କ୍ଲାନ୍ତ ଅପରାହ୍ନ
କ୍ଲାନ୍ତ ଅପରାହ୍ନ


ହେ ଜେଜ ଥେଇ ଗପତି କହିଲ
କେଉଁ ଗପ
ଥେଇ ଗପ କନ ମନେ ପଡୁନି
ହେ ଟୋକା ଫିଟାନା ଫିଟାନା ମୋ ଧୋତି କହୁଛି
ତାହେଲେ କୁହ ଥେଇ ଗପ
ଆରେ କହୁନୁ କେଉଁ ଗପ କହିବି
ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଟୁଆଁ ଟୁଇଁ
ପିଠା ଗଛ
ଆତାପି ବାତାପି
ବୁଢ଼ୀ ଅସୁରୁଣୀ
ରାଜ କୁମାରୀ ମେଘମାଳା
ଦାନୀ କର୍ଣ୍ଣ
ବେଲଲ ସେନ
ମଣ୍ଡାଖିଆ ଅସୁର
ମରା ମରା କହି ରାମ ରାମ
ରାମ ବନବାସ
ତାଡକା ଅସୁରୁଣୀ
ଲବକୁଶ
ବିଦ୍ୟାପତି
ରାଣୀ ପଦ୍ମାବତୀ
ଛତ୍ରପତି ଶିବାଜୀ
ପୃଥ୍ୱୀରାଜ ସଂଯୁକ୍ତା
ଚତୁର ଠେକୁଆ
ନୀଳବର୍ଣ୍ଣ ଶୃଗାଳ
ଭୂଷଣ୍ଡ କାକ
କୃଷ୍ଣ ସୁଦାମା
ଚାରି ବନ୍ଧୁ
ବିକ୍ରମ ବେତାଳ
ପୁନଃ ମୂଷିକ ଭଵ
ମା ବେଙ୍ଗ ପେଟ ଫାଟିଲା
ଆରେ ନାତିଆ କଥା କହିବି, ନା ନଥା କହିବି ,ନା ଯା ଅଙ୍ଗେ ଲିଭାଇଛି ତା କହିବି।
ଜେଜ ସେଇ ଯେଉଁ ବେଙ୍ଗୁଲି କଥା
ଓହୋ
କଥାଟିଏ କହୁ କଥାଟିଏ
କି କଥା
ବେଙ୍ଗୁଲି କଥା
କି ବେଙ୍ଗୁଲି
କାଠ ବେଙ୍ଗୁଲି
କି କାଠ
ରାଜା ମଠ
କି ରାଜା
ଖଣ୍ଡ ଖଜା
କି ଖଣ୍ଡ
ଘୁଷୁରୀ ଲଣ୍ଡ
କି ଘୁଷୁରୀ
ଝାଡ଼ ଘୁଷୁରୀ
କି ଝାଡ଼
କଣ୍ଟା ବାଡ଼
କି କଣ୍ଟା
କାନ କୋଳି କଣ୍ଟା
ଯହିଁ ଲାଗିଥାଏ ଝଟା ପଟା
ମୋ କଥାଟି ସଇଲା
ଫୁଲ ଗଛଟି ମଲା ଗପ ଶେଷରେ କହୁଥିଲେ ଜେଜ।
ମୁଁ ଏବେ ଜେଜ ହେଲେଣି। ଖୁବ୍ ମନେ ପଡେ ମୋ ଜେଜଙ୍କ କଥା। ଆହା କି ଅପାସୋର ସେ ଦିନ। ହେଲେ ମୋ ନାତି ନାତୁଣୀ ମୋ ଠାରୁ ଗପ ଶୁଣିବା ଅପେକ୍ଷା ଫୋନ୍ ,ସିଡି,କମ୍ପ୍ୟୁଟରରେ ଗପ ଗୀତ ଶୁଣିବା ପ୍ରେମରେ। ଆମ ଠାରୁ ଗପ ଶୁଣିବାକୁ ନା ଅଛି ସମୟ ନା ଅଛି ମନ। ଏବେ ସେମାନଙ୍କ ଶୈଶବ ପ୍ଲେ ସ୍କୁଲ ରୁ ଆରମ୍ଭ ହୋଇ ଚାକିରୀ ପାଇବା ରେ ସରୁଛି। କଅଁଳ ପ୍ରଜାପତି ଗୁଡା ଙ୍କର ଡେଣା କାଟି ଦିଆ ଯାଉଛି। ମନ ଭରି ଉଡ଼ି ପାରୁ ନାହାନ୍ତି ସେମାନେ। ଅଢ଼େଇ ବର୍ଷ ହେଉ ହେଉ ନାଁ ଲେଖା ହେଉଛି ପ୍ଲେ ସ୍କୁଲରେ। କି ଦୌଡ଼ ସେଇ କଅଁଳ ମନର କରୁଣ ଗତି ମୁଁ ଶ୍ରୀ ନିବାସ ଚୌଧୁରୀ ମୋ ନାତିନାତୁଣୀ ଙ୍କ ଜୀବନ ଚର୍ଚ୍ଚା ଦେଖି ବ୍ୟଥିତ,ଦୁଃଖିତ ମଧ୍ୟ। କିନ୍ତୁ ମୁ ଯେ "ଅଚଳ ପାଞ୍ଚ ଶହ" ନୋଟ ଟିଏ। କିଏ ଶୁଣିବି ମୋ କଥା ବ୍ୟଥା ଦୌଡ଼ି ଦୌଡ଼ି ମୋ ଜୀବନ ଅପରାହ୍ନ ଏବେ କ୍ଲାନ୍ତ। କିଏ ଜାଣେ ସୂର୍ଯ୍ୟ କେତେବେଳେ ଡୁବି ଯିବେ