STORYMIRROR

Sunanda Mohanty

Others

3  

Sunanda Mohanty

Others

ମାଆ ଝିଅ

ମାଆ ଝିଅ

2 mins
236


ସୋମା ବାହାଘରରେ ଯେଉଁ ସବୁ ଗହଣା ଆଣିଥିଲା, ଗହଣାର ଡିଜ଼ାଇନ ସବୁ ପୁରୁଣା କାଳିଆ ଥିବାରୁ ତା ମନ ଉଣା ଥିଲା, ସେସବୁ କଥା ମାଆ ତାର ଜାଣିପାରି ସୋମାକୁ ବୁଝେଇଥିଲେ, ଦେଖ ମାଆ ଏସବୁ ଗହଣା ଭିତରେ ତୋ ଆଇ ଆଉ ଜେଜେମାଙ୍କ ସ୍ମୃତି, ତେଣୁ ଏ ଗହଣା ସବୁ ଭାଙ୍ଗିବାକୁ ମନ ହେଲାନାହିଁ ଦ୍ୱିତୀୟରେ ଭାଙ୍ଗିଲେ ସେଇ ସୁନା ଆମକୁ ବଣିଆ ଦେବ ନାହିଁ ତୃତୀୟରେ ବଦଳାଇ ଆଣିଲେ ଆଉ ଅଧିକା ଟଙ୍କା ଦେବାକୁ ବାପାଙ୍କୁ ଭାରି ପଡିବ ତ ସୋମା ଚୁପ ହୋଇଯାଇଥିଲା ଆଉ ତନଖି ପରଖି କାନର ହାତର ଚଳେଇ ଦେଲେ ବି ବେକର ହାର ଟି ଜମା ପିନ୍ଧିନଥିଲା, ବରଂ କିଣି ଆଣି ବେକରେ ନକଲି ଗହଣା ହାର ପିନ୍ଧି ବେଦୀରେ ବସିଲା, ତ ମାଆ ପୁଣି ବୁଝେଇ ବିଦା ହେଲା ବେଳକୁ କହିଥିଲେ ଦେଖ ମାଆ ସବୁ ଗହଣା ଅପେକ୍ଷା ଏଇ ବେକର ହାରଟି ଅଧିକା ମୂଲ୍ୟବାନ କାରଣ ଏଇଟି ତୋ ବାପା ମୋ ପାଇଁ କିଣି ଦେଇଥିଲେ, ତ ଅବୁଝା ଆଖିରେ ଲୁହ ଭରା ନୟନରେ ହାର ପିନ୍ଧି ସୋମା ବିଦାୟ ନେଲା ସତ, ହେଲେ ବେଳ ଅବେଳରେ ତା ଗହଣା ସବୁ ପୁରୁଣା କାଳିଆ ବୋଲି ତାକୁ ବହୁତ ସହିବାକୁ ପଡିଛିର କଥା ସବୁ କୁହେ ତ ମାଆ ଏଥର ତାଙ୍କ ମନ କଥା କହିଥିଲେ ଯେ ଦେଖ ମାଆ ସୋମା ତୁ ବ୍ୟସ୍ତ ହୁଅନା ଏଵେ ବାପା ଅବସର ନେବା ପରେ ମୋ ପାଇଁ ହାରଟିଏ କିଣି ଦେବେ କହିଛନ୍ତି ତ ତୁ ସେ ପୁରୁଣା ହାର ମତେ ଦେଇ ନୂଆ ଟିକୁ ନେଇଯିବୁ l

 ସୋମା ଦିନ ଗଣୁଥିଲେ କେବେ ଘରକୁ ଆସିବ ମାଆର ନୂଆ ହାର ନେବ, ନୂଆ ହାର ବି କିଣା ସାରିଥିଲା, ଫୋଟୋ ବି ସେ ଦେଖି ସାରିଥିଲା, ସେମାନେ ସବୁ ଆସିବାର ମୁହୂର୍ତ୍ତ ବି ପାଖେଇ ଆସୁଥିଲା, ହେଲେ ସେଦିନ ରାତିରେ ସେ ଯେବେ ଫୋନ ପାଇଲା ମାଆର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହେଲା, ସେ ହେଲା ଅସ୍ଥିର, ସବୁ କିଛି ହରେଇ ସାରିବା ପରେ ଯେମିତି ଲାଗେ ତାକୁ ସେମିତି ଲାଗିଲା, ସେ ଆସିଲା ସତ, ହେଲେ ତା ମନରେ ଆଗର ସରସତା ନଥିଲା, ନଥିଲା ବି ଆବେଗ ବା ଉନ୍ମାଦନା, ଗଲା ବେଳକୁ ବାପା ଯେବେ ମାଆ ପାଇଁ କିଣିଥିବା ନୂଆ ହାର ଦେଇ ମାଆର ଶେଷ ଇଚ୍ଛା ଏଇଟା ତୁ ନେ କହୁଥିଲେ ସୋମା ଭୋ ଭୋ କାନ୍ଦି ସଂଜ୍ଞାହୀନ ହୋଇ ପଡୁଥିଲା, ପ୍ରକୃସ୍ଥିତ ହେଲା ପରେ କହୁଥିଲା ମୋର ହାର ଦରକାର ନାହିଁ ବାପା ମାଆ ଦରକାର, ଦେଇପାରିବ ମତେ, ତ ସ୍ଥାଣୁ ପାଲଟି ଯାଉଥିଲେ ବାପା l



Rate this content
Log in