Satyabati Swain

Children Stories

3  

Satyabati Swain

Children Stories

କଟି କଟି କଟି

କଟି କଟି କଟି

5 mins
232



ମୁଁ ଶ୍ରେଣୀ କୁ ଯାଇ ଦେଖେ ତ ଆଗ ଧାଡି ବାଁ ପାଖ ବେଞ୍ଚ୍ ଉପରେ ମେଞ୍ଚେ ବବଲ୍ ଗମ୍ ଲଗା ଯାଇଛି।ମୋତେ ଦେଖି ସବୁ ପିଲା ଚୁପ୍ ହୋଇ ତଳକୁ ମୁହଁ ପୋତି ଦେଲେ।ରାମୁ ପିଅନକୁ ଡାକି ସେତକ ସଫା କରିବାକୁ କହିଲି।ଜେନିଭା କିନ୍ତୁ କାନ୍ଦୁ ଥାଏ।ତା ବସିବା ଜାଗାରେ କିଏ ଏମିତି କରିଛି ବୋଲି।ଜେନିଭା ସ୍ୱିଟ୍ ଝିଅଟିଏ।ସପ୍ତମ ଶ୍ରେଣୀରେ ବୃତ୍ତି ପାଇଛି।ଇଂଲିଶ କବିତା ଲେଖିବାରେ ଧୁରନ୍ଧର। ସରଳ ସୁଧାର।ସବୁ ଶିକ୍ଷକଙ୍କର ପ୍ରିୟ।ଅନେକ ପିଲା ସହି ପାରନ୍ତି ନାହିଁ ତାର ଏସବୁ କୃତିତ୍ୱ।ଟିକେ ପିଲାଳିଆମୀ ଈର୍ଷାର ଶିକାର ସେ ହୁଏ।ଆଜି ବି କେହି ମଜା ନେବା ପାଇଁ ଏପରି କରିଛି।ସେ ବୋଧେ ଲାଜରେ କାନ୍ଦୁଥାଏ।ଏଇ ବୟସ ଅପମାନକୁ ସହଜରେ ହଜମ କରି ପାରେ ନାହିଁ।ଠିକ୍ ଯୌବନର ପ୍ରଥମ ପାହାଚ।ବେଶୀ ଅବୁଝା କମ୍ ବୁଝିଥିବା ସୃଷ୍ଟି ରହସ୍ୟର ବୟସ।ଭାରି କିନ୍ତୁ ଅସହାୟ ଏଇ ବୟସଟି।


ଆରେ କାନ୍ଦୁଛ କାହିଁକି ମା।ଯିଏ ଏ କାମ କରିଛି ସେ ସତରେ ତୁମ ସାଙ୍ଗ ନୁହେଁ।ସାଙ୍ଗ ମାନେ କଣ ଏମିତି କରନ୍ତି?ତୁମର ଆଜି ଠାରୁ ତା ସହିତ କଟି।ମୁଁ ତ ତା ନାଁ ଜାଣିନି କେମିତି କଟି କରିବି?ଯାହା ହେଉ କାନ୍ଦ ବନ୍ଦ କରି ଏତକ କହିଲା ସେ।ଠିକ୍ ଅଛି ତୁମେ ଆଗେ ବସ ଏବଂ ଗୋଟେ ଗପ କହୁଛି ଶୁଣ ମୁଁ କହିଲି।


ମୋ ସହ ଆଜକୁ ଠିକ୍ ତିରିଶି ବର୍ଷ ତଳର ଘଟିଥିବା ଘଟଣାଟି ପିଲାଙ୍କୁ ଗପ ଆକାରରେ ଶୁଣାଇଁଲି।ଜନତା ଉଚ୍ଚ ବିଦ୍ୟାଳୟ ଗୋଟିଏ ନାଁ କରା ସ୍କୁଲ ଜଗତସିଂହପୁର ଜିଲ୍ଲାର।ବହୁତ ଭଲ ଭଲ ପିଲା ସେ ସ୍କୁଲରୁ ଉତରନ୍ତି।କେତେ ଇଂଜିନିୟର,ଡାକ୍ତର,ଶିକ୍ଷକ, ପ୍ରଶାସନିକ ସେଇଠି ପଢି ହୋଇଛନ୍ତି।ସବୁ ପିତା ମାତାଙ୍କ ଇଛା ତାଙ୍କ ପିଲା ସେଇ ସ୍କୁଲରେ ପଢନ୍ତୁ।ବହୁତ ପିଲା ସେ ସ୍କୁଲରେ।ସେ ସ୍କୁଲରେ ଜଣେ ଭାରି ଚୁପ୍ ଚାପ୍ ର ଝିଅ 'ବୁଇ' ପଢୁଥିଲା।ବୁଇ ଖୁବ୍ ଭଲ ପଢେ।ବହି ଛଡା କାହା ସଙ୍ଗେ ଗପିବା,କି ବଦମାସୀ କରେ ନାହିଁ।ପାଠ ଭଲ ତ ସେ ଭଲ।ତୃତୀୟ ଶ୍ରେଣୀରୁ ଆରମ୍ଭ କରି ସବୁ ଶ୍ରେଣୀରେ ଜିଲ୍ଲାରେ ପ୍ରଥମ ହୋଇ ବୃତ୍ତି ପାଏ।ଏଣୁ ସବୁ ଶିକ୍ଷକଙ୍କ ସେ ଅତି ପ୍ରିୟ ଛାତ୍ରୀ।କିଛି ପିଲା ବୁଇକୁ ଦୁଇ ଆଖିରେ ଦେଖି ପାରନ୍ତି ନାହିଁ।ସବୁବେଳେ ଓର ଉଣ୍ଡୁଥାନ୍ତି ତାକୁ ଅପମାନିତ କରିବାକୁ।ଶିକ୍ଷକ ମାନେ ଧରି ପାରନ୍ତି ନାହିଁ କିଏ ହଇରାଣ କରନ୍ତି ବୁଇକୁ।

 

କେଉଁ ଦିନ ତାର ଚପଲ ଫାଳେ କୁଆଡେ ଉଡି ଯାଇ ପଡି ଥିବ କରମଙ୍ଗା ଗଛ ମୂଳେ।କେଉଁଦିନ ତା ପେନ୍ ଯାଇ ପଡିଥିବ ଭଙ୍ଗା ଖୁଣ୍ଟ ପାଖରେ।ଖାତାରେ ଗାରେଇ ଦେଇ ଥିବ କିଏ ।କେବେ ତା ବସିବା ବେଞ୍ଚ ଗୋଡ଼ ଭାଙ୍ଗି ଦେଇଥିବେ।


କେବେ କେବେ କଳାପଟାରେ ଲେଖାହେଉଥିଲା ବୁଇ ପୁସ୍ତକ କୀଟ। ଫୁଲେଇ ରାଧି।କଣ ଟିକେ ଭଲ ପଢୁଛି ବୋଲି ଭାରି ଗର୍ଵ। ଚୁଇମୁଇଁ ଖୁବ୍ ଚୁପ୍ ସଇତାନୀ।ବୁଇ ହେ ହେ ଖାଆଇ ଉଇ।


ଆଉ ଦିନକର ଘଟଣା।ବୁଇ ବସିବା ବେଞ୍ଚରେ ଅଠା ଅତି ସୁନ୍ଦର ଭାବେ ବୋଲି ଦେଇଥିଲାକିଏ।ବେଞ୍ଚ ରଙ୍ଗ ସଂଗେ ଅଠା ରଙ୍ଗ ମିଶି ଯାଉଥିଲା।ବୁଇ ଜାଣି ନପାରି ବସିଗଲା।ଶିକ୍ଷକଯେତେ

ବେଳେ କଳାପଟାରେ ମାଇଁ ଫ୍ରେଣ୍ଡ୍ ବିଷୟରେ ଦଶ ଧାଡିର ଏସେ ଲେଖିବାକୁ ଡାକିଲେ।ବୁଇ ହଠାତ୍ ଉଠିଯିବ କଣ ଫଡ୍ କରି ଚିରି ଗଲା ତା ଫ୍ରକ୍।ଓଃ ସେଦିନ ବୁଇ ର କି କାନ୍ଦ ଦେଖିବ!


ପ୍ରଥମତଃ ତାର ଏଇ ଗୋଟିଏ ମାତ୍ର ସ୍କୁଲ ୟୁନି

ଫର୍ମ।ଅଭାବୀ ଘରର ବଡ଼ ଝିଅ। ଦ୍ଵିତୀୟତଃ ସେ ଘରକୁ ଯିବ କିପରି ଚିରା ଓହଲିଥିବା ଫ୍ରକ ପିନ୍ଧି।ପଛ ପଟ-ଟା ସମ୍ପୂର୍ଣ୍ଣ ଦେଖା ଯାଉଥିଲା।ଛି କି ଲାଜ କଥା । ସମସ୍ତେ ପଛ ପଟ ଦେଖି  ହସିବେ।ସବୁଠାରୁ ବଡ଼ କଥା ବୁଇ କହି କାନ୍ଦିଲା ଯେ ତାର ନୂଆ ୟୁନିଫର୍ମ ନ ଆସିବା ଯାଏ ସେ ସ୍କୁଲ ଆସି

ପାରିବ ନାହିଁ।

 

ଯେତେ ଯିଏ ବୁଝେଇଲେ ବୁଇ କାନ୍ଦ ବନ୍ଦ ହେଲାନି ।ସେ ଖାଲି ଭୋ ଭୋ ହୋଇ କାନ୍ଦୁଥାଏ ମୁଁ କାଲିଠୁ ସ୍କୁଲ ଆସିପାରିବି ନାହିଁ କହି।ପ୍ରଧାନ ଶିକ୍ଷକ ଯାଏ କଥା ଗଲା।ପ୍ରଧାନ ଶିକ୍ଷକ ବହୁତ କଡା ମିଜାଜର ଓ ପିଲାମାନଙ୍କ ଠାରୁ ସତ୍ୟ ବାହାର କରିବାରେ ମାହିର ।ସେ ଝିଅଟି ପାଇଁ ନିକଟସ୍ଥ ବଜାରରୁ ଗୋଟିଏ ୟୁନିଫର୍ମ ମଗା

ଇଲେ।ବୁଇ କିନ୍ତୁ ସେଇଟିକୁ ପିନ୍ଧିବାକୁ ନାରାଜ।ମା ମନା କରିଛି ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ କାହା ଦୟାର ପାତ୍ର ହେବ ନାହିଁ।ଶେଷରେ ଜଣେ ସାର୍ ତା ସହ ତାଙ୍କ ଘରକୁ ଗଲେ ଓ ବୁଝାଇ ସୁଝାଇ କହି ଆସିଲେ ସମସ୍ତ ଘଟଣା।


ତାପର ଦିନ ପ୍ରଧାନ ଶିକ୍ଷକ କିଛି ଅରୁଆ ଚାଉଳ ନେଇ ଆସି କହିଲେ ଦେଖ୍ ପିଲାଏ ଏଇଟି ମନ୍ତୁରା ଚାଉଳ।ବୁଦ୍ଧିଆ ବାବାଙ୍କ ଠାରୁ ମନ୍ତୁରା ହୋଇ ଆଣିଛି।ଏ ଚାଉଳ ଦୁଇଟି ଲେଖାଏଁ ସମସ୍ତେ ଖାଇବେ।ଯିଏ ବୁଇ ବେଞ୍ଚରେ ଅଠା ବୋଲିଛି ସେ ଖାଇଲା ମାତ୍ରେ ରକ୍ତ ବାନ୍ତି କରିବ।ଯେତେ ପଚାରିଲି ମାନିଲ ନାହିଁ।ଏଣିକି ଦଣ୍ଡ ପାଇବ।ଚାଉଳ ଖାଇ ଯେଉଁ ପିଲା ରକ୍ତ ବାନ୍ତି କରିବ ତାକୁ ସବୁଦିନ ପାଇଁ ସ୍କୁଲରୁ ବିଦା କରିଦେବି।ସେ ତା ସାର୍ଟିଫିକେଟ ନେଇ ବିଦା ହୋଇ ଯିବ।କିନ୍ତୁ ଏବେ ବି ସମୟ ଅଛି ମାନି ଗଲେ ଦଣ୍ଡ ଦିଆ ଯିବ ନାହିଁ କି ସେ ସ୍କୁଲରୁ ସବୁଦିନ ବିଦା ହେବ ନାହିଁ।


ଏତିକି କଥା ଶୁଣି ପିଲାମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ।ଯଦିଓ ସେ ସତ ସତିକା କିଛି ମନ୍ତୁରା ଫନ୍ତୁରା ଚାଉଳ ନଥିଲା।ପିଲାଙ୍କ ପାଖରୁ ସତ ଜାଣିବାର ଥିଲା ଗୋଟେ ବାହାନା।ଧଡ଼ କରି ଅଂଶୁମାନ ଠିଆ ହୋଇ ପଡି କହିଲା ମୁଁ ବୋଳିଛି ସାର୍।ସମସ୍ତେ ତାଜୁବ୍।


ଅଂଶୁମାନ!!!


ସେ ତ ଶ୍ରେଣୀରେ ସବୁଠୁ ଭଲ ପିଲା।ପାଠ ସହ ଖେଳ ଓ ଗୀତ ଗାଇ ଇଣ୍ଟର ସ୍କୁଲ ବିଜେତା ହୋଇଛି।ସେ ପୁଣି ଏ ମାଙ୍କଡାମୀ!!


ସେ କଇଁ ଉଠାଇ କାନ୍ଦୁଥାଏ ଓ କହୁଥାଏ ମୁଁ ବୁଇକୁ ରାଗେ।ସେ ଆସିଲା ଦିନୁ ସବୁ ସାର୍ ତାକୁ ମୋଠାରୁ ବେଶୀ ଭଲ ପାଉଛନ୍ତି।ତା ସହ ବେଶୀ ପିଲା ସାଙ୍ଗ ହେଉଛନ୍ତି।ମୁଁ ଏଠି ଷଷ୍ଠରୁ ପଢୁଛି।ସେ ଏଇ ବର୍ଷ ଆସି ସମସ୍ତଙ୍କ ପ୍ରିୟ ହୋଇଗଲା!!କ୍ଲାସ୍ ରେ ମୋ ସ୍ଥାନ ସେ ନେଇ ଯାଇଛି!!ମୋର ତାକୁ ଭାରି ରାଗ ହୁଏ।ତା ସହ ଆଜିଯାଏ ଯାହା ଯାହା ଘଟିଛି ସବୁ ମୁଁ କରିଛି ସାର୍।ଯେଉଁ ଦଣ୍ଡ ଦେବେ ଦିଅନ୍ତୁ ସାର୍ କିନ୍ତୁ ମୋତେ ଏ ସ୍କୁଲରୁ ବିଦା କରନ୍ତୁ ନାହିଁ।


ଅବାକ୍ ସାର୍ ଓ ଶ୍ରେଣୀର ସମସ୍ତ ପିଲା।ପ୍ରଧାନ ଶିକ୍ଷକ ବି ଚକିତ। ଅଂଶୁମାନ ସ୍କୁଲ ପ୍ରେସିଡେଣ୍ଟଙ୍କ ଶ୍ରୀକାନ୍ତ ଲେଙ୍କାଙ୍କ ପୁଅ,ସୁଧାର ,ଗୁଣର ,ପୁଣି ଏମିତି ! ଶ୍ରୀକାନ୍ତ ସାର୍ ଏଇ ସ୍କୁଲ ଛାତ୍ର; ଓ ଏ ଏସ ପାଇଁ ସଚିବାଳୟରେ କାମ କରନ୍ତି।


ପ୍ରଧାନ ଶିକ୍ଷକଙ୍କୁ ଅଛପା ରହିଲା ନାହିଁ ଅଂଶୁମାନ ମନୋ ଦଶା। ଏହା ପିଲା ମନର ଏକ କମ୍ପ୍ଲେକ୍ସ।ତା ସ୍ଥାନ କି ତା ଭଲ ପାଇବାରେ କେହି ଭାଗ ବସିବାକୁ ସହଜରେ ଗ୍ରହଣ କରି ପାରୁ ନାହିଁ।ତା ଭିତରେ ଯେଉଁ ଅବସାଦ ଝଡ଼ ସୃଷ୍ଟି ହେଉଛି ତାହା ଅସାଧୁ କାମରେ ପ୍ରତିଫଳିତ ହେଉଛି।ନିହାତି ସମ୍ବେଦନଶୀଳ ବ୍ୟାପାର।ଅଂଶୁମାନ କୁ ଦଣ୍ଡ ନୁହେଁ ସ୍ନେହ ଶ୍ରଦ୍ଧା ଦେଇ ବୁଝାଇବାକୁ ପଡିବ।ନଚେତ ଭଲ ପିଲାଟି ଖରାପ ପିଲା ହେବାକୁ କ୍ଷଣେ ଲାଗିବ ନାହିଁ।


ଆଛା ଠିକ୍ ଅଛି ଅଂଶୁମାନ।ପ୍ରଧାନ ଶିକ୍ଷକ କହିଲେ ବୁଇ ଯେଉଁ ଦଣ୍ଡ ଦେବ ତୋତେ ଗ୍ରହଣ କରିବାକୁ ହେବ।ସେଦିନ ବୁଇ କିନ୍ତୁ ଅଂଶୁମାନକୁ ଏଇ ଦଣ୍ଡ ଦେଇଥିଲା କି ଅଂଶୁମାନ ତା ସହ କେବେ ବି କଥା ହେବନି।ଆଜିଠୁ ଅଂଶୁମାନ ସଙ୍ଗେ ତାର 'କଟି କଟି କଟି' କାଣି ଆଙ୍ଗୁଠିରେ ଛିପ ପକାଇ କହିଲାବୁଇ।


ଅଂଶୁମାନ ତା ବେଷ୍ଟ୍ ଫ୍ରେଣ୍ଡ।ଏତିକି ଦଣ୍ଡ ତା ପାଇଁ ଯଥେଷ୍ଟ ଥିଲା।

 

ଅଂଶୁମାନ ଢେର କାନ୍ଦିଲା ଓ କହିଲା ମୋତେ ପଛେ ସ୍କୁଲରୁ ବିଦା କରିଦିଅନ୍ତୁ ସାର୍ କିନ୍ତୁ ଏତେ ବଡ଼ ଦଣ୍ଡ ଦିଅନ୍ତୁ ନାହିଁ।ପାଠରେ ବୁଇକୁ ସିନା ପାରେ ନାହିଁ ବୋଲି ରାଗି ଏମିତି କରିଦିଏ;ବୁଇ କିନ୍ତୁ ମୋ ବେଷ୍ଟ୍ ଫ୍ରେଣ୍ଡ।ତା ସହ କଥା ନ ହୋଇ ମୁଁ ରହି ପାରିବି ନାହିଁ।


ଅଂଶୁମାନ ଦଉଡ଼ି ଆସି ବୁଇ ପାଖେ ଆଣ୍ଠେଇ ପଡ଼ି କାନ ଧରି କହିଲା ବୁଇ ଲୋ ! ଆଉ ଯାହା ଦଣ୍ଡ ଦେବୁ ପଛେ ଦେ କିନ୍ତୁ ତୋ ସହ କଥା ହେବା ପାଇଁ ମନା କରନା। ଆଖି ଛୁଉଁଛି,ଠାକୁରଙ୍କ ରାଣ ଆଉ ତୋ ସହ କେବେ.. କେବେ ଏମିତି କରିବି ନାହିଁ।ପକ୍କା ପ୍ରମିଜ।


ଅଂଶୁମାନ କାନ୍ଦୁଥିଲା ଭୁଲ୍ କରି ବୁଇ କାନ୍ଦୁଥିଲା ଭୁଲ୍ ନ କରି।କୁଣ୍ଢା କୁଣ୍ଢି ହୋଇ ଏକ ହୋଇ ଯାଉଥିଲା ଦୁଇ ବନ୍ଧୁ।ସେବେଠୁ ସେ ଦୁଇ ଜଣ ଏତେ ସାଙ୍ଗ ହୋଇଗଲେ ଯେ କେହି କହିବେ ନାହିଁ ସେମାନେ ଦୁଇ ବିପରୀତ ଲିଙ୍ଗର ବନ୍ଧୁ।ଲାଗୁଥିଲେ ଦୁଇ ପୁଅ ବନ୍ଧୁ ବା ଦୁଇ ଝିଅ ବନ୍ଧୁ।ଏବେ ମଧ୍ୟ ବୁଇ ଓ ଅଂଶୁମାନ ବହୁତ ଭଲ ସାଙ୍ଗ ଅଛନ୍ତି।


ଗପଟି ଶେଷ ନ ହେଉଣୁ ରିଦିମ୍ ଉଠି କହିଲା ମୁଁ ଜେନିଭା ବେଞ୍ଚରେ ବବଲ୍ ଗମ୍ ବୋଳିଛି ମାମ୍।ମୁଁ ନଟି ବଏ ମାମ୍।ମୋତେ ଦଣ୍ଡ ଦିଅନ୍ତୁ।


ମୁଁ ଚମକି ପଡିଲି ପୁଣି ଜଣେ ବୁଇ ଓ ଅଂଶୁମାନ କୁ ମୋ ଶେଣୀରେ ଦେଖି।କାରଣ ମୁଁ ସେଇ ଝିଅ ବୁଇ ମିସେସ୍ ବୁଇଲିନା ରାୟ ଇଂରାଜୀ ଶିକ୍ଷକ ଓ ମୋ ମିଷ୍ଟର ହେଉଛନ୍ତି ସେଦିନର ଅଂଶୁମାନ ଏବେର ନାଁ କରା ସାଇକୋଲୋଜିର ପ୍ରଫେସର୍ ଡ଼ଃ ଅଂଶୁମାନ ରାୟ।


ଜେନିଭା ତିନି ଥର ତା କାଣି ଆଙ୍ଗୁଠିରେ ଥୁ ଥୁ କରି କହିଲା ରିଦିମ୍ " କଟି କଟି କଟି"।ମୁଁ ହସି ଉଠୁଥିଲି ମନେ ମନେ ନିଜର ପିଲାଦିନର ପ୍ରତିଛବି ବୁଇ ଓ ରିଦିମ ଭିତରେ ଦେଖି।



Rate this content
Log in