STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଲାଲ ପରି

ଲାଲ ପରି

1 min
801


ପରି ରାଇଜରୁ ଏକ ପରି ଉଡି ଉଡି ବୁଲୁ ଥିଲେ।ତାଙ୍କ ନାମ ଲାଲ ପରି।ଥରେ ଏକ ରାକ୍ଷସ ଭୋଜନ ପାଇଁ 

ନିଜ ଗୁମ୍ଫା ରୁ ବାହାରି ବୁଲୁ ଥିଲା ,ସମୟରେ ଲାଲ ପରିକୁ ଦେଖି ତାକୁ ଧରି ନେଲା।ଲାଲ ପରିକୁ ସେ କହିଲା ତୁ ଯଦି ମୋ କଥା ନ ମାନିବୁ ମୁ ତତେ ଖାଇ ଦେବି।ଲାଲ ପରି ତାର ଗୁଲାମ ହୋଇ ସବୁ କଥା ଶୁଣିଲା ।ସେ ଲାଲ ପରି ତା ପାଇଁ ସବୁ ଦିନ ଖାଦ୍ୟ ଆଣି ଦିଏ। କିନ୍ତୁ ପରି ତା ପାଖରେ ବହୁତ ଦୁଃଖ କଷ୍ଟ ରେ ବନ୍ଦୀ ହୋଇ ଥିଲା।


ଥରେ ଏକ ଯୁବ ଶିକାରୀ ଜଙ୍ଗଲ କୁ ଆସିଥିଲା।ଲାଲ ପରି ଶିକାରୀ କୁ ଷଡ଼ଯନ୍ତ୍ର କରି ନେଇ ଗଲା। ଯୁବ ଶିକାରୀ ଲାଲ ପରି ର କୁଟ ଚକ୍ରାନ୍ତ ବୁଝି ପାରିଲା।କହିଲା ତୁମେ ସତ କୁହ ତୁମେ କିଏ ମୋତେ କୁଆଡେ ନେଉଛ।ଲାଲ ପରି ଶେଷ ରେ ସବୁ ସତ. କଥା କହିଲା।ଯୁବ ଶିକାରୀ ଲାଲ ପରି କୁ କହିଲା ତୁମେ ମୋତେ ସେ ରାକ୍ଷସ ପାଖକୁ ନିଅ।ସେ ଶିକାରୀ ବହୁତ ସାହସୀ ଥିଲା। ରାକ୍ଷସ ଯୁବ ଶିକାରିକୁ ମାରିବା ପାଇଁ ଚାହିଁଲା ।ହେଲେ ସାହସୀ ଶିକାରୀ ହାତରେ ସେ ନିଜେ ମରି ଗଲା।ଲାଲ ପରି ସ୍ୱାଧୀନ ହେଲା।ସେ ପରି ରାଇଜ କୁ ଉଡି ଗଲା।

ଜୀବନରେ ସାହସ ଥିଲେ ଶତ୍ରୁକୁ ମଧ୍ୟ ହରାଇ ପାରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍