଦିଶାଙ୍କ ଉଦ୍ଦେଶ୍ୟ କଣ? ଶୁଭମଙ୍କ ସ୍ମୃତିର ରହସ୍ୟ କଣ? ବିଧିର ବିଧାନ ଅନୁଯାୟୀ ମଣିଷ ଓ ନାଗୁଣୀର ମିଳନ କଣ ହେବ ଜାଣବା ପାଇଁ " ମାୟାବିନୀ" କାହାଣୀ ର ଆଗାମୀ ଅଧ୍ୟାୟକୁ ପଢନ୍ତୁ )


Rate this content
Log in