STORYMIRROR

Akshayakumar Dash

Others

2  

Akshayakumar Dash

Others

ଖେଳ

ଖେଳ

1 min
496

ଶୁକ୍ରବାର ଧର୍ମଶାଳା ହାଟ ପନିପରିବା ସହିତ ଗୋରୁ ବିକାକିଣା ହୁଏ । ପ୍ରାୟ କୋଡିଏ ମାଇଲ ରୁ ଲୋକମାନେ ହାଟକୁ ଆସନ୍ତି ।ବଳଦ,ଛେଳି,ଗାଈ କୁକୁଡ଼ା ମେଣ୍ଢା ଆଦିପଶୁ ବିକାକିଣା ହୁଏ ।ପାଖାପାଖି ଗ୍ରାମର ଲୋକେ ପନିପରିବା ,ଗୁଡ,ମନୋହରି ଦିନିସ, ଛାଚୁଉଣୀ,ପହଁରା,ଏମିତିକି ଚାଷ ଉପକରଣ ପଘା,ଲଙ୍ଗଳ,ଫାଳ,ଓଦର,ପଖିଆ ,କିଣାବିକା ହୁଏ । ତାଳପଟିଆ,ସପ ,ଚଟେଇ, ସହିତ ମାଟି ପାତ୍ର ଯଥା ହାଣ୍ଡି,ସରା,ଦୀପ ଆଦି ବିକ୍ରି ହୁଏ । ବାଟଘାଟ ଲୋକଗହଳି । ହାଟ ପାଖାପାଖି ଧର୍ମଶାଳା ବାଣିପୀଠ ।


ପୁରୁଣା ମାଧ୍ୟମିକ ବିଦ୍ୟାଳୟ ।ଏକାଦଶ ଶ୍ରେଣୀର ପିଲାମାନଙ୍କର ବଲ ଖେଳ । ଚମତ୍କାର ଖେଳ କୌଶଳ । ସେଦିନଥିଲା ଚଣ୍ଡିଖୋଲ ଆଶ୍ରମ ସ୍କୁଲ ସହିତ ଧର୍ମଶାଳା ବାଣିପୀଠ ର ମ୍ୟାଚ । ହାଟର ଲୋକମାନେ ଉତ୍ସାହିତ ସହିତ ଖେଳ ଦେଖୁଛନ୍ତି । ପ୍ରବଳ ଭିଡ ।ଖେଳ ଶିକ୍ଷକ ଭିମ ସାର ସୁସୁରି ଫୁଙ୍କିଲେ । ଦୁଇଦଳ ଖେଳ ପଡିଆକୁ ଗଲେ । ଫୁଟବଲ ଖେଳ, ରେଫରି ପୁଣି ସୁସୁରି ଫୁଙ୍କିଲେ ଚଣ୍ଡିଖୋଲ ଦଳ ମେଜିକ ପରି ବଲ ନେଇ ଗୋଲପୋଷ୍ଟ ଆଡକୁ ଦ୍ରୁତରେ ମାରିଲେ । ଧର୍ମଶାଳାର ଗୋଲକିପର ନାରଣ ଭାଇ କୁଦା ମାରି ବଲକୁ ଧରିନେଲେ । ଅତି ଚମତ୍କାର ଦୃଶ୍ୟ । ସମୂହ ଜନତା ସ୍ଲୋଗାନଦେଇ ଉତ୍ସାହିତ କଲେ । ଚଣ୍ଡିଖୋଲ ଯେତେଚେଷ୍ଟା କଲେ ବି ଆମ ଗୋଲକିପର ନରଣଭାଇ ବଲ କ୍ୟାଚ କରି ନେଉଛି । ସୁନ୍ଦର ତାଙ୍କ ଖେଳ ସେଦିନ ଥିଲା । ଗୋଲ କିଏ କାହାକୁ ଦେଇନଥିଲେ...



Rate this content
Log in