କରୁଣା କର
କରୁଣା କର
ନିଜର କାୟା ବିସ୍ତାର କରିଚାଲିଛି ମହାମାରୀ। ମାସେ ନୁହେଁ ଛ କି ସାତ ମାସଧରି। ଜନ ଜୀବନ ଉପରେ ଶକ୍ତ ପ୍ରହାର।ଆଗକୁ ଆଗକୁ ବଢିଚାଲିଛି ତାର ସଂକ୍ରମଣ।କେତେବେଳେ କେଉଁରୂପ ଧରୁଛି ତାହା ସଠିକ ଆକଳନ କରିହେଉନାହିଁ।କେତେ ରାଜନେତା, କଳାକାର, ଶିକ୍ଷାବିତଙ୍କ ଜୀବନ ନେଲାଣି । ସବୁଆଡେ ଖେଳିଯାଇଛି ଆତଙ୍କ।
ଧନିଆ ସାଧାରଣ ମଣିଷ। ଅଖ୍ୟାତ ପଲ୍ଲୀରେ ତାର ଟିକି କୁଡ଼ିଆ। ଦିନେ କାମ ନକଲେ ଘରେ ଉପାସ ରହିବାକୁ ପଡେ। ଘରେ ତାର ପତ୍ନୀ ଲକ୍ଷ୍ମୀ ଓ ପୁଅଟିଏ କୁ ଝିଅଟିଏ।ପୁଅ ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଛି। ଝିଅ ସପ୍ତମ। ଘରେ ରହି ମୋବାଇଲ ରେ ପାଠ ପଢେ।କୌଣସି ଦଳକୁ ସାହାଯ୍ୟ ନକରିବାରୁ ତାର ସରକାରୀ ସାହାଯ୍ୟରୁ ବଂଚିତ ଅଛି। ନିତି ଅନୁସାରେ ବିପିଏଲ ର ରେସନ କାର୍ଡ ଅନ୍ତର୍ଗତ ଅର୍ନ୍ତଦେୟ କି ଉଜ୍ଵଳା ରେ ଆଲୋକ ପାଇବା କଥା। ହେଲେ ଲାଞ୍ଚ ଦେଇ ପାଇବାକୁ ପସନ୍ଦ କରେ ନାହିଁ। ଭାରି ଜିଦ ଖୋର ଲୋକ।ଧନିଆର ପ୍ରତିଦିନ କାମ ହେଲା ରାଜମିସ୍ତ୍ରୀ। ପ୍ରତିଦିନ ତାକୁ କାମ ମିଳିଯାଏ। କାମରେ ତାଠାରୁ ଭଲ ମିସ୍ତ୍ରୀ କିଏ ସେମିତି ନାହାନ୍ତି।
ସଚ୍ଚୋଟ ଲୋକ ଓ ପରିଶ୍ରମ
ୀ। କାହାକୁ ଠକିବାର ତାର ଜାତକରେ ନାହିଁ । ସମସ୍ତେ ତାକୁ କାମ କରିବାକୁ ପସନ୍ଦ କରନ୍ତି।ନିଜ ପ୍ରଗାଡ଼ ମନୋବଳ ଓ ସାହସ ନେଇ ସେ ତାର ଜୀବିକକୁ ସୁଚାରୁ ରୂପେ ସମ୍ପାଦନ କରେ। ମୋ ସହିତ ଦେଖାହେଲା । ମୋ କାମ କରିବା ପାଇଁ ତାକୁ କହିଲି। ଆରଦିନ ଭୋରୁ ସକାଳ ଛ ଟାରୁ କାମ ଉପରେ ପହଁଚି ମତେ ଫୋନ କଲା। ମୁଁ ଉଠିନଥିଲି। ଫୋନ ବାଜିବାରୁ ଉଠି ଦେଖେ ଧନିଆ ର ଫୋନ। କଥାବାର୍ତା ହୋଇ ରଖିଦେଲି।ଆଠଟା ବେଳେ କାମ ଉପରେ ପହଂଚି ଧନିଆକୁ କାମ କରୁଥିବାର ଦେଖିଲି। ପଚାରିଲି ଯାହା ତାର କରୋନା ଉପରେ ମତଦେଲା। ସାର ଏହି କରୋନା ରୋଗ ସେଇମାନକୁ ଧରିବାର ସମ୍ଭାବନା, ଯେଉଁମାନେ କର୍ମ ଭୀରୁ। ପ୍ରଧାନ କଥା ପର ଧନ ,ଦୁର୍ନୀତି, ମିଥ୍ୟାବାଦି, ଟାଉଟରୀ ଓ ଅୟସ କରି ଜୀବନ ଉପଭୋଗ କରୁଥିବା ଲୋକକୁ ସଂକ୍ରମଣ ହେବା ସ୍ବାଭାବିକ। ଆମକୁ କରୋନା କରୁଣା କରେ। ଚୁପ ହୋଇ ତାର କଥା ଶୁଣିଲା ପରେ ,କହିଲି'ତୁମେ ତୁମର ଦୃଷ୍ଟି ଭଙ୍ଗୀରେ ମତଦେଲ। କୌଣସି ମତକୁ ଅଗ୍ରାହ କରିବା ଠିକ ନୁହେଁ ବୋଲି ନୀରବ ରହିଲି, ହେଲେ ମୋର ଭିତରୁ ଆନ୍ଦୋଳିତ ହେଉଥାଏ ଧନିଆର ବିଚାର।
#ସିଧାକଥା