ଲକ୍ଷ୍ୟ
ଲକ୍ଷ୍ୟ
ଶିକ୍ଷକ ପିଲାମାନଙ୍କୁ ପ୍ରଶ୍ନ କଲେ ,ପ୍ରତେକ ପିଲା କୁହ ତୁମେ ଜୀବନରେ କଣ ହେବ? ଜଣଜନ କରି କହିଲେ ।କିଏକହିଲା ମୁଁ ଡାକ୍ତର ହେବିତ ଅନ୍ୟ ଜଣେ କହିଲା ମୁଁ ପୋଲିସ ,ଅଧ୍ୟାପକ, କିଏ ହେଲେ କହିଲେ ନାହିଁ କୃଷକ ହେବାକୁ । ଶିକ୍ଷକ କଳାପଟାରେ ଚିତ୍ରଟିଏ ଅଙ୍କିଲେ ।ପିଲାକୁ କହିଲେ ଏ ଛତ୍ରଟି କିଏ? ପିଲାମାନେ ଏକାସ୍ୱରରେ କହିଲେ କୃଷକ । ମୁଣ୍ଡରେ ପଗଡି ଅଣ୍ଟାଉପର ମଇଳା ଲୁଗା , ହାତରେ ପାଞ୍ଚଣ । ହଳ ଲଙ୍ଗଳ ।
ଏ ହେଲା କୃଷକର ରୂପ । ଅଭାବ ଅସୁବିଧା ରେ ସଢ଼ୁଥିବା ମଣିଷ । କାମ କରି ମୁଣ୍ଡ ଝାଳ ତୁଣ୍ଡରେ ପରିଜୀବନ ।ଏପରି ମଳିମୁଣ୍ଡିଆ ଜୀବନ ଲିଭଉଥବା ମଣିଷ ହେବାକୁ କିଏ ବା ପସନ୍ଦ କରିବ ?
ଆମେ ସ୍ୱାଧୀନତା ର ସତୁରୀ ବରସ ବିତେଇଲୁଣ।କୃଷକମାନଙ୍କ ଜୀବନ ଓ ଜୀବିକାର ଉର୍ଣ୍ଣତି ହେଉନାହିଁ ।ସାମାଜିକ ସନ୍ନମାନ ନାହିଁ ।ଆମେ ତାକୁ ମାଟିରମଣିଷ ସ୍ଲୋଗାନ ଦେଉଛ ମର୍ଯ୍ୟାଦା ଦେଇନେ । ଜଣେ ପିଲା ଠିଆହୋଇଉଠିଲା କହିଲାସାର ମୁଁ ଶିକ୍ଷକ ହେବି ।ଶିକ୍ଷକ ଧ୍ୟନ୍ୟବାଦଦେଲେ ।
