STORYMIRROR

Maitreyee Kamila

Others

3  

Maitreyee Kamila

Others

କିଛି ସ୍ମୃତି ବର୍ଷାର

କିଛି ସ୍ମୃତି ବର୍ଷାର

2 mins
527


ସେଦିନ ଏମିତି ଏକ ବର୍ଷା ଭିଜା ସକାଳ ଥିଲା । ଏଇ କାଲିପରି ମନେହେଉଛି ରାସ୍ତାରେ ଆସିବାବେଳେ ଏମିତି ଭିଜିଲି ଯେ ମୋତେ ତୋ ମେସକୁ ଯିବାକୁ ପଡିଲା । ତୁ towel ଦେଇ କହିଲୁ ଟିକେ ବସିପଡ଼,ହଠାତ ବାହାରେ କିଛି ପାଟି ଶୁଭିଲା ରୋଷେଇଆ ନନା ଉପେରେ କିଛି ପିଲା ଗର୍ଜୁ ଥାନ୍ତି । ତୁ କହିଲୁ ସବୁଦିନ ଡାଲିରେ ପେଜ ମିସେଇବା ତା ଅଭ୍ୟାସ, କେତେ ଆଉ ସହିବ ମଣିଷ ଗୋଟେ ଭଜା ଆଉ ଡାଲି ତ ଠିକ ସେ ବନେଇଲେ କଣ ହେଇଯିବ । ତୁମ ମାନଙ୍କ ଅବସ୍ଥା ବୁଝିହେଉଥିଲା । ମନେପଡ଼ିଲା ମା କଥା ,କେତେ ସରାଗରେ ବନାଏ । ହେଲେ ଅଭ୍ୟାସ ଯୋଗୁ ସବୁ ବେଳେ କଟକଟ ହୋଇ ଖାଏ । ତାପରେ ତୁ ଖାଇ ବସିଲୁ ତୋ math ଖାତା ଟା ମୋତେ ବଢ଼େଇ ଦେଇ । ମୁଁ ଟିପି ଚାଲିଲି math ର problem ଆଉ ans, ଏତିକିରେ ସରିନଥିଲା ଆମେ ସାଙ୍ଗ ହୋଇ college ଗଲୁ, class ଆରମ୍ଭ ହେବା ପୂର୍ବରୁ ସେ class ରୁମ ଖାଲି ଥିଲା ,ଦୁହେଁ ବସି କିଛି mathର ପ୍ରବ୍ଲେମ solve କଲୁ, ତୁ ନୂଆ ନୂଆ ଘରୁ ଆସିଥାଉ ,ବେଳେବେଳେ ଘରକଥା ମନେ ପଡ଼ିଯାଏ ତୁ ଚୁପ ହୋଇଯାଉ , ତୋ ମନକୁ ପଢିପାରେ ,ପଚାରିଲେ କହୁ ଭାଇ ଭାଉଜ ଘରକୁ ଆସିଥିଲେ ,ରଜରେ ମା ବହୁତ କିଛି ବନେଇଥିଲା ।


ଆସିବାବେଳେ ବାପାଙ୍କ ମୁହଁଟା ଜଳ ଜଳ ଦିଶି ଯାଉଥିଲା । କେବେ ସରିବ ଏ ସବୁ , ମେସ ଖାଇବା ପସନ୍ଦ ଆସୁନି ,complain ଦେଇ କିଛି ଲାଭ ନାହିଁ । ମୋତେ ଭାରିବ୍ୟସ୍ତ ଲାଗୁଥିଲେ ମଧ୍ୟ କିଛି କରିବାର ନଥିଲା କାରଣ ମୁଁ political sci hons ଆଉ ତୁ education hons । ଦୁହିଁଙ୍କର ପାସ subject math ଥିଲା ତୋର ବହୁତ ଭଲ math ହଉଥିଲା । କେତେବେଳେ class ନଥିଲେ library ଯାଉଥିଲୁ ନହେଲେ ଆମ୍ବ ଗଛ ତଳେ ବସୁଥିଲୁ ,ଆମ ମାନଙ୍କର last yr ଥିଲା । ବହୁତ କିଛି କଥା ରେ discussion କରୁଥିଲୁ , current political situation ୟା ପରେ କଣ କରିବୁ । ବାହାଘର ପରେ ଅବସ୍ଥା କଣ ହେବ । ସେ ଆମ୍ବ ଗଛ ତଳେ ପକ୍କା ପିଣ୍ଡା ଟା ଆମର ବେଶ ମନଛୁଆଁ ଜାଗା ଥିଲା । ଆମର final ପରୀକ୍ଷା ର ଘଟଣା ଅମସହ ପଢ଼ୁଥିବା ଗୋଟେ ଝିଅକୁ କେହି ଜଣେ ଭୁଲ time table ଦେଇଥିଲା, ସେ college ରେ ପହଂଚିବା ବେଳକୁ ପରୀକ୍ଷା ସରି ଯାଇଥିଲା, ରାସ୍ତା ଉପେରେ ଆମେ ତାକୁ ଜୋର ପାଟି କରି କାନ୍ଦୁଥିବାର ଦେଖିଲୁ, ତାପରଦିନ ପୁଣି ସେ ନର୍ମାଲ ହୋଇ ପରୀକ୍ଷା ଦେଇଥିଲା, ତୁ ମୋତେ କହିଲୁ କେହି ଜଣେ ତା ଉପେରେ ରାଗ ରଖି ଏମିତି କରିଛି । ବହୁତ ଦିନ ଯାଏ ପୋଷ୍ଟକାର୍ଡ ଚିଠି ଆସୁଥିଲା ତୋର ତାପରେ ସବୁ ଧୀରେ ଧୀରେ ବନ୍ଦ ହୋଇଗଲା । ସମୟର ମାପକାଠି ରେ ଆମେ ନିଜ ସଂସାର ରେ ବ୍ୟସ୍ତ ରହିଲୁ । ଆଜି ଜୀବନର ଅୟସ ଅପରାହ୍ନରେ ବର୍ଷାଭିଜା ମାଟିର ବାସ୍ନା ,ଆଷାଢ଼ର ପ୍ରଥମ ବର୍ଷା ପୁଣି କିଛି ପୁରୁଣା ସ୍ମୃତି ମନେ ପକାଉଛି ,ଅତୀତ ଭିଜୁଛି  ରଫ ଖାତାର ଚିରା ଫର୍ଦ୍ଦ ରେ ,ଜମା ଉତ୍ତର ଆସୁନଥିବା ଗଣିତର ସମିକରଣ ଆଉ class ନଥିବା ସେଇ common ରୁମ ର ହୋ ହୋ ଶବ୍ଦରେ । କୁସୁମ ଯଦି ଏଇ ଗପ ପଢ଼ି କିଛି ମନେ ପକେଇ ପାରିବୁ ତ ମୁଁ ବହୁତ ଖୁସି ହେବି ।




Rate this content
Log in