Bandita Mohanty

Children Stories Fantasy

4.8  

Bandita Mohanty

Children Stories Fantasy

ମା ଙ୍କ ଯାଦୁଗାରୀ ସ୍ପର୍ଶ

ମା ଙ୍କ ଯାଦୁଗାରୀ ସ୍ପର୍ଶ

4 mins
605


  ମା କେତେ ମିଠା ଶବ୍ଦ। ଏଇ ଗୋଟିଏ ଶବ୍ଦ ସାରା ଦୁନିଆ କୁ ଗ୍ରାସିତ କରି ରଖିଛି। ତାଙ୍କ ହୃଦୟ ଆକାଶ ଠାରୁ ବି ବୃହତ୍ ଅଟେ। ଉପରେ କେତେ ରାଗ କି ଅଭିମାନ ଥାଉ କିମ୍ବା ପର ଲୋକ ଙ୍କ କଥା ଶୁଣି କେତେ ଗାଳି ଦିଅନ୍ତୁ ନା କାହିଁକି ଭିତରେ କିନ୍ତୁ ସେ ବହୁତ ଭଲ ପାଆନ୍ତି। ଗାଳି ଦେବା ସମୟରେ ସେ ଭାବନ୍ତି ଯେମିତି ମୁଁ ମୋ ନିଜକୁ ନିଜେ ହିଁ ଗାଳି କରୁଛି। ତେଣୁ ଗାଳି ଦେବା ପରେ ବେଳେ ବେଳେ ଆମ ମାନଙ୍କ ମୁହଁ କୁ ଚାହିଁ କାନ୍ଦି ପକାନ୍ତି। ଯେତେ ହେଲେ ବି ସେ ମା। ଅନ୍ତ ଚିରି ଜନ୍ମ ଦେଇଛନ୍ତି। ଆମକୁ ଯଦି କଷ୍ଟ ହୁଏ କୌଣସି କଥାକୁ ନେଇ ତା ହେଲେ ତାଙ୍କୁ କାହିଁକି ହେବନି.....? 

 ଏମିତି ଭାବରେ ମନକୁ ମନ ବହେ ଗପି ଚାଲିଥାଏ ଶୁଭଶ୍ରୀ। ସ୍ନିଗ୍ଧା ର ଡାକ ରେ ଭାବନା ରୁ ବାହାରିଲା। ଆରେ ୟାର ଛାଡ ନା ସେ ସବୁ। କାଇଁ ମନ ପକାଇ ନିଜକୁ ବେଶି କଷ୍ଟ ଦେଉଛୁ କହିଲୁ। ଯିଏ ଗଲା ଗଲା। ତତେ ସିଏ ବୁଝି ପାରିଲାନି ତେଣୁ ଭୁଲ୍ ତାହାର। ଆଜି ନ ହେଲେ କାଲି ସିଏ ନିଶ୍ଚିତ ଭାବେ ପସ୍ତେଇବ। ତୋ କଥା ନିଶ୍ଚୟ ମନ ପକାଇବ।

  ଓଃ....! ତୁ ବନ୍ଦ କର । ମୁଁ ବିରାଜ କଥା ଭାବୁ ନାହିଁ। ମୁଁ ତ........

  କଣ ମୁଁ ତ.....? ବିରାଜ ଛଡା ତୁ ଆଉ କାହାକୁ ଭାବୁଛୁ ? 

  ଆରେ ମୁଁ ମାମା ଙ୍କ କଥା ଭାବୁଥିଲି। ତାଙ୍କୁ କଣ କହିବି ...? କେମିତି ମୁହଁ ଦେଖାଇବି ତାଙ୍କୁ। କେତେ ବିଶ୍ବାସ ସେ କରିଥିଲେ ମୋ ଉପରେ।


  ଓଃ....! ଆଣ୍ଟି ଙ୍କ କଥା ଭାବୁଥିଲି ନାଇଁ। ମୁଁ ଜାଣିଛି ଆଣ୍ଟି କିଛି କହିବେନି। ତୁ ଘରକୁ ଯା। ମୁଁ ସବୁ ବୁଝି ନେବି।

  କୋଉ ମୁହଁ ରେ ଘରକୁ ଯିବି କହ....? ବିରାଜ ସହ ମୋର ବାହାଘର ହେବ ବୋଲି ମାମା ବହୁତ ଖୁସି ଥିଲେ। ପରୀକ୍ଷା ସରିଲେ କହିଥିଲେ ବିରାଜ ଘରେ ଯାଇ କଥା ଟି କହିଦେବା ପାଇଁ। ଆଉ ତା ପରେ ଭଲ ବେଳା ଲଗ୍ନ ଦେଖି ବାହାଘର କରି ଦେଇଥିଲେ ସେ ଚିନ୍ତା ମୁକ୍ତ ହେଇ ଥାନ୍ତେ। କିନ୍ତୁ ବିରାଜ ଏମିତି କରିଛି ବୋଲି ସେ କେବେ ବି ବିଶ୍ବାସ କରିବେନି ମୁଁ ଜାଣିଛି।


  ଆରେ ତୁ ଯା ବୋଲି କହୁଛି ନା....!!! ମୁଁ ସବୁ ବୁଝି ଦେବି। ମୋ ଉପରେ ବିଶ୍ବାସ ଅଛି ତ ତୋର।

  ହଁ ତୁ ତ ମୋର ଦ୍ଵିତୀୟ ମା। ମାମା ପରେ ଯଦି ମୁଁ ଆଉ କାହାକୁ ବେଶି ବିଶ୍ବାସ କରେ ସିଏ ହେଉଛୁ ତୁ।

  ତା ହେଲେ ଘରକୁ ଯା....!!

    ଆଉ କିଛି ନ ଭାବି ଶୁଭଶ୍ରୀ ଘରକୁ ଆସିଲା। ଶୁଭଶ୍ରୀ ଖଲ୍ଲିକୋଟ ରେ ରହି ପାଠ ପଢ଼ିବା ସହ ଗୀତ ବି ଶିଖୁଥିଲା। ଘରଭଡ଼ା ନେଇ ରହୁଥାଏ ଖଲ୍ଲିକୋଟ ରେ।ଦଶମ ପଢିଲା ବେଳେ ବାପା ଏକ ଏକ୍ସସିଡେଣ୍ଟ ରେ ଚାଲିଯାଇଥିଲେ । ଘରେ କେବଳ ସିଏ ଆଉ ତା ମା। ଦୁହେଁ ଫ୍ରେଣ୍ଡ୍ ଭାବରେ ରୁହନ୍ତି। ଯେହେତୁ ଆଗକୁ କି ପଛକୁ କେହି ନାହାନ୍ତି। ତେଣୁ ମନର କଥା ଦୁହେଁ ଦୁହିଙ୍କ ଭିତରେ ସେୟାର ନ କରିଲେ କେମିତି ହେବ ତା ଛଡା ମା ଝିଅ ର ସବୁ ଠାରୁ ବେଷ୍ଟ ଫ୍ରେଣ୍ଡ୍ ନା। ତେଣୁ ଶୁଭଶ୍ରୀ ଆଉ ନ ଡରି ଘରକୁ ବାହାରିଲା।


  ମା ଜାଣିଥିଲେ ଝିଅ ଆସୁଛି ବୋଲି ତେଣୁ ସେ ତା ପାଇଁ ଭଲ ଭଲ ଖାଇବା ତିଆରି କରି ରଖି ଥାଆନ୍ତି। ଶୁଭଶ୍ରୀ ଘରେ ପହଞ୍ଚି ମା ଙ୍କୁ ପ୍ରଥମେ ମୁଣ୍ଡିଆ ମାରିଲା । ମା ଆଶୀର୍ବାଦ ଦେଇ କହିଲେ ଏତେ ଡେରି କରିଲୁ ଯେ....!


   ସେ କିଛି ନୁହଁ ମା। ଗାଡ଼ି ମିଳିଲାନି ସେଥିପାଇଁ ବିଳମ୍ବ ହେଲା। ହଉ ହଉ ମତେ ଖାଇବାକୁ ଦିଅ। ହାତ ଧୋଇ ଖାଇବାକୁ ବସି ପଡ଼ିଲି। କେମିତି କହିବି ଖାଲି ଭାବୁଥାଏ। ହେଲେ ଠିକ୍ ସେଇ ସମୟରେ ମା କହିଲେ କଣ ରେ ଡରିକି ଘରକୁ ଆସୁ ନ ଥିଲୁ।


  ନାଇଁ ମାମା ଡରିବି କାହିଁକି...? ସେ ବିରାଜ...!

  ମୁଁ ସବୁ ଜାଣିଛି। ସ୍ନିଗ୍ଧା ମତେ ଫୋନ୍ କରି ସବୁ କଥା କହି ସାରିଛି । ଲୁହ ଭରା ଆଖିରେ ଯାଇ ମାମା ଙ୍କୁ ଭିଡ଼ି ଧରି କାନ୍ଦିଲା ଶୁଭଶ୍ରୀ। ମାମା ମୁଣ୍ଡକୁ ଆଉଁସି ଦେଇ ବୁଝେଇ କହିଲେ ତୋର କିଛି ଭୁଲ ନ ଥିଲା। ହଁ ଚିହ୍ନିବା ରେ ତୁ ଭୁଲ୍ କରିଥିଲୁ। କିଛି କଥା ନାହିଁ। ସିଏ ଚାଲିଗଲା ଯଦି ଯାଉ। ଆହୁରି କେତେ ରାଜକୁମାର ଆସିବେ। ତୁ କଣ ଆମର କୋଉ ଗୁଣରେ କମ୍ କି...?


  ହସି ଦେଇ ଶୁଭଶ୍ରୀ କହିଲା ମାମା ତମର ଏଇ କେଇ ପଦ କଥା ରେ ମୁଁ ମୋର ସବୁ ଦୁଃଖ ଭୁଲି ଗଲି। ଖାଇ ଦେଇ ଶୁଭଶ୍ରୀ ଶୋଇବାକୁ ଚାଲିଗଲା । ହେଲେ ଆଖିକୁ ନିଦ ଆସୁ ନ ଥାଏ। ଖାଲି ଏପଟ ସେପଟ ହେଉଥାଏ।


   ଶୁଭଶ୍ରୀ ର ମାମା ଆସି ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ ନିଦ ଆସୁନି କି.....? 

  ଶୁଭଶ୍ରୀ କହିଲା ନା ମାମା....! ବହୁତ ମନ ପଡୁଛି।

  ହଉ ତୁ ଆଖି ବନ୍ଦ କର। ମୁଁ ମୁଣ୍ଡ ଆଉଁସି ଦେବି। ନିଦ ଆସିଯିବ। ଶୁଭଶ୍ରୀ ଯାଇ ମାମା ଙ୍କ କୋଳ ରେ ମୁଣ୍ଡ ରଖି ଶୋଇ ପଡିଲା।

   ସତରେ କେତେ ଆରାମ କେତେ ଶାନ୍ତି ଲାଗେ। ମା ର କୋଳ ରେ ମୁଣ୍ଡ ରଖି ଶୋଇ ପଡିଲେ। ଆଖିକୁ ନିଦ ଆସି ଯାଇଥିଲା ଶୁଭଶ୍ରୀ ର। ସ୍ବପ୍ନ ଦେଖିଲା ।

   ଗୋଟେ ସୁନ୍ଦର ପରୀ ମହଲ ଟିଏ। ସେଠି କିଛି ପରୀ ଖେଳୁ ଥାଆନ୍ତି। ଆଉ କିଛି ଏପାଖ ରୁ ସେପାଖ ଉଡ଼ି ବୁଲୁ ଥାଆନ୍ତି। ଶୁଭଶ୍ରୀ ଏକ ବଗିଚା ଦେଖି ଅଟକି ଗଲା। କେତେ ରଙ୍ଗ ବେରଙ୍ଗ ର ପ୍ରଜାପତି କୁ ଦେଖି ବିଭୋର ହେଇ ଉଠିଲା। ଉଡ଼ି ଉଡ଼ି ଫୁଲ ରୁ ଫୁଲ କୁ ବୁଲି ମହୁ ଶୋଷି ଚାଲି ଥାଆନ୍ତି। କିଛି ପ୍ରଜାପତି ଙ୍କୁ ଧରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେମାନେ ସବୁ ଉଡ଼ି ଯାଉଥିଲେ। କେତେବେଳେ ପ୍ରଜାପତି ଟିଏ ଉଡ଼ି ଆସି ଗାଲ ରେ ବସି ପଡୁଥାଏ ତ ଆଉ କେତେବେଳେ କାନ୍ଧ ରେ। ବହୁତ ମଜା ଲାଗୁଥିଲା ତାକୁ ଏ ସବୁ ଦେଖି।


  ସେଇଠୁ ଗୋଟେ ଜାଗାରେ କିଛି ମ୍ୟାଜିକ ଡଷ୍ଟ ପଡିଥିବାର ଦେଖିଲା। ହାତ ରେ କିଛି ଉଠାଇ ଆଣି ଫୁଙ୍କି ଦେଲା। ପବନ ରେ ସେଗୁଡିକ ଉଡ଼ି ଚିକମିକ ତାରା ଭଳି ଆଲୁଅ ପ୍ରଦାନ କରିଲେ। ଶୁଭଶ୍ରୀ ସେ ସବୁକୁ ଦେଖି ବହୁତ ଖୁସି ହୋଇଗଲା। ହଠାତ୍ ଗୋଟିଏ ଜାଗାରେ ଝୁଣ୍ଟି ପଡ଼ିଲା । ବଡ ପାଟିରେ ଆଃ.... ବୋଲି କହି ଉଠି ବସି ପଡିଲା।

  ମାମା କହିଲେ ଆରେ କଣ ହେଲା ...? 

  ନାଇଁ ମାମା କିଛି ନାହିଁ। ବହୁତ ସୁନ୍ଦର ସ୍ୱପ୍ନ ଥିଲା। କାଇଁ ତମ ହାତ ଟା ମତେ ଟିକେ ଦେଖାଇଲ। ଏମିତି ମୋ ମୁଣ୍ଡରେ ହାତ ରଖି ମତେ ସବୁଦିନ ଶୁଆଇ ଦେବ। ତମ ପାଖରେ କିଛି ଯାଦୁ ରହିଛି ମାମା। ତମ ସ୍ପର୍ଶ ବାଜିବା ମାତ୍ରକେ ମୋ ଦୁଃଖ ସବୁ ଉଭେଇ ଗଲା। କଣ ଏମିତି ଯାଦୁ କରିଲ ଯେ ମୁଁ ସ୍ବପ୍ନ ରେ ପରୀ ରାଇଜ ବୁଲି ଚାଲି ଆସିଲି। ବହୁତ ସୁନ୍ଦର ଯାଗା ଦେଖିଲି। ରଙ୍ଗ ବେରଙ୍ଗ ର ପ୍ରଜାପତି ବି ଦେଖିଲି। ଆଉ ହଁ ମାମା କିଛି ମ୍ୟାଜିକ ଡଷ୍ଟ ବି ଦେଖିଲି। ସେଗୁଡିକୁ ଫୁଙ୍କି ଦେଲା ପରେ ଚିକମିକ୍ ତାରା ଭଳି ମୋ ପାଖରେ ଉଡ଼ି ବୁଲିଲେ। ଆଉ ତା ପରେ.....


  ତା ପରେ ପୁଣି କଣ ହେଲା......?

  କଣ ଆଉ ହେବ...! ଗୋଟେ ଯାଗା ରେ ଝୁଣ୍ଟି ପଡ଼ିଲି। ଆଉ ମୋ ସ୍ଵପ୍ନ ବି ଭାଙ୍ଗିଗଲା । ମାମା ହସି ଦେଇ କହିଲେ। ହଉ ଏଥର ଶୋଇପଡ଼ ମୁଁ ଟିକେ ଆସୁଛି। ମାମା ଚାଲି ଗଲା ପରେ ଦେଖିଲା ତା ହାତ ରେ କିଛି ମ୍ୟାଜିକ ଡଷ୍ଟ ଲାଗିଛି। ସତରେ ମା ଙ୍କ ସ୍ପର୍ଶ ବାଜିଲେ ସବୁ ଦୁଃଖ ଯନ୍ତ୍ରଣା କୁଆଡେ ଚାଲିଯାଏ। ମା ଦୁନିଆର ଜଣେ ବେଷ୍ଟ ଯାଦୁଗର ଅଟନ୍ତି ।



Rate this content
Log in