STORYMIRROR

ଶିଶିର ସାହୁ ମନୋଜ

Others

4  

ଶିଶିର ସାହୁ ମନୋଜ

Others

ମାନଦଣ୍ଡ

ମାନଦଣ୍ଡ

1 min
360

ଵହୁତ ଦିନ ଯାଏଁ ହୁଙ୍କାରେ ପଡି଼ ପଡି଼ ସାପକୁ ଅଣଆତିଆ ଲାଗିଲାରୁ ସେ ଦିନଟେ ପଦାକୁ ବୁଲି ଵାହାରିଲା । ଲୋକେ ଯେମିତି ସାପକୁ ଦେଖିଛନ୍ତି ଟେକା ପଥର ଠେଙ୍ଗା ଧରି ତାକୁ ମାରିଦେବାକୁ ଗୋଡା଼ଇଲେ । ସାପ କି ଆଉ ରହୁଛି ଜୀବନ ବିକଳରେ ଆସି ହୁଙ୍କାରେ ପଶିଗଲା ।

ହୁଙ୍କାରେ ସାପଟା ସର୍ପିଣୀକୁ ପଚାରିଲା... “ଏ ମଣିଷମାନେ ମୋତେ ଏତେ ଘୃଣା କାହିଁକି କରନ୍ତି ଯେଵେ କି ଏଇମାନେ ହିଁ

ବେକରେ ମୋ ଭଳିଆ ଏକ ଜୀଵକୁ ଗୁଡାଇ ହୋଇଥିବା ଦେଵତାଙ୍କୁ ପୂଜା କରନ୍ତି ଆଉ ସେଠାକୁ ମୁଁ ଯଦି ଯାଏ ମୋତେ ସେମାନେ କ୍ଷୀର ଦିଅନ୍ତି ଆଉ ମୋର ପୂଜା କରନ୍ତି . ଏତେ ଭେଦଭାଵ କାହିଁକି ହୁଏ ।”

-“ଆରେ ଏଇ ତ ଅସଲ କଥା । ଆଜିର ଦୁନିଆରେ କାହାକୁ ଘୃଣା ଵା ପୂଜା କରିବାର ମାନଦଣ୍ଡ ଏଇଆ ନୁହେଁ ଯେ ଅମକ ଲୋକ ଭଲ ଵା ସମକ ଲୋକ ଖରାପ l ଵରଂ ଲୋକେ ଦେଖନ୍ତି ଯେ ଲୋକଟି ସଡ଼କରେ ଅଛି ନା ଉଚ୍ଚ ସ୍ଥାନରେ ବସିଛି ।”

ସର୍ପିଣୀଟି ସାପକୁ ବୁଝେଇଲା ....


రచనకు రేటింగ్ ఇవ్వండి
లాగిన్