ଲେଖନୀର ଶକ୍ତି
ଲେଖନୀର ଶକ୍ତି
ଚିତ୍ରାଙ୍କନ ଗୁରୁଜୀ ଚକ ଧରି କଳାପଟାରେ ଚିତ୍ର ଅଙ୍କିଲେ ।ପିଲାମାନଙ୍କୁ କହିଲେ ,ତୁମର ଡ୍ରଇଁ ଖାତାରେ କଳାପଟା ଦେଖି ଆଙ୍କ ।ପିଲାମାନେ ଖୁସିରେ ବସି ଅଙ୍କିଲେ । ଚିତ୍ର ଅଙ୍କିବାକୁ ପିଲାମାନେ ପସନ୍ଦ କରନ୍ତି ।ଶ୍ରେଣୀ ସପ୍ତମ। କଲମର ଚିତ୍ରଟିକୁ ଆଙ୍କିଦେଲେ ଶିକ୍ଷକ । ପିଲାଙ୍କ ଭିତିରି ଗୁଣକୁ ତାଙ୍କ ନିକଟକୁ ଯାଇ ଦେଖୁଥାନ୍ତି । ପିଲା କଲମ ମନଦେଇ ଆଙ୍କୁଥାନ୍ତି ।ଘଣ୍ଟା ବାଜିଗଲା ଏବେ ତର୍କ କ୍ଲାସ । ସପ୍ତମ ପିରିୟଡ଼ । ତର୍କ ଶିକ୍ଷକ ଶ୍ରେଣୀକୁ ପଶିଲେ।କଳାପଟାକୁ ଦେଖି ପିଲାଙ୍କୁ କହିଲେ ଆଜିର ତର୍କ କଲମ ଓ ତରବାରୀ ଦୁଇଙ୍କ ଭିତରୁ କାହାରକେତେ ଶକ୍ତି ।ତରବାରୀ ନା କଲମ କିଏ ବଡ ।
ଶୁଭଆଶିଷ ଠିଆ ହେଲା । ତାର ଭାଷଣ ଆରମ୍ବ କଲା ,କଲମ ଠାରୁ ଶକ୍ତିଶାଳୀ ଖଣ୍ଡା,କାରଣ ଖଣ୍ଡାରେ ଯୁଧ୍ୟକରି ରାଜାମହାରାଜା ରାଜ୍ୟଜୟ କରନ୍ତି ।ଖଣ୍ଡା ଦେଖିଲେ ସମସ୍ତେ ଭୟକରନ୍ତି ତେଣୁ ଖଣ୍ଡା କଲମଠାରୁ ଶକ୍ତିଶାଳି ।ରୁକ୍ମଣୀ ର ପାଳି ପଡିଲା,କହିଲା ,କଥାରେଅଛି ରାଜା ପୂଜାପାଏ ଆପଣା ଦେଶରେ ।କବିପୂଜାପାଏ ଦେଶବିଦେଶରେ ।କହିବାର ଯଥାର୍ଥ ଖଣ୍ଡା ଭୟ ଜାତ କରାଏ ମୋର ଭାଇଙ୍କ କଥାରେ ମୁଁ ଏକମତ ଖଣ୍ଡା ହିଂସାସୃଷ୍ଟି କରେ,ଜୀବନ ନିଏ,ରାଜ୍ୟ ରାଜ୍ୟ ମଧ୍ୟରେ ଯୁଧ୍ୟ ର ଅସ୍ତ୍ର ଖଣ୍ଡା । କିନ୍ତୁ କଲମ ଶାନ୍ତିର ବାର୍ତ୍ତା ଦିଏ । ସୁନ୍ଦର ଦୁନିଆ ର ସ୍ୱପ୍ନ ଦେଖାଏ । କଳା କୌଶଳ କାରିଗରୀ ଲିପିବଧ ରଖି ଆଗାମୀ ପିଢ଼ିଙ୍କ ମଙ୍ଗଳ କାମନା କରେ ନୂଆ ବିପ୍ଳବ କରାଏ, ତେଣୁ କଲମ ବଡ କହି ବସିଗଲା ।। ଅନ୍ୟାନ୍ୟ ପିଲାମାନେ ତର୍କରେ ଭାଗ ନନେଇ ବସି ଶୁଣୁଥିଲେ ।ମନକୁ ପାଇଲେ ତାଳି ମାରି ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରନ୍ତି।
ଶେଷରେ ଶିକ୍ଷକଙ୍କ ପାଳି । ପିଲାମାନଙ୍କୁ ପ୍ରଶ୍ନ କଲେ ।କଲମର ଅନ୍ୟନାମ କଣ କହିପାରିବ ଶୁଣ ଗୋଟିଏ ନାମ ଲେଖନୀ,ପ୍ରାଚୀନ କାଳରେ ଲେଖନୀ ଥିଲା ଏଥିରେ ପୋଥି,ଜାତକ ଏବେବି ଲେଖାଯାଉଛି ।ଲେଖନୀରୁ କ୍ରମେ କଲମ ଏବେ ଡଟପେନ ।ଏସମସ୍ତଙ୍କ କାମ ଲେଖିବା । ସାହିତ୍ୟିକ, ବିଜ୍ଞନବିତ, ଦାର୍ଶନିକ ,ସମସ୍ତେ କଲମ ଦ୍ୱାରା ନିଜନିଜ ଗୁଣକୁ ପ୍ରକାଶ କରନ୍ତି ଓ ସମାଜକୁ ଦିଗଦର୍ଶନ ଦେଇଆସୁଛି କିନ୍ତୁ କାହାର କିଛି କ୍ଷତି କରେ ନାହିଁ। । ଖଣ୍ଡା ବା ତରବାରୀ ଅଶୋକଙ୍କ ପରି ଯୁଦ୍ଧକରି ଚଣ୍ଡାଶୋକ ନାମ ଶୁଣିଥିବ ,ବୌଦ୍ଧଧର୍ମ ଗ୍ରହଣ ପରେ ଅଶୋକ କହିଥିଲେ , ଖଣ୍ଡାର ଯୁଦ୍ଧ ଛାଡି ଅହିଂସାର ଯୁଦ୍ଧ ଶ୍ରେଷ୍ଟ ଅଟେ ।ତେଣୁ ଖଣ୍ଡା ଠାରୁ ଲକ୍ଷେ ଗୁଣେ ଟାଣ କଲମ । ଛୁଟି ଘଣ୍ଟା ବାଜିଲା ।ପିଲାମାନେ ଗୁରୁଙ୍କ ଅନୁମତିନେଇ ଘରକୁ ବାହୁଡ଼ିଲେ ।