STORYMIRROR

Sunanda Mohanty

Others

3  

Sunanda Mohanty

Others

କଟକ

କଟକ

1 min
391


 ପୁରୀ ସହରର ଝିଅ ସୀମା କଟକ ସହରରେ ବୋହୁ ହେବା ପରେ, ନିଜ ଜନ୍ମ ସହର ପୁରୀର ଜଗନ୍ନାଥ ମନ୍ଦିର ଓ ସମୁଦ୍ରକୂଳ ବିଷୟରେ କହି ଶାନ୍ତି ପାଉଥିଲା l କିନ୍ତୁ ନଣନ୍ଦ ଯେଉଁଦିନ କଟକର ଚାନ୍ଦିନୀଚଉକୁ ବଜାରରୁ କଟକୀ ଚୁଡ଼ି ମୁଠାଏ ଆଣିଦେଇଥିଲେ, ସୀମାକୁ ଏତେ ଭଲ ଲାଗିଥିଲା ଯେ ସାଇତି ଦେଇଥିଲା ଆଲମିରାରେ, ପୁରୀ ଗଲାବେଳେ ପିନ୍ଧିକି ଯିବାପାଇଁ l

  ସୀମା ବାପା ଯେଉଁଦିନ ତା ଶାଶୁଘର କଟକ ଆସନ୍ତି ପୁରୀ ବଡ ଦେଉଳର ଖଜା ଓ ଜଗନ୍ନାଥବଲ୍ଲଭ ଦେଖି ସୀମା ଉଲ୍ଲସିତ ହେଉଥିଲା. ବାପା କଟକ ବଜାରରୁ ରୁପା ତାରକସି କାନଝୁମୁକା କିଣିଆଣି ସୀମାକୁ ଦେଇଥିଲେ ତ, ସୀମାର ପୁର୍ବରୁ ଥିବା ସମସ୍ତ ଗହଣା ଏଇ ତାରକସି ଝୁମୁକା ଆଗରେ ମୂଲ୍ୟହୀନ ଲାଗୁଥିଲା l

 ସୀମା ବୋଉଙ୍କର ଚିକିତ୍ସା ପାଇଁ ଆଉ ବାପାଙ୍କ ଜମି ସଂକ୍ରାନ୍ତୀୟ ମୋକଦ୍ଦମା ଲଢ଼ିବା ପାଇଁ ଯଥାକ୍ରମେ କଟକର ଶ୍ରୀରାମଚନ୍ଦ୍ରମେଡିକାଲ ଓ ହାଇକୋର୍ଟକୁ ଆସିବାକୁ ପଡୁଥିଲା ତ କଟକର ଗୁରୁତ୍ତ୍ୱ ବଢିଯାଇଥିଲା ସୀମା ପାଖରେ, ତାକୁ ବୁଝିବାକୁ ବାକି ନଥିଲା ଯେ ପ୍ରତ୍ୟେକ ସହର ନିଜ ନିଜ ଯାଗାରେ ଗୌରବମୟ. ଏଣିକି ପୁରୀ ଝିଅ ହିସାବରେ ଯେତିକି ଗର୍ବ କରୁଥିଲା, କଟକ ବୋହୁ ହିସାବରେ ବି ସେତିକି ଗୌରବାନ୍ୱିତ ମନେକରୁଥିଲା ସୀମା l



Rate this content
Log in