କାଳିଦାସଙ୍କ ଚେଲା
କାଳିଦାସଙ୍କ ଚେଲା


ଓଡ଼ିଶାରେ ନଦୀ ବହୁତ,ଚାଷୀର ବିଲ ଶୁଖିଲା ।ଜଣେ ବିଧାୟକ ପରେ ମନ୍ତ୍ରୀଙ୍କ ଉକ୍ତି ଟ୍ରକଟ୍ରକ କବି,ଲେଖକ,ସାହିତ୍ୟିକ ହେଲେ ସେମାନେ ନିଜକୁ ପ୍ରଚାର କରିବାରେ ଧୁରନ୍ଦର ।ତାଙ୍କ ସାହିତ୍ୟ ତାଙ୍କ ଲୋକ ପଢି ବାହାବାହା କରନ୍ତି ।ଅପ୍ରିୟ ସତକଥା । ଜଣେ ବୃତିରେ ଶିକ୍ଷକ କିମ୍ବା ଅଧ୍ୟାପକ ହୋଇପାରେ । ପ୍ରବୃତ୍ତି ବସରେ ନିଜର ସ୍ଵଭାଵ ଛାଡିପାରେ ନାହିଁ ।ପ୍ରାପ୍ତ ବୟସରେ ଲୋକଲଜ୍ୟା କାମ କରି ଶିକ୍ଷକବା ଅଧ୍ୟାପକ ଜଣକ ନିନ୍ଦାର ପାତ୍ରହେବାର ବହୁଦୃଷ୍ଟାନ୍ତ ଅଛି ।ଫଳରେ ଶିକ୍ଷକତା ପରି ପବିତ୍ର ପରମ୍ପରାକୁ ଲୋକେ ସମାଲୋଚନା କରନ୍ତି ।ଜଣେ ନୀତିବାନ ଶିକ୍ଷକ ବି କଟୁକଥାର ଶିକାର ହୁଏ ।ଶିକ୍ଷକ ବା ଅଧ୍ୟାପକଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ କରି ଗଢିବାର ଦାଇତ୍ୱ ସମାଜ ଦେଇଛି । କିନ୍ତୁ ଏହାର ଦୁରପଯୋଗ କରି ନିଜକୁ ସମାଜରେ ପ୍ରଚାର ପ୍ରସାର କରି ଅସାଧୁ ବ୍ୟକ୍ତିଙ୍କ ବାହୁଛାୟା ତଳେ ରହି ଫାଇଦା ନିଅନ୍ତି ।କେତେକ ଅଧ୍ୟାପକ ସ୍ଥାନୀୟ ନେତାଙ୍କ ଅବଲୋକର। ସାଜି ଶିକ୍ଷକକୂଳକୁ କଳୁଷିତ କରନ୍ତି ।
ଏହି ଶିକ୍ଷକ ବା ଅଧ୍ୟାପକ କାଳିଦାସଙ୍କ ଚେଲା କହିବାର ଯଥାର୍ଥ ଅଛି । କାଳିଦାସ ସଂସ୍କୃତ କାବ୍ୟ ନାଟକ ରଚନା କରି କାଳଜୟୀ ।ରଘୁବଂସ,କୁମାରସମ୍ଭବ,ମେଘଦୂତ ପରି ରଚନା ବିରଳ । ଅଭିଜ୍ଞ୍ୟାନ ସଂକୁତଳମ ନାଟକ ପଢିଥିବା ପାଠକ ମଧ୍ୟ ଧନ୍ୟ । ପରନ୍ତୁ କାଳିଦାସଙ୍କ ଚେଲାମାନେ ସଂସ୍କୃତ ଭାଷାର ଧାର ଧାରନ୍ତି ନାହିଁ , ଭାରତୀୟ ବେଦ, ପୁରାଣ ,ତ ଦୂର କଥା । ବର୍ଣ୍ଣବୋଧ ମାଲୁମ ନଥିଲାପରି ତାଙ୍କ ଲେଖାରୁ ଜଣାପଡେ । ଅଥଚ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି । ଜଣେ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ରାଷ୍ଟ୍ରଭାଷା ଜାଣିବା ଆବଶ୍ୟକ କି ନାହିଁ? ସଂସ୍କୃତ ନ ପଢି ପାରୁଥିବା ବ୍ୟକ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ଯେଉଁଠି ପାଆନ୍ତି ସେଠି କାଳିଦାସଙ୍କ ଚେଲା ଯଥାର୍ଥରେ କୁହାଯାଇପାରେ । ସଂସ୍କୃତ ସବୁ ଭାରତୀୟ ଭାଷାର ଜନନୀ ।ଚେଲାମାନେ ସଭାରେ ଡାକବାଜି ଧରି ଚଢାଗଳାରେ ଭାଷଣ ଦିଅନ୍ତି । ନିଜେ ଶିଖିବାକୁ ଚାହାନ୍ତିନାହିଁ । ଚରକ,ଶୃସୃତ,ଅ।ର୍ଯ୍ୟଭଟ, ମନୁ,ବାସ୍ଚାୟନ, ଆଦିଙ୍କର ରଚନା ବିଦେଶରେ ଆଦୃତହୋଇପାରିଛି ଅଥଚ ଆମ ଚେଲାକୁ ପଢିବାକୁ ସମୟ ନାହିଁ ।ନିକଟରେ ଜଣେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତାଙ୍କର ଓଡ଼ିଆ ପାଣ୍ଡୁଲିପି ହିନ୍ଦୀ ଅନୁବାଦ ନିମିତ୍ତ ଜଣଙ୍କୁ ଅନୁରୋଧ କରୁଥିଲେ ।ମାତୃଭାଷା ସହିତ ସଂସ୍କୃତ ଓ ରାଷ୍ଟ୍ରଭାଷା ହିନ୍ଦୀ ନିହାତି ଜାଣିବା ଉଚିତ ସାହିତ୍ୟିକର ଦକ୍ଷତାର ମାପକାଠି ପରନ୍ତୁ ଚେଲା ମାନେ ?
ଚେଲା ମାନେ ନିଜ ନାମ ପୂର୍ବରୁ ଡକ୍ଟର ଲେଖିବାକୁ ଦେଖୁଛେ ।ବୃତିଯୁକ୍ତ ପ୍ରମାଣପତ୍ର ଜଣେ ପାଠକକୁ ଦେଖେଇବା ଅର୍ଥ ନିଜକୁ ପ୍ରଚାର କରିବା ।ଜଣେ ସାଧୁ ବ୍ୟକ୍ତିର ପରିଚୟ ତାର ଭାଷାରୁ ।ଜଣେ ଲେଖକ ବା କବିଙ୍କର ପରିଚୟ ତାଙ୍କର ଲେଖାରୁ । ଲେଖାଟି ଭଲଲାଗିଲେ ପାଠକ କବିଙ୍କୁ ଖୋଜିବେ । ଏଠି କବି ପାଠକକୁ ଖୋଜୁଛି ନିଜ ନାମ ପୂର୍ବରୁ ଡକ୍ଟର ଲେଖୁଛି । ସଭାସମିତିରେ କହୁଛି ପଢିବାକୁ ପାଠକ ନାହାନ୍ତି । ଟଙ୍କା ଦେଇ ଲେଖା ପତ୍ରିକାରେ ପ୍ରକାଶହେବା ପରିବେଶ ଯେତେଦିନ ଚାଲିବ ଓଡ଼ିଆଭାଷା ସାହିତ୍ୟ ମୁଣ୍ଡଟେକିବ ନାହିଁ । କେତକପ୍ରତିଷ୍ଠା କହୁଥିବା ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ପାଖକୁ କେତେକ କବି ବଂଧୁ ଅଧ୍ୟାପକମନେ ଲେଖାସହିତ ଟଙ୍କା ପାଠୋଉଥିବାର ଦୃଷ୍ଟାନ୍ତ ଅଛି । ଓଡ଼ିଆ ଭାଷା ସାହିତ୍ୟର ମାନ ନିମ୍ନଗାମୀ ହେବାକୁଯାଉଥିବାବେଳେ ଜଣେ ପାଠକକୁ ମୁଗ୍ଧ କରୁଥିବା ସାହିତ୍ୟକୁ ପତ୍ରିକାରେ ପ୍ରକାଶ ଦିଗରେ ପ୍ରକାଶକ ନିଷ୍ଠାପର ଭାବେ ସମ୍ପାଦନା କରିବାଉଚିତ ।ତେବେ ପତ୍ରିକାଟି ପାଠକ ଆଦୃତ ଲାଭକରିବ । କ୍ରମଶଃ