STORYMIRROR

Akshayakumar Dash

Others

3  

Akshayakumar Dash

Others

କାମନା

କାମନା

2 mins
181


ବନମାଳି ଜାଣେ ନିଜର ଦୁର୍ବଳତା। ପ୍ରତ୍ୟେକ ମଣିଷ ଜୀବନ ଧାରା ନିର୍ଦ୍ଧିଷ୍ଟ ବଳୟ ଭିତରେ ସୀମିତ। କାହିକିଁନା ମନୁଷ୍ୟର ଲୋଭ ଅଛି, ଅହଙ୍କାର ଓକ୍ରୋଧ ଭିତର ଆଉଟ୍ ପାଉଟ ହେଉଛି। ତାର ଅର୍ଥ ଓ ପ୍ରତିପତ୍ତି ଯେମିତି ଅଧିକାର ସେମିତି ଯୌନ ତୃପ୍ତି ପାଇଁ ନାରୀ ର ରୂପ ସୋନ୍ଦର୍ଯପ୍ରତି ଆକୃଷ୍ଟ ହୋଇଥାଏ। ବନମାଳି ଜାଣେ ଏଗୁଡ଼ିକ ସ୍ଵାଭାବିକ ମାନବୀୟ ଉତ୍କଣ୍ଠା। ଇଥିରୁବା ସେ ଓହରିଯିବ କେମନ୍ତେ? ତଥାପି ଏଥିରୁ ବିରତି ପାଇଁ ଧର୍ମ କର୍ମ କରିବାକୁ ପଛେ ନାହିଁ। ନିତ୍ୟ ନ ଇମିତିକ କର୍ମରେ ଆରାଧନା ଓ ଧର୍ମ ଗ୍ରନ୍ଥ ପଠନ, ହନୁମାନ ଚାଳିଶା, ବେଦ ଅଧ୍ୟୟନ, ଗୀତା, ଭାଗବତ, ବିଷ୍ଟୁସହସ୍ର ନାମ, ଚଣ୍ଡୀ ଆଦି ପଠନ କରେ। କାହିଁ କିଛିବି ପରିବର୍ତ୍ତନ ନାହିଁ। ଏଥିରୁ କି ଲାଭ ମିଳୁଛି, କିଛି ବୁଝିପାରୁନାହିଁ। କଥା ହେଲା, ଲଙ୍କା ପାକଳ ବେଳେ ରାଗ କମିଯାଏନି। ବନମାଳି ଦିନକୁ ଦିନ ତାର ବିକାର ଗୁଡ଼ିକ ଆହୁରି ବଳୁଆ ହୋଇପାରିଛନ୍ତି। କଥା କଥାରେ ମୁଁ ଓ ମୋର ଅହଙ୍କାର ଓ ତାର ପସନ୍ଦ କଥା ନହେଲେ ରାଗିଯାଇ ଗାଳିଗୁଲଜ ଦିଏ। ଘରେ ପତ୍ନୀ ଓ ପିଲାଙ୍କ ସହ ଦିନି ମତାନ୍ତର। ସହିଯିବା ଚାଡ଼ି ଅହଙ୍କାର କରି ସମସ୍ତେ ତାର କଥା ମାନନ୍ତି, ସେଜାହା କହୁ ଓ କରୁ ତାକୁ ସମସ୍ତେ ଭଳ କୁହନ୍ତୁ, ସେ ଚାହେଁ।

ଏସବୁ ବିଷୟରେ ବନମାଳି ନିରଳରେ ଭାବିଲେ, ଠାକୁରଙ୍କୁ କୁହେ ପ୍ରଭୁ ଏତେ ସବୁ ଅଘଟଣ ମୋ ମନ ଚାହୁଛି କାହିଁଙ୍କି? ମୁଁ କଣ ତୁମର ଅମୃତ ଶାନ୍ତିର ଧାରାରେ ଗତି କରିବି ନାହିଁ? ମୋର ଦୋଷ ତ୍ରୁଟି ସୁଧାରି ଦିଅ, ମତେ ଦିବ୍ୟ ଦର୍ଶନ ଦିଅ ଆଦି କେତେଥର କହି ହାତଯୋଡି କୁହେ ସର୍ବେ ଭବନ୍ତୁ ସୁଖିନ.............।

 ସମଚକ୍ରରେ ମଣିଷ ର ବୟସ ଗଡିଚାଲେ। ବୃଦ୍ଧଅବସ୍ଥାରେ ମଣିଷ ନିଜର ବିଚାର ଶକ୍ତି ମାର୍ଜିତ ହୁଏ। କିନ୍ତୁ ବନମାଳିବେହେରା ର ପ୍ରକୃତି ବଳବତ୍ତର। ଜୀବନ ସାରା ଦେବ ପୂଜନ ଓ ଧର୍ମ ପୁସ୍ତକ ପଠନ କରି ଫଳ ଶୂନ୍ୟ। ମନ ବ୍ୟାକୁଳ, ତେବେ କଣ ଆଉ ଉପାୟ ଅଛି ସେଇ କର୍ତ୍ତା ଜାଣନ୍ତି। 

ଦିନେ ଜଣେ ସାଧୁ ପ୍ରବଚନ ଦେଉଥିଲେ, ଏ, ମନ ପଞ୍ଚୁଥାଏ ଯାହା, କାଳେ ପ୍ରାପତ୍ ହୁଏ ତାହା। କାହିଁ ପ୍ରାପ୍ତ ତ ଦୂରେ ଥାଉ ପ୍ରପଞ୍ଚ ଗୁଡ଼ିକ ଅଧିକ ଆସ୍ଥାନ ଜମେଇ ଚାଲିଛନ୍ତି। ବନମାଳି ଭାଗବତ ପଢ଼ି ଯାହା ଜାଣିଥିଲା ତାହାକୁ ନିରୋଲାରେ ବସି ଭାବେ, ବିଚାର କରେ। କଳିଯୁଗରେ କର୍ମକାଣ୍ଡ, ଦେବ ପୂଜା ଓ ଜାଗ ଯଜ୍ଞ ଠାରୁ ଶ୍ରେଷ୍ଟ ମହା ମନ୍ତ୍ର। ରାମ ନାମ ଜପି ଦଶୁ ରତନାକର ବାଲ୍ମୀକି ଋଷି ହେଲେ, ରାମାୟଣ ରଚନା କଲେ। ଦିନ ସାରା କାମ କରି ରାତ୍ରି ରେ ବନମାଳି ମାଳି ଧରି ରାମ ନାମ ହଜାରେ ଏକଥର ଜପ କଲେ। ବର୍ଷେ ଦିବରସ ଗଲା, ଯେମିତି ସେମିତି ଅଧିକ ଲୋଭ ଓ କ୍ରୋଧ ମାଡ଼ି ଧରିଛି। ନା କିଛିଟା ଉପାୟ ବାହାର ନକଲେ ମଲା ପରେ ଦୁନିଆଁରେ ଅପ ଯଶ ରହିବ। ମନ କହେ ଦାନ କରିବାକୁ, ହେଲେ ଲୋଭ ଛାଡୁନାହିଁ। ଆଉ କେତେ ଅସନା କଥା ଗୁଡାକ ଆସ୍ଥାନ ମାଡ଼ି ବସିଛି। ବନମାଳି ନିଜ ବିଚାର ଖଟେଇ ଆଗକୁ ଯେତିକି ମାଡ଼ୁଛି ସେତିକି ତଳକୁ ଖସି ଆସୁଛି।


କ୍ରମଶ......


Rate this content
Log in