STORYMIRROR

Samar Ballav Bhoi

Children Stories Inspirational

3  

Samar Ballav Bhoi

Children Stories Inspirational

ମାଆ

ମାଆ

2 mins
218


 

ଆନନ୍ଦ ଦଶମ ଶ୍ରେଣୀ ପାସ୍ ପରେ ବାହାର ସହରକୁ ପଢ଼ିବା ପାଇଁ ଯିବ, ମନରେ ଅନେକ ଉଷ୍ଣତା ଆନନ୍ଦର। ଗାଁ ମାଟିରେ କି ସୁଗନ୍ଧ ଓ ମହକ ଥାଏ କେଜାଣି, ଗାଁ ଛାଡି ବାହାରକୁ ଯିବାକୁ ଜମା ମନ ହୁଏନାହିଁ। ଗାଁ ପରିବେଶ ଓ ଗାଁ ସ୍କୁଲର ପାଠପଢା ଅତ୍ୟନ୍ତ ନିଆରା, ଆନନ୍ଦ ଭଲ ପାଠ ପଡେ, ବହୁତ ପରିଶ୍ରମ କରେ। ଜେଜେ, ଜେଜେମା, ବାପା ମାଆ ଓ ପରିବାର ସମସ୍ତେ ଆନନ୍ଦକୁ ବହୁତ ସ୍ନେହ ଆଦର କରନ୍ତି, ବିଶେଷ କରି ମାଆର ସ୍ନେହ ବୋଳା ଆଦର ସତରେ କେତେ ନିଆରା। ମା ହାତ ପରସା ଖାଦ୍ୟରେ ସତେକି କୁହୁକ ଯାଦୁ ଥାଏ, ପେଟ ପୁରା ମନ ଭରି ଖାଦ୍ୟ ସବୁ ଆନନ୍ଦରେ ଖାଇଯାଏ। ଅନେକ ସମୟରେ ଯିଦି କରେ ସବୁ ପ୍ରକାରର ନୁଆ ନୁଆ ଖାଦ୍ୟ ପାଇଁ। ବାହାର ଜଗତକୁ ଗଲେ ଖାଲି ଏକା ଏକା ଅନୁଭବ ହେବ, ନୂଆ ନୂଆ ସାଙ୍ଗମାନେ ମିଳିଯିବେ। ପାଠପଢାରେ ନିମଗ୍ନ ହେବାକୁ ପଡ଼ିବ। ହେଲେ ମା'ର ମଧୁର ଶବ୍ଦ , ବାପରେ, ଧନରେ ଏ ସବୁ ଆଉ ଶୁଣିବାକୁ ମିଳିବ ନାହିଁ। 

୨୦୦୦ ମସିହା ଜୁଲାଇ ମାସ, କଲେଜରେ ନାଁ ଲେଖା ହେଲା, ଇଂରେଜ ମାନଙ୍କ ଅମଳର କଲେଜ, ରେଭେନ୍ସା ମହାବିଦ୍ୟାଳୟରେ ମୋର ଏଡମିଶନ କରାଗଲା, କଲେଜ ପାଠପଢା ଆରମ୍ଭ ହେବ, ମୋତେ ବାପା କଲେଜ ହଷ୍ଟେଲରେ ଛାଡ଼ିଦେଇ ଆସିଲେ। ମୋତେ ବାପା ହଷ୍ଟେଲର ସବୁ ନିୟମ କାନୁନ ବୁଝାଇ ଛାଡ଼ିଦେଇ ଗଲେ। ପ୍ରଥମ ସପ୍ତାହଟା ଭାରି କଷ୍ଟକର ଥିଲା। ମା କଥା ଭାରି ମନେ ପଡୁଥାଏ, ମା'ର ମଧୁର କଥାବାର୍ତ୍ତା , ଖାଇବା ସମୟରେ ଅଳି, ମା ମନରେ ସନ୍ତାନ ପାଇଁ ଯେଉଁ ଆତ୍ମୀୟତା ଆଜି ମୋତେ ଭାରି ଚିନ୍ତାରେ ପକାଉଛି, ଯାହା ହେଉ ଦିନେ ନା ଦିନେ ତ ଆଗକୁ ଆସିବାକୁ ପଡ଼ିବ। ଦୁଇ ତିନ ମାସ ପରେ ଦୁର୍ଗା ପୁଜା ଛୁଟି ହେଲା , ଆନନ୍ଦ ଘରକୁ ଆସିଥାଏ। ମାଆ ପଚାରିଲେ, ଆରେ ବାପା ଆନନ୍ଦ କଲେଜ ଜୀବନ କେମିତି ଲାଗିଲା? ସତରେ ମାଆ ତୋର ବିନା ମୋତେ ସେଠି ସବୁ ଯେମିତି କେମିତି କେମିତି ଲାଗୁଥାଏ। ତୋର ମଧୁର କଥାବାର୍ତ୍ତାରୁ ବଂଚିତ ଥିଲି, ତୋର ଆତ୍ମୀୟତା ସେଠାରେ ମିଳୁ ନଥିଲା। ସେସବୁକୁ ମନରୁ ଦୂର କରି ପାଠପଢାରେ ଧ୍ୟାନ ଦେବୁ! 




Rate this content
Log in