STORYMIRROR

Sunanda Mohanty

Children Stories Inspirational

3  

Sunanda Mohanty

Children Stories Inspirational

କଇଁ ଫୁଲିଆ ସାଙ୍ଗ ପ୍ରେମ

କଇଁ ଫୁଲିଆ ସାଙ୍ଗ ପ୍ରେମ

2 mins
725

  ମୁନା ଛାତ ଉପରେ, ନିରୋଳାରେ ବସି କାନ୍ଦୁଥିବାର ଦେଖି ମାଆ ପଚାରିଲେ, ମୋ ଧନ କାହିଁକି କାନ୍ଦୁଛି କି? ତ ମୁନା ଆହୁରି ଆହୁରି ବେଶି କାନ୍ଦିବାକୁ ଲାଗିଲା। କଥା କଣ? ମାଆ ଦେଖିଲେ ମୁନା ପାଖରେ ଗୁଡ଼ିଟିଏ ପଡିଛି, ଯାହାର ଲାଞ୍ଜ ଛିଡି ଯାଇଛି। ମାଆ ବୁଝିଗଲେ, ତଥାପି ମୁନା କୁ ପଚାରିଲେ କଣ ହେଲା ଧନ, ତୋ ଗୁଡ଼ି ଛିଡି ଗଲା କି?? 

 ମୁନା ଏଥର ରାଗିଗଲା ଆଉ ମାଆଙ୍କୁ କହିଲା, ମୋ ସବୁ ପରିଶ୍ରମ ବୃଥା ହେଲା, କେତେ କଷ୍ଟ କରି ଗୁଡି଼ଟିକୁ ତିଆରି କଲି। ବଡ ସୁନ୍ଦର ଭାବେ ସେ ଆକାଶରେ ଉଡୁଥିଲା, ହେଲେ ଆଜି ମୋ ସାଙ୍ଗ ଟୁନା ମୋ ଗୁଡିର ଲାଞ୍ଜ କାଟିଦେଇଛି, ମୁଁ ଟୁନାକୁ ଛାଡିବିନି। ମାଆ ବୁଝେଇଲେ, ଦେଖ ପୁଅ, ଗୁଡ଼ି ଉଡାରେ ତ ହାର ଜିତି ଥାଏ। ଯିଏ କୌଶଳ କରି ଉଡୁଥିବା ଗୁଡ଼ି ଗୁଡିକୁ କାଟି ପାରେ ସେ ବିଜୟୀ। ତା ଛଡା ତୋ ଗୁଡିରେ ଲାଞ୍ଜ କଟିଛି ତୁ ଚାହିଁଲେ ଆଉ ଥରେ ଲଗେଇ ଦେଇ ପାରିବୁ। ପୁଣି ଅକ୍ଷୟ ମହାନ୍ତି ଗାଇଥିବା ଗୀତ ପରି," ଉଡି ଉଡି ଉଡି ଯାଆରେ ଗୁଡ଼ି, ଖାଆନି ଖାଆନି ତୁ କାନି, ଏ ମୋର ଲଚକମାଣି "କହି ଗୁଡ଼ି ଉଡ଼ା ମଜ୍ଜା ସହ ଗୀତ ବି ଗାଇପାରିବୁ। ପୁଣି ଦେଶ ବିଦେଶରେ ମକର ସଂକ୍ରାନ୍ତିରେ ପୋଙ୍ଗଲ ପର୍ବ ପରି ତୁ ଏଠି ଗୁଡ଼ି ଉଡ଼ା ପରି ମଜ୍ଜା ନେଇ ସାଧାରଣ ଜ୍ଞାନ ସବୁ ମନେ ରଖି ପାରିବୁ। 

 ମାଆଙ୍କ କଥା ରେ ମୁନାର ରାଗ ଶାନ୍ତ ହେଲାନି, ସେ ତା ଆରଦିନ, ଟୁନାକୁ ସାଇକେଲରେ ନନେଇ ସ୍କୁଲ ଚାଲିଗଲା, ବିଚରା ଟୁନାର ସାଇକେଲ ନଥିବାରୁ ଚାଲି ଚାଲି ସ୍କୁଲରେ ଡେରି ରେ ପହଞ୍ଚିବାରୁ, ଶିକ୍ଷକଙ୍କୁ କୈଫତ ଦେଲା, ଆଉ ମୁନା ଖୁସି ହୋଇଗଲା। 

 ସେଦିନ ଫେରିବା ବାଟରେ ମୁନା ସାଇକେଲରୁ ପଡିଗଲା। ତା ମୁଣ୍ଡ ଫାଟି ରକ୍ତ ବହୁଥିଲା ଆଉ ଟୁନା ତାକୁ ଉଠେଇ ହସ୍ପିଟାଲ ନେଇ ନିଜେ ରକ୍ତ ଦେଇ ମୁନା ଜୀବନ ବଞ୍ଚାଇଦେବା ପରେ ମୁନା ନିଜର ଭୁଲ ବୁଝିପାରିଲା ଆଉ ମାଆଙ୍କ ଆଗରେ ଶପଥ କଲା ବୁଝି ବିଚାରି ସବୁ କାମ କରିବ, କାହାକୁ ଦୋଷ ଦେବା ପରିବର୍ତ୍ତେ ସବୁକଥାକୁ ସହଜ ଭାବେ ଗ୍ରହଣ କରି କ୍ରୋଧ ପରିହାର କରିବ। ମାଆ ମୁନା ମୁଣ୍ଡ ଆଉଁସି କହୁଥିଲେ, ମୋ ସୁନା ମୁନା ରାଜା।



Rate this content
Log in