STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

କିଏ ସେହି ଵ୍ୟକ୍ତି

କିଏ ସେହି ଵ୍ୟକ୍ତି

1 min
373


ସେହି ଭଦ୍ରବ୍ୟକ୍ତି ଜଣକ ଅଚିହ୍ନା ହେଲେ ବି ଭାରି ଆତ୍ମୀୟ ଲାଗୁଥାନ୍ତି।କି ସୁନ୍ଦର କଥାବାର୍ତ୍ତା ।ଅଳ୍ପ ସମୟରେ ସେହି ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ମୁଁ ତାଙ୍କୁ ମୋ ବାପା ବୋଲି ଭାବିନେଲି।ମୁଁ ଏବଂ ମୋ ମିଷ୍ଟର ବାହାରିଥିଲୁ ଆମ ଗାଡିରେ ସାକ୍ଷୀଗୋପାଳ ରାଧା ପାଦ ଦର୍ଶନ ପାଇଁ।ଆମକୁ ଚିହ୍ନା ପରିଚୟ ହେତୁ ଭି .ଆଇ.ପି ପାସ୍ ମିଳିଥିଲା ।ସାକ୍ଷୀଗୋପାଳ ପହଞ୍ଚିବା ପରେ ମନ୍ଦିର ପୂର୍ବରୁ ସବୁ ଗାଡିଗୁଡାକୁ ପାର୍କିଙ୍ଗ୍ ରେ ରଖିବା ପାଇଁ ପଡୁଥିଲା।କିନ୍ତୁ ମୋ ମିଷ୍ଟର ତାଙ୍କ ଗର୍ଭରମେଣ୍ଟ ଆଇ,ଡି କାର୍ଡ ଦେଖାଇବା ଲାଗି ଗାଡିଟି ଛାଡିଦେଇଥିଲା।କିନ୍ତୁ ସେହି ସମୟରେ ପୋଲିସ ପାଖରେ ଏକ ଅପରିଚିତ ଅଚିହ୍ନା ବୟସ୍କ ବ୍ୟକ୍ତି ବୟସରେ ସତୁରି ହେବ ଛିଡା ହୋଇଥିଲେ।କିଛି ପୋଲିସ ଆମକୁ କହିଲେ ଏହି ବୟସ୍କ ବ୍ୟକ୍ତିଙ୍କୁ ଆପଣଙ୍କର ଗାଡିରେ ବସାଇ ମନ୍ଦିର ପାଖରେ ଛାଡିଦିଅନ୍ତୁ।ଆମ ଗାଡିର ଡ୍ରାଇଭର ପାଖର ଆଗ ସିଟ୍ ଖାଲିଥିଲା।ସେହି ଅଚିହ୍ନା ବ୍ୟକ୍ତି ଗାଡିରେ ବସିଲେ।ସେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ ଓଡିଆ ଆଦୌ କହିପାରୁନଥିଲେ।ତାଙ୍କ ସହ ଆମେ ଦଶମିନିଟ୍ ପ୍ରାୟ କଥାବାର୍ତ୍ତା ହୋଇଥିଲୁ।ସେ କଲିକତାରେ ରୁହନ୍ତି ଵୋଲି କହିଥିଲେ। ରାଧାପାଦ ଦର୍ଶନ ପାଇଁ ସେ ସେଠାରୁ ଆସିଛନ୍ତି।ତାଙ୍କ ସହ ତାଙ୍କ ସ୍ତ୍ରୀ ଆସିପାରିନଥିଲେ କାରଣ ଆଣ୍ଠୁର କିଛି ପ୍ରୋବ୍ଲେମ ଲାଗି।


ଆମ ସହ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ କହିଥିଲୁୁ ସିଏ କହିଥିଲେ ମୋର ମଧ୍ୟ ଭି.ଆଇ.ପି ପାସ୍ ଅଛି ମୋର ପଣ୍ଡା ଆସି ମତେ ମନ୍ଦିର ଭିତରକୁ ନେବ।ଆମେ ଠିକ୍ ଅଛି ବୋଲି କହି ମନ୍ଦିର ଭିତରକୁ ପ୍ରବେଶ କଲୁ।ରାଧାଙ୍କ ପାଦଯୁଗଳଙ୍କୁ ଧରି ମୁଁ କୁଣ୍ଢେଇ ପକାଇଲି।କି ସୁନ୍ଦର ଦିଶୁଥାନ୍ତି ରାଧା।ପାଦରେ ଅଳତା, ପାଉଁଜି ଗୋଲାପି ରଙ୍ଗର ପାଟରେ ବହୁତ ସୁନ୍ଦର ଦିଶୁଥାନ୍ତି।ସେ ଅପରିଚିତ ବ୍ୟକ୍ତିଙ୍କ ସହ ପୁଣିଥରେ ଦେଖାହୋଇଗଲା ମନ୍ଦିର ଭିତରେ ।ମନ୍ଦିର ଦର୍ଶନ ସାରି ସେ ଆମ ସହ ପୁଣି ଆମ ଗାଡିରେ ବସିଥିଲେ।ଆମେ ତାଙ୍କୁ ପାର୍କିଙ୍ଗ୍ ପାଖରେ ଛାଡି ଭୁବନେଶ୍ବର ଫେରିଲୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍