Akshayakumar Dash

Children Stories Inspirational

3  

Akshayakumar Dash

Children Stories Inspirational

କଳିଙ୍ଗର ନୌବାଣିଜ୍ୟ

କଳିଙ୍ଗର ନୌବାଣିଜ୍ୟ

3 mins
11.8K


ଅନୁରାଧା ଦଶମ ଶ୍ରେଣୀର ଛାତ୍ରୀ । ସେଦିନ କଥା ପ୍ରସଙ୍ଗରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ବିଷୟରେ ଦଶମ ଶ୍ରେଣୀରେ ଆଲୋଚନା କରୁଥାଏ । ଅନୁରାଧା କହିଲା ସାର ଆମ ଗ୍ରାମ ନିକଟରେ ଗଲଗଲି ଘାଟ । ସେଇବାଟେ ସମୁଦ୍ରରୁ ବୋଇତମାନ ଆସି ଲାଗେ । ଜାଣିଲି ପଚାରିଲି ହଁ ତୁମ ଗ୍ରାମ ବୋଧେ ନମକନା ପାଖରେ । ହଁ କହିଲା ତେବେ ଶୁଣ ତୁମ ଅଞ୍ଚଳର ପ୍ରାଚୀନ କାହାଣୀ । ପୃଥିବୀର ତିନି ଚତ୍ରୁତା ଅଂଶ ଜଳ ତୁମେ ଜାଣିଛ । ଅନ୍ୟପକ୍ଷରେ ଯାହା ସ୍ଥଳ ଭାଗ ରହିଲା ତାହା ପୁଣି ଘଞ୍ଚ ଜଙ୍ଗଲ ଥିଲା । ଏବେ ସିନା ଜନସଂଖ୍ୟା ବୃଦ୍ଧି ପାଇବା ଫଳରେ ଜଙ୍ଗଲ ନଷ୍ଟ ହୋଇଗଲା, ହେଲେ ଆଜକୁ ଦୁଇଶହ ବର୍ଷ ତଳେ ଜଙ୍ଗଲ ଅଧିକ ଥିଲା । ଏହି ଜଙ୍ଗଲ ପଥରେ ଦୂର ରାଜ୍ୟ ବା ଅଞ୍ଚଳକୁ ଯାଇ ବ୍ୟବସାୟ କରିବା ବିପଦ ଜନକ ଥିଲା । ଡକାୟତି ଓ ବନ୍ଧୁର ଘଞ୍ଚ ଜଙ୍ଗଲ ମଧ୍ୟରେ ଯିବା ଅସଂଭବ ହେଉଥିଲା । ତେଣୁ ଲୋକମାନେ ସମୁଦ୍ର ପଥରେ ଦୂର ଦେଶ ଓ ନଦୀ ପଥରେ ଦୂର ରାଜ୍ୟ ଯାଇ ବାଣିଜ୍ୟ କରିବାକୁ ଆଦର କରୁଥିଲେ ।


ଆମର ପୂର୍ବ ପୁରୁଷମାନେ ଜାଭା, ବାଲି, ସୁମିତ୍ରା, ସିଂହଳ ,ବ୍ରହ୍ମଦେଶ, ଗ୍ରୀସ ଓ ଆରବ ଦେଶର ବୋଇତ ରେ ଯାଇ ବେପାର ବାଣିଜ୍ୟ କରୁଥିଲେ । ପୃଥିବୀର କଳିଙ୍ଗ ଥିଲା ନୌବାଣିଜ୍ୟର ପ୍ରସିଦ୍ଧ । ସେହିପରି କଳିଙ୍ଗରେ ପ୍ରାଚୀନ ବନ୍ଦର ଯଥା ତାମ୍ରଲିପି, ଚେଳିତାଳ, ପିଥୁଣ୍ଡ । ପାଳୁର ଦନ୍ତପୁର ପ୍ରସିଦ୍ଧ । ଜାଣିଛ ପିଲେ ଏହି ଦନ୍ତପୁର କେଉଁଠି?ପିଲା ମାନେ ନିରବ ରହିଲେ, ଏହି ଦନ୍ତପୁର ତୁମ ନମକନା ପାଟ ରୁ ବ୍ୟାପି ଲାଙ୍ଗୁଡ଼ି ପାହାଡ଼ ପଯ୍ୟନ୍ତ । ଆମ ଲୋକ ମାନେ କେବଳ ବାଣିଜ୍ୟ କରି ବାକୁ ଯାଇ ସେହି ବାଲି ଦୀପ ମରିସସ ଆଦି ସ୍ଥାନରେ ବସତି ସ୍ଥାପନ କରି ରହିଲେ । ଏବେବି ଆମ ଓଡ଼ିଆ ଭାଷା ରେ ସେମାନେ କଥା ହୁଅନ୍ତି । ସେମାନେ ଆମର ବଂଶଧର । ବାଲି ଦୀପରେ ନବେ ଭାଗ ଲୋକ ହିନ୍ଦୁ । ଜଗନ୍ନାଥକୁଁ ପୂଜା କରନ୍ତି । କାଳକ୍ରମେ ସମୁଦ୍ର ର ମୁହଁ । ଣରେ ନଦୀର ବାଲି ଜମିଗଲା । ସମୁଦ୍ର ମଧ୍ୟ ଘୁଂଚି ଘୁଂଚି ଗଲା । ଫଳରେ ବୋଇତ ଗୁଡିକ ଜାତ । ୟତରେ ବ୍ୟାଘାତ ସୃଷ୍ଟି ହେଲା । କଳିଙ୍ଗ ନୌବାଣିଜ୍ୟର ପୁର୍ନଛେଦ ପଡିଲା । ଆହୁରି ଜାଣିବ ଆମ ଦାୟାଦ ମାନେ ନୌବାଣିଜ୍ୟ କରି ପ୍ରଚୁର ଧନବ । ନ ଥିଲେ । ଧନରେ ଯେମିତି ବିରତ୍ୱ ରେ ବି ସେମିତି । ଏହି କଳିଙ୍ଗ ର ଧନ ରତ୍ନ ରେ ଲୋଭ କରି ମଗଧ ରାଜା ଅଶୋକ ଯୁଧ୍ୟ କରିଥିଲେ । ଆମ କଳିଙ୍ଗ ବାସୀ କଂ ବିରତ୍ୱ ରେ ମୁଗ୍ଧ ହୋଇ ଅଶୋକ ଚଣ୍ଡାଶୋକ ରୁ ଧର୍ମାଶୋକ ରେ ପରିଣତ ହେଲେ । ତେବେ ଆମ ଧର୍ମଶାଳା ଅଞ୍ଚଳ ର ପ୍ରାଚୀନ ବନ୍ଦର ଦନ୍ତପୁର ଅଟେ । ଯାହାକି ଦେଶ ବିଦେଶରୁ ବହୁ ବିଦେଶୀ ଆସି ଏଠାରେ ବାଣିଜ୍ୟ କରୁଥିଲେ ।


ବୁଦ୍ଧଦେବଙ୍କ ସମୟର ଏଠାରେ ଥିବା ବିହାର ପୁଷ୍ପଗିରି ରେ ରହି ଜ୍ଞାନ ଲାଭ କରୁଥିଲେ । କିମ୍ବଦନ୍ତୀରୁ ଜଣାଯାଏ ନନ୍ଦ ବଂଶର ସମ୍ରାଟ ଏହି ଲାଙ୍ଗୁଡ଼ି ପାହାଡର ପାଦଦେଶରେ ବୁଦ୍ଧଙ୍କ ଦାନ୍ତ ରଖି ମନ୍ଦିର ନିର୍ମାଣ କରି ପୂଜା କରୁଥିଲେ । ତେଣୁ ଆମ ଅଞ୍ଚଳ ଧନ ଧାନ୍ୟ ଗୋପ ଲକ୍ଷ୍ମୀ ରେ ପୁରୀ ରହିଥିଲା । ପାଖାପାଖି ରାଜ୍ୟର ରାଜା ମାନେ ଆମ ର ଗୌରବକୁ ସହିନପାରି ଯୁଧ୍ୟ କରିବାକୁ ବାରମ୍ବାର ଆକ୍ରମଣ କରିଥିଲେ । ଇତିହାସରୁ ଜଣାପଡେ ବୁଦ୍ଧ ଦେବ କଂ ଜୀବିତ ଅବସ୍ଥାରେ କଳିଙ୍ଗର ରାଜଧାନୀ ଦନ୍ତପୁର ଥିଲା । ଦେବକ । ନ୍ତ ନାମକ ରାଜା ରାଜତ୍ୱ କରୁଥିଲେ । ତେବେ ସଠିକ ଗବେଷଣା ହେଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ । ଏହାସତ୍ୟ ଯେ ଏକଦା ଧର୍ମଶାଳା ଅଞ୍ଚଳ ବିଶ୍ୱ ଇତିହାସରେ ସ୍ବର୍ଣ୍ଣିଲ ସ୍ଥାନ ଅଧିକାର କରିଥିବା ବେଳେ ଆମେ ଆମର ଦାୟାଦ ମାନକୁଁ ଭୁଲିଯାଇଛେ । ଘଂଟା ବାଜିଲା, ଖାଇ ଛୁଟି । ପିଲାମାନେ ଏକଲୟରେ ବସି ନିଜ ଗ୍ରାମର ଅତୀତ ଇତିହାସ ଶୁଣୁଥିଲେ ।  ଏକାଶ୍ୱର ରେ କହିଉଥିଲେ ସାର ଆହୁରି ଆମ ଅଞ୍ଚଳ କଥା ଶୁଣିବୁ ଆପଣ କହିବେ । ନିଛେ ଶୁଣାଇବି କହି ଶ୍ରେଣୀରୁ ବାହାରି ଆସୁ ଆସୁ ନିରୂପମା ପଛରେ ଆସି କହିଲା ସାର ଆଜି ଆପଣ ଆମ ଆଖି ଖୋଲି ଦେଲେ । ଧନ୍ୟବାଦ ଜଣାଇ ଆସିଲି ।


Rate this content
Log in