The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Others

3  

Satyabati Swain

Others

କୁକୁର ବାପା

କୁକୁର ବାପା

2 mins
43


କୁକୁ ର ବାପା


ହେଇଟି ଶୁଣୁଛ! ତୁମେ ଆଜିଠୁ କୁକୁ ର ବାପା; ମୁଁ କୁକୁ ର ବୋଉ।


ତୋ ମୁଣ୍ଡ ଫୁଣ୍ଡ ଠିକ୍ ଅଛି ତ ରମା!


ମୋ ମୁଣ୍ଡ କାଇଁ ଖରାପ ହେବ ବା; ତୁମ ପୁଅ ହଡା ଯାହା କହିଲା ନା। କହିଲା କଣ କି ବୋଉ ମୋତେ ହଡା ଡାକିବୁ ନାହିଁ। ମୁଁ ଗୋଟେ କଲେକ୍ଟର; ଏ ହଡା ନାଁ ଟା ମୋ ପରି କଲେକ୍ଟର ପାଇଁ ଠିକ୍ ନୁହଁ?


କଲେକ୍ଟର୍ !!


ହଁ ବା କଣ ଗୋଟେ ପାଞ୍ଚ ତାରା ହୋଟେଲରେ ସେ ଆଜିକାଲି ବଡ଼ ବଡ଼ ବାବୁଙ୍କ ଅଇଁଠା ଚା,କଫି,ଖାଦ୍ୟ ଗୋଟେଇ ଗୁଟାଇ ରଖେ। ହାତରେ ହାତେ ଗ୍ଲୋବ ପୁରେଇ ଥାଏ। ସେ ଅଇଁଠା ଆଉ ଥରେ ରାନ୍ଧି ରୁନ୍ଧି ପୁଣି ବାବୁଙ୍କ ଟେବୁଲରେ ପରଷା ଯାଏ। ସେଠିକୁ କଣ କଥା ହେବାକୁ ଆସନ୍ତି ଭାରି ବଡ଼ ବଡ଼ ଲୋକେ। ମଦଠୁ ଆରମ୍ଭ କରି ବହୁତ ଦାମୀ ଜିନିଷ ମଗାନ୍ତି; କିନ୍ତୁ ଆମ ତମ ପରି ଥାଳି ଚାଟି ସଫା କରନ୍ତି ନାହିଁ। କପ୍ ଓଠକୁ ଚାମଚ ପାଟିକୁ ଟିକେ ଛୁଏଁ ଖାଲି। ଟିକେ ମୁହଁ ମାରିଥିବେ କି ନାହିଁ ଛାଡି ଯାଆନ୍ତି। ଗୋଟିଏ ଘଣ୍ଟା ଓ ଗୋଟିଏ ଟେବୁଲ ପାଇଁ ଦଶ କୋଡିଏ ହଜାର ଟଙ୍କା କୁଆଡେ ଦିଅନ୍ତି।


ତାଙ୍କ ଗାଁ ଲୋକଙ୍କୁ ଡାକି ଖୁଆନ୍ତି କିଲୋ ରମା !!


ନାଇଁ ବା ଜଣେ କି ଦି ଜଣ।


ସତେ !!


ସେଇ ଅଇଁଠା କଲେକ୍ଟ୍ କରେ ବୋଲି ମୋ ପୁଅ ହଡା ପରା କଲେକ୍ଟର୍ !!


ଓହୋ ଏମିତି କି ଅଇଁଠା ଗୋଟାଳି କଲେକ୍ଟର୍ ହେଲେଣି। ଯୁଗ ବହୁତ ବଦଳି ଗଲାଣି ଲୋ ରମା।


ସେଇଥିପାଇଁ ପରା ହୋଟେଲ ମାଲିକ ହଡା ନାଁ ଟାକୁ କାଟି ଆମ ପୁଅ ନାଆଁ କୁକୁ ରଖି ଦେଇଛି। ଏଥର ତୁମେ କୁକୁର ବାପା ଓ ମୁଁ କୁକୁର ବୋଉ ହେଲି ନା ନାହିଁ !!


ହଁ ଠିକ୍ କହିଛୁ ଲୋ ରମା। କୁକୁର ଅଇଁଠା ଚାଟେ। ହେଲା ଏବେ ଆମ ହଡା ନ ଚାଟି ଗୋଟାଉଛି। ସେଇ ଏକା କାମ ପତର ସଫା ହେଉ କି ପ୍ଲେଟ ସଫା। କାମ ଟା କିନ୍ତୁ କୁକୁରର।


କୁଳାଙ୍ଗାର !! ବୋପାର ଜମିରେ ରଜା ନ ହୋଇ ତାର କୁକୁର ହେବାକୁ ଇଚ୍ଛା ହେଲା, ସେଥିରେ ମୁଁ କଣ କରି ପାରିବି?


ହଁ ଜନ୍ମ କରିଛି ଯେତେବେଳେ କୁକୁର ବାପା ହେବାକୁ ବାଧ୍ୟ ଲୋ ରମା।



Rate this content
Log in