STORYMIRROR

Trilochan Karjee

Others

3  

Trilochan Karjee

Others

ମାଆ, ମମି ଓ ବୋଉ

ମାଆ, ମମି ଓ ବୋଉ

1 min
597

ତିନୋଟି ପିଲା ଥିଲେ। 

ପ୍ରଥମ ପିଲା ଜଣକ ତା ମାଆ କୁ ମାଆ ବୋଲି ଡାକେ।

ଦ୍ବିତୀୟ ପିଲା ଜଣକ ମମି ବୋଲି ଡାକେ। 

ତୃତୀୟ ପିଲା ଜଣକ ବୋଉ ବୋଲି ଡାକେ। 

ଦିନେ ଗୋଟିଏ ସାକ୍ଷାତକାରରେ ଏହାର ରହସ୍ୟ ପଚରା ଗଲା। 

ସମସ୍ତଙ୍କ ଉତ୍ତର ଶୁଣି ତାଙ୍କ ଆଗରେ ବସିଥିବା ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। 

ସେମାନଙ୍କ ଏପରି ଉତ୍ତର ଥିଲା। 


ପ୍ରଥମ ଜଣକ କହିଲା-ମୋ ମାଆ ଏ ପୃଥିବୀରେ ନାହିଁ କିନ୍ତୁ ଯିବା ପୂର୍ବରୁ ମୋତେ କହିଥିଲା ସବୁ ମାଆ ମୋ ପରି ତୋ ମାଆ ତେଣୁ ତୁ ଏହା ରକ୍ଷା କରିବୁ। ସେଇ ଦିନଠାରୁ ଅନ୍ଯ ମାନେ ମଧ୍ୟ ମାଆ ହୋଇ ଯାଇଛନ୍ତି। 


ଦ୍ବିତୀୟ ଜଣକ କହିଲା -ମୋ ଜନ୍ମ ହେବା ପରେ ମୋ ମାଆ ଆଉ ଜଣକ ସହ ବାହା ହୋଇ ଚାଲିଗଲା। ମୋ ବାପା ଆଉ ଜଣକ ସହ ବିଭା ହେଲେ ମୁଁ ଏବେ ତାକୁ ମମି ବୋଲି ଡାକେ।


ତୃତୀୟ ଜଣକ କହିଲା - ମୋର କେଇ ନାହାନ୍ତି କାରଣ ମୁଁ ଜଣେ  

ଅନାଥ। ଥରେ ଜଣେ ବାବୁ ମୋତେ ଆଣି ନୂଆ ଜୀବନ ଦେଲେ। ତାଙ୍କର ପିଲା ଛୁଆ ହେଉନଥିବାରୁ ମୋତେ ପୁଅ କଲେ। ସେଠି ମୋତେ ମୋର ନୂଆଁ ମା ମିଳିଲା ମୁଁ ତାକୁ ବୋଉ ବୋଲି ଡାକେ। 



साहित्याला गुण द्या
लॉग इन