ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

କାହାକୁ କହିବନି - ଶେଷ ଭାଗ

କାହାକୁ କହିବନି - ଶେଷ ଭାଗ

7 mins
277



ମୋ କଥାରେ ଝିଅଟି କମ୍ପ୍ୟୁଟର କି ବୋର୍ଡରେ କିଛି ଚେକ୍ କରିବାର ଅଭିନୟ କଲା l ମୋ ମୋବାଇଲ୍ ରେ ସେମିତି ସାଉଣ୍ତ୍ ଶୁଣାଗଲା l କିଛି ସମୟପରେ କହିଲା," ହଁ ସାର୍ ମିଳିଗଲା l ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ଡିଟେଲ୍ସ ଅଛି ଆମ ପାଖରେ l " 


ମୁଁ ଏଥର ସ୍ୱାଭାବିକ୍ ଭାବରେ କହିଲି," ବାସ୍ ସେଇ ଆକାଉଣ୍ଟରେ ପ୍ରଥମ ପୁରଷ୍କାର ବାବଦ ଅର୍ଥ ଏବେ ଡିପୋଜିଟ୍ କରିଦିଅନ୍ତୁ l "


" ନାଇଁ ସାର୍ ସେମିତି ହେବନି । " ଝିଅଟି କହିଲା l


ମୁଁ କହିଲି, " କାଇଁ ହେବନି ? ଅସୁବିଧା ପୁଣି କେଉଁଠି ରହୁଛି ! "


ସେ କହିଲା, " ଆମ ନିୟମ ମୁତାବକ୍ ଆପଣଙ୍କୁ ପ୍ରଥମେ ରେଜିଷ୍ଟେଶନ୍ ଫି ବାବଦକୁ ୮୫୦୦ ଟଙ୍କା ଡିପୋଜିଟ୍ କରିବାକୁ ହେବ l"


ମୁଁ କହିଲି, " କି କଥା ? ଅପଣ ପୁରଷ୍କାର ବାବଦକୁ ମୋ ଆକାଉଣ୍ଟରେ ୧୨,୮୦,୧୪୮ ଟଙ୍କା ଦେବେ,ସେଥିରୁ ୮୫୦୦ ଟଙ୍କା ଫେଡି ରଖିବାରେ ଅସୁବିଧା କେଉଁଠି ରହୁଛି ? "


ଝିଅଟି କିନ୍ତୁ ପୁଣି କହିଲା , " ନାଇଁ ଆପଣଙ୍କୁ ଆଗ ସେଇ ଟଙ୍କା ଆମ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବାକୁ ହେବ l"


ମୁଁ ଏଥର ସିଧା କହିଲି, " ନାଇଁ ମୋର ସେ ପୁରଷ୍କାର ଦରକାର୍ ନାହିଁ l " 


ଏମିତି କହିବାର କାରଣ ହେଉଛି ଯଦି ମୁଁ ଝିଅଟିର କଥା ମୁତାବକ୍ ୮୫୦୦ ଟଙ୍କା ଡିପୋଜିଟ୍ କରିଥାନ୍ତି ସେଇ ବାର ଲକ୍ଷରୁ ଅଧିକ ଟଙ୍କା ପାଇବା ଲୋଭରେ ତାହେଲେ ସେଇ ଟଙ୍କା ମୁଁ ସବୁଦିନପାଇଁ ହରାଇଥାନ୍ତି ଅର୍ଥାତ୍ ଠକାମିର ଶିକାର ହୋଇ ବୁଲିଥାନ୍ତି l ଏମିତି ଅଧିକ ଟଙ୍କା ପାୋଇବା ଲୋଭରେ ପଡି କିଛି ଲୋକ ଅନଲାଇନ୍ ବା ବ୍ୟାଙ୍କକୁ ଯାଇ ସେଇ ରେଜିଷ୍ଟେଶନ୍ ବାବଦକୁ କିଛି ଟଙ୍କା ଡିପୋଜିଟ୍ କରି ଠକାମିର ଶିକାର ହୋଇଥାନ୍ତି l ପରବର୍ତ୍ତି ସମୟରେ ନା ସେ ପ୍ରାଇଜ୍ ଟଙ୍କା ଆସେ ନା ଏଇ ରେଜିଷ୍ଟେଶନ୍ ଟଙ୍କା ଫେରି ପାଆନ୍ତି l ସବୁଠୁ ଦୁଃଖର କଥା ହେଉଛି ଏମିତି ଠକାମିର ଶିକାର ହୋଇଛନ୍ତି ବୋଲି କାହାକି କହିବାକୁ ସଂକୋଚ କରଥାନ୍ତି l ତେଣୁ ଏମିତି ଲୋଭରୁ ଦୂରେଇ ରହିବା ସବୁବେଳେ ବୁଦ୍ଧିମାନର କାମ l


ବର୍ତ୍ତମାନ ଆଉ ଏକ କିସମର ଠକାମି ଉପରେ ଆଲୋଚନା କରିବା l ଏଇ କାଟେଗୋରୀର ଠକାମିରେ କିଛି ମାତ୍ରାରେ ଇମୋସନ୍ସ୍ ଯୋଡି ହୋଇଥାଏ l ସାଧାରଣ ଲୋକମାନଙ୍କ ସହିତ କିଛି ବୁଦ୍ଧିଆ ଲୋକ ମଧ୍ୟ ଏଇ ଠକ ମାନଙ୍କ ଦ୍ୱାରା ସହଜରେ ଶିକାର ହୋଇଥାନ୍ତି l 


ଏଇ ଧରଣର ଠକାମି କରୁଥିବା ଲୋକମାନେ ପ୍ରଥମେ ଠକିବାକୁ ସ୍ଥିର କରିଥିବା ଲୋକ ମାନଙ୍କର ସବୁ ଡାଟା ଯୋଗାଡ କରିଥାନ୍ତି l ମାଟ୍ରିକ୍ ହେଉ ବା ଯୁକ୍ତ ଦୁଇ, ଏଇଥିରେ ପରୀକ୍ଷା ଦେଇଥିବା ପରୀକ୍ଷାଥୀଙ୍କ ନାମ, ରୋଲ୍ ନମ୍ୱର, ରେଜିଷ୍ଟେଶନ୍ ନମ୍ୱର, ବାପ ମାଆଙ୍କ ନାମ ପ୍ରଥମେ ପରୀକ୍ଷା କରୁଥିବା ବୋର୍ଡ ଲୋଜଙ୍କୁ ହାତକରି ଯୋଗାଡ କରନ୍ତି l ଠିକ୍ ଖାତାଦେଖା ସରିବାପରେ ଫୋନ୍ କରନ୍ତି ପରୀକ୍ଷାର୍ଥୀର ବାପ କିମ୍ୱା ମାଆଙ୍କୁ l


ଏମିତିରେ ପରୀକ୍ଷା ରେଜଲ୍ଟ ବାହାରିବା ସମୟ ପାଖେଇ ଆସିଲେ, ପରୀକ୍ଷାର୍ଥୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଶା ଓ ଆଶଙ୍କା ବଢିଯାଏ l ଆଉ ଠିକ୍ ସେଇ ସମୟରେ ଏଇ ଠକମାନେ ସକ୍ରିୟ ହୋଇ ଉଠନ୍ତି l ପୁରା ଗୋଟେ ରାକେଟ୍ ଏମିତି କାମ କରନ୍ତି l ଯାହାକୁ କୁହନ୍ତି ଠିକ୍ ଲୁହା ଗରମ ହୋଇଥିବା ସମୟରେ ପ୍ରହାର କରିବା l ଯୋଗାଡ କରିଥିବା ଡାଟାକୁ ବେସ୍ କରି ଅଭିଭାବକଙ୍କୁ ଫିନ୍ ଲଗାନ୍ତି l


ଏମିତି ଏକ କଲ୍ ମୋ ପାଖକୁ ଆସିଲା ତା ୧୨/୦୫/୨୦୧୯ ରିଖରେ l ସମୟ ସକାଳ ୮ଟା ପାଖା ପାଖି ହେବ l ଅସିଥବା ନମ୍ୱର ହେଉଛି ୦୭୬୩୨୯୪୮୭୪୬ l ପୁରା କନ୍ଫିଡେଣ୍ଟଲି ହିନ୍ଦିରେ ସେ ଝିଅଟି ମୋତେ ମୋ ପୁଅ ନାମ, ତା ରୋଲ୍ ନମ୍ୱର, ରେଜିଷ୍ଟେଶନ୍ ନମ୍ୱର ସହିତ ମୋ ନାମ କହିଗଲା l ମୋ ପୁଅ ଏ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛି ଆଉ ଅଳ୍ପଦିନ ପରେ ତା ରେଜଲ୍ଟ୍ ବି ବାହାରିବ l 


ମୁଁ ତେଣୁ ସ୍ୱାଭାବିକ୍ ଭାବରେ କହିଲି," ହାଁ କ୍ୟା ହୁଆ ? "


ସେ କହିଲା , " କିସିକୋ ବୋଲିଏଗା ମତ୍ , ରିସ୍କ୍ ଲେକର ହମେ ଆପ୍ କୋ ହେଲ୍ପ୍ କର୍ ରହେ ହେଁ l " 


ଏହାପରେ ଯାହା ଆମ ଭିତରେ ହିନ୍ଦିରେ କଥାବାର୍ତ୍ତା ହେଲା ତାକୁ ଓଡିଆରେ ନିମ୍ନରେ ରଖୁଛି l


ମୁଁ କହିଲି, " କଣ ରିସ୍କ୍ ନେଲେ ଆପଣ ? "


ସେ କହିଲା, " ଆପଣଙ୍କ ପୁଅ ଗଣିତ ଓ ରସାୟନ ବିଜ୍ଞାନରେ ଫେଲ୍ ଫୋଲ୍ ହୋଇ ଯାଇଛି l ଗଣିତରେ ମାତ୍ର ୨୯ ଓ ରସାୟନ ବିଜ୍ଞାନରେ ୨୭ ନମ୍ୱର ରଖିଛି l ଆମେ ଏବେ ସେଇ ମାର୍କ କମ୍ୟୁଟରରେ ଏନ୍ଟ୍ରି କରିବାକୁ ଯାଉଛୁ l ଆମର ଯେଉଁ ଅଧିକାରୀ ଏଇ ସାହାର୍ଯ୍ୟ କରିବେ ତାଙ୍କୁ ଆମେ ହାତ କରିଛୁ l ଆପଣଙ୍କୁ କିଛି ଟଙ୍କା ଦେବାକୁ ହେବ l ଆମେ ସେଇ ଫେଲ୍ ନମ୍ୱରକୁ ୯୦ ପ୍ରତିଶତରୁ ଅଧିକ କରିଦେବୁ l ଦେଖନ୍ତୁ ନିଜ ପୁଅର ଭବିଷ୍ୟତ କଥା l କେବଳ ଆଜି ପାଇଁ ଏଇ ସୁବିଧା l ଆସନ୍ତାକାଲି ସେ ଅଧିକାରୀ ପରିବର୍ତ୍ତନ ହୋଇଯିବେ l ଆପଣଙ୍କୁ ବେଶି ଦେବାକୁ ପଡିବନି , ଏଇ ମାତ୍ର ୬ ହଜାର ଟଙ୍କା l ଯଦି ଆଜି ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ ତାହେଲେ କାମ ହୋଇଯିବ l "


ଏମିତି କଲ୍ ପାଇ ଯାହା କୁହନ୍ତି ମୁଁ ପୁରା ତୀର୍ଥ କାବା l ମୁଁ ଜଣେ ଅଧ୍ଯାପକ ହୋଇଥିବାରୁ ଖାତା ମୂଲ୍ୟାୟନ କିପରି ହୁଏ ତାହା ଜାଣିଥାଏ l ଆମେ ପ୍ରାୟ କୌଣସି ପରୀକ୍ଷାଥୀକୁ ୨୯ ନମ୍ୱର ଦେଇ ନଥାଉ l ସତେଇଶି ଡେଇଁଲେ ପ୍ରାୟ ଟାଣି ଓଟାରି ତାକୁ ୩୦ ଅର୍ଥାତ୍ ପାସ୍ ମାର୍କ ଦେଇଥାଉ l ଆଉ ରହିଲା ରାସାୟନ ବିଜ୍ଞାନ ଖାତାରେ ୨୭ ନମ୍ୱର ରଖି ଫେଲ୍ ହେବା କଥା l ସେ ଝିଅଟି ବୋଧେ ଜାଣିନଥିବ ଯେ, ରାସାୟନ ବିଜ୍ଞାନରେ ପ୍ରାକ୍ଟିକାଲ୍ ଥାଏ ଆଉ ଥିଓରୀରେ ୭୦ ରୁ ୨୧ ନମ୍ୱର ରଖିଲେ ପାସ୍ ବୋଲି l 


ଏବେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ, ମାର୍କ ବଢାଇବା ପାଇଁ ଏହା ଏକ ମିଥ୍ୟା ଫୋନ୍ କଲ୍ ଆଉ ଏଥିରେ ପୁରା ମାତି ଉଠିଛନ୍ତି ଆନ୍ତଃରାଜ୍ୟ ଅନଲାଇନ୍ ଠକ ସଂସ୍ଥା l ଏଇ ସବୁ କଥା ଚିନ୍ତା କରି ମୁଁ ସେଇ ଠକ ମାନଙ୍କ ସହିତ କିଛି ସମୟ ଖେଳ କରିବାକୁ ଚାହିଁଲି l 


ତେଣୁ ସେ ଝିଅଟିକୁ କହିଲି, " ଆଛା ମାତ୍ର ୬ ହଜାର ଟଙ୍କାରେ ୨୭ ଓ ୨୯ ନମ୍ୱର ୯୦ ହୋଇଯିବ ? ଏଇଟା ବହୁତ ବଢିଆ ଅଫର୍ କିନ୍ତୁ l" 


ଝିଅଟି କହିଲା, " ଦେଖନ୍ତୁ ଆମେ ଆମ ଚାକିରିକୁ ବାଜି ଲଗାଇ ଆପଣଙ୍କୁ ସାହାର୍ଯ୍ୟ କରୁଛୁ l ଦୟାକରି କାହାକୁ ଏ ବିଷୟରେ କହିବେନି l"


ମୁଁ କହିଲି, " ନାଁ ନାଁ ଏସବୁ କଥା କଣ କାହାକୁ କୁହାଯାଏ ? ପୁରା ସିକ୍ରେଟ୍ ରହିବ ଏ କଥା l ନିଶ୍ଚିତରେ ରହନ୍ତୁ ଆପଣ l ଆଛା ଟଙ୍କା କାହା ଆକାଉଣ୍ଟରେ ଡିପୋଜିଟ୍ କରିବି ? "


ଝିଅଟି କହିଲା, " ଆପଣଙ୍କୁ କିନ୍ତୁ ଆଜି ହିଁ ଟଙ୍କା ଡିପୋଜିଟ୍ କରିବାକୁ ହେବ l ଅନଲାଇନ୍ ରେ ଟ୍ରାନ୍ସ୍ଫର୍ କରିବେ ନା ବ୍ୟାଙ୍କରେ ଡିପୋଜିଟ୍ କରିବେ l 


ମୁଁ କହିଲି, " ସେ ଅନଲାଇଲ୍ କଣ ମୁଁ ଜାଣିନି , ବ୍ୟାଙ୍କରେ ଯାଇ ଡିପୋଜିଟ୍ କରିଦେବି ଆଜି l"


ସେ କହିଲା, " ଠିକ୍ ଅଛି ସଙ୍ଗେ ସଙ୍ଗେ ଅପଣଙ୍କ ମୋବାଇଲକୁ ମେସେଜ୍ ଯିବ l ସେଇ ଆକାଉଣ୍ଟରେ ଅଜି ନିହାତି ଡିପୋଜିଟ୍ କରିଦେବେ l କାଲି ସେ ଅଧିକାରୀ ପରିବର୍ତ୍ତନ ହୋଇଯିବେ l ଆଉ ଯିଏ ତାଙ୍କ ଜାଗାରେ ଆସିବେ ସେ ହୁଏତ ଅାମ କଥାରେ ରାଜି ହୋଇନପାରନ୍ତି l ଦେଖନ୍ତୁ ଏ ସୁବିଧା କେବଳ ଆଜି ପାଇଁ ଉପଲବ୍ଧ l" 


ମୁଁ କହିଲି , " ବ୍ୟସ୍ତ ହୁଅନ୍ତୁନି , ଆଉ ଅଧ ଘଣ୍ଟାଏ ଭିତରେ ଟଙ୍କା ଡିପୋଜିଟ୍ କରିଦେବି l" 


ଧନ୍ୟବାଦ କହି ଝିଅଟି ଫୋନ୍ ରଖିଲା l ମୁଁ True Caller ଦେଖିଲି ସେଇ ଫୋନ୍ ନମ୍ୱର ହେଉଛି ଫ୍ରଡ୍ ନାମଧାରୀ କେଉଁ ଲୋକର l ଫୋନ୍ ଆସିଥିବା ଲୋକେସନ୍ ରେ ବିହାର ଦେଖାଉଥାଏ l ମନେ ମନେ ବହୁତ ହସ ମଧ୍ୟ ଲାଗୁଥାଏ l କେତେ ନିରୀହ ପିତା ମାତାଙ୍କୁ ପୁଅ ବା ଝିଅଙ୍କ ନମ୍ୱର ବଢେଇଦେବାକୁ କହି ଠକିଥିବେ ଏମାନେ ତାର ହିସାବ ନାହିଁ l ସମସ୍ତେ ତ ଆଉ ଏତେ ସଚେତନ ହୋଇନଥିବେ l ପୁଅ ଝିଅଙ୍କ ନମ୍ୱର ଅଳ୍ପ ଟଙ୍କାରେ ଏତେ ଅଧିକ ହୋଇଯିବ ବୋଲି ଖୁବ୍ ଉଲ୍ଲସିତ ହୋଇ ବ୍ୟାଙ୍କକୁ ଦୌଡିଯାଇ ଟଙ୍କା ଡିପୋଜିଟ୍ କରିଦେଇ ରେଜଲ୍ଟ ବାହାରିବା ଦିନକୁ ଖୁବ୍ ଆଗ୍ରହ ସହକାରେ ଅନେଇଁ ଥାଆନ୍ତି l ନମ୍ୱର ତ ବଢିବାର ପ୍ରଶ୍ନ ଉଠୁନି, କିନ୍ତୁ ଏମିତି ଠକାମିର ଶିକାର ହୋଇଛନ୍ତି ବୋଲି କାହାକୁ ମୁଁହ ଖୋଲି କହିପାରନ୍ତି ନାହିଁ l କିଛିଦିନ ମନ ଦୁଃଖରେ ରହି ସେଇ ଠକାମିକୁ ଭୁଲିବାକୁ ଚେଷ୍ଟା କରିବା ଛଡା ଅନ୍ୟଗତି ନଥାଏ l


ଫୋନ୍ କଟିବା ପରେ ପରେ ହିଁ ମୋ ମୋବାଇଲକୁ ଗୋଟେ ମେସେଜ୍ ଆସିଲା l ସେଇ ମିସେଜ୍ ମୁତାବକ ମୋତେ ରିମ୍ପା ସାଧୁଖାନ୍ ନାମଧାରୀ ଜଣେ ମହିଳାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ନମ୍ୱର - ୩୪୩୪୯୫୬୪୩୦୧ ରେ ଟଙ୍କା ଡିପୋଜିଟ୍ କରିବାକୁ ହେବ l ସେଇ ବ୍ଯାଙ୍କର ଆଇ.ଏଫ୍.ଏସ୍.ସି. କୋଡ୍ ଥିଲା - SBIN0001359 l ମୋ ମୋବାଇଲକୁ ଆସିଥିବା ସେଇ ମେସେଜ୍ କୁ ଏଠାରେ ସଲଗ୍ନ କରାଗଲା l 


ଠିକ୍ ଅଧଘଣ୍ଟାଏ ପରେ ପୁଣି ସେଇ ନମ୍ୱରରୁ ଫୋନ୍ ଆସିଲା l 

ଝିଅଟି ବଡ ବ୍ୟଗ୍ର ହୋଇ ପଚାରିଲା' " ଟଙ୍କା ଡିପୋଜିଟ୍ ହୋଇଗଲା କି ? " ତା କହିବା ଶୈଳିରୁ ଏମିତି ଲାଗୁଥିଲା ସତେ ଜେମିତି ସେ ଦେଶ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ କାମ କରିବାକୁ ପୁରା ରେଡି ହୋଇ ତେଣେ କ୍ଯମ୍ପୁଟରରେ ବସିଛି l 


ମୁଁ ସେମିତି ମୋ ଖେଳକୁ ଆଗେଇନେଇ କହିଲି, " ନାଇଁ ଡିପୋଜିଟ୍ କରି ହେଉନି l ଫଣି ବାତ୍ୟାରେ ଏଠି ଇଣ୍ଟରନେଟ୍ ଆସୁନି l " 


ବଡ ବ୍ୟସ୍ତ ହୋଇ ଝିଅଟି କହିଲା, " ତାହେଲେ କଣ କରାଯିବ l ଏଇ ସୁବୁଧା କାଲିକି ମିଳି ନପାରେ l" 


ମୁଁ କହିଲି , " ଆଉ ଉପାୟ କଣ ଅଛି ? ମୁଁ କାଲିକି ଡିପୋଜିଟ୍ କରିବାକୁ ଚେଷ୍ଟା କରିବି l" 


ଝିଅଟି କହିଲା, " ତାହେଲେ ଡିପୋଜିଟ୍ କରିବା ପୂର୍ବରୁ ଏଇ ନମ୍ୱରରେ କଲ୍ କରିବେ l କାଲି ଯେଉଁ ଅଧିକାରୀ କାମ କରିବେ ତାଙ୍କ ଆକାଉଣ୍ଟ ନମ୍ୱର ଦେବି l "


ମୁଁ ଠିକ୍ ଅଛି ବୋଲି କହି ଫୋନ୍ କନେକ୍ସନ୍ କାଟିଲି l ଜାଣିଲି ଏମାନେ ଗୋଟେ ଆକାଉଣ୍ଟ ଅଧିକଦିନ ବ୍ୟବହାର କରନ୍ତିନି l ବ୍ୟାଙ୍କ ଆକାଉଣ୍ଟ ନମ୍ୱର ବାରମ୍ୱାର ପରିବର୍ତ୍ତନ କରି ଚାଲନ୍ତି l ଠକିବାର ଖୁବ୍ ସୁନ୍ଦର ତରିକା ଆପଣାଇଥାନ୍ତି ଏମାନେ l


ତା ପରଦିନ ମୁଁ ଫୋନ୍ କରିବାର ପ୍ରଶ୍ନ ଉଠୁନଥାଏ l କିନ୍ତୁ ସେଇ ଠକମାନେ ଦେଖୁଥାନ୍ତି ଯେ ଗୋଟେ ଲୋକ ତାଙ୍କ ଦ୍ୱାରା ବସା ଯାଇଥିବା ଠକାମିର ଯନ୍ତ୍ରାରେ ପଡିବାକୁ ଆସୁଛି କିନ୍ତୁ ଅଳ୍ପରେ ଖସି ଯାଉଛି l ତେଣୁ ସେମାନେ ସମସ୍ତ କଳବଳକୌଶଳ ଲଗାଇଦେଇ କେମିତି ସେଇ ଯନ୍ତ୍ରାରେ ମୋତେ ନେଇ ପକାଇବେ ସେଥିରୁ ବିରତ ହେଉନଥାନ୍ତି l ଠିକ୍ ସକାଳ ୮ ଟାରେ ମୋ ପାଖକୁ ଫୋନ୍ ଆସିଗଲା l ୧୦ ପରେ ବ୍ୟାଙ୍କ ଖୋଲୋଲେ ମୁଁ ଡିପୋଜିଟ୍ କରିବାକୁ ଯିବାକୁ କହି ଫୋନ୍ କାଟିଲି l 


ଏ ଭିତରେ ଗୁଗୁଲିରେ ଖୋଜି ସେଇ ବ୍ଯାଙ୍କ ଆକାଉଣ୍ଟଟା କେଉଁଠିକାର ଜାଣି ନେଇଥାଏ l ତାହା ହେଉଛି ପଶ୍ଚିମବଙ୍ଗ ହାଉଡା ଜିଲ୍ଲା ସନ୍ଟ୍ରାଗାଛିର ରାମରାଜତାଲା ଷ୍ଟେଟବ୍ୟାଙ୍କ ଶାଖା l ପାଖା ପାଖି ତିନିଦିନ ଭିତରେ ସେଇ ଠକମାନେ ମୋତେ ବହୁତ ଥର ଫୋନ୍ କରିଛନ୍ତି l ଶେଷକୁ ବ୍ୟତିବ୍ୟସ୍ତ ହୋଇ ମୁଁ ସ୍ଥର କଲି ଏଇ ଖେଳ ଶେଷ କରିଦେବା ଉଚିତ୍ l 


ସେ ଝିଅଟି ଫୋନ୍ ଲଗାଇ କହିଲା, " ଏ ଯାଏ ଡିପୋଜିଟ୍ କଲେନି, ଆମେ କେମିତି ସାହାର୍ଯ୍ୟ କରିବୁ ? "


ମୁଁ କହିଲି, " ଅପଣ ଏଇସବୁ କାମ କେଉଁଠି କରାଉଛନ୍ତି ? "


ସେ - " ବାଙ୍ଗାଲୋରରେ କ୍ୟମ୍ପୁଟରରେ ମାର୍କ ଚଢୁଛି l ଏଇଠୁ ହିଁ ସବୁ କାମ କରାଯାଏ l" 


ମୁଁ - " ଆଛା ତାହେଲେ ଆପଣ ସେଇ ବାଙ୍ଗାଲୋରରୁ କହୁଛନ୍ତି l ସେ ବ୍ୟାଙ୍କ ଆକାଉଣ୍ଟ ନମ୍ୱର କେଉଁଠିକାର ? " 


ସେ ପୁରା କନ୍ଫିଡେଣ୍ଟଲି କହିଲା, " ଏଇ ବାଙ୍ଗାଲୋର ଷ୍ଟେଟବ୍ୟାଙ୍କର l" 


ମୁଁ ଏଥର କଡା ଭାବରେ କହିଲି, " କିନ୍ତୁ ଏଠି True Caller ରେ ଦେଖାଉଛି ଆପଣ ବିହାରରୁ କହୁଛନ୍ତି ଆଉ ସେଇ ବ୍ୟାଙ୍କ ଆକାଉଣ୍ଟ ହେଉଛି ପଶ୍ଚିମବଙ୍ଗର l" 


ବାସ୍ ଏତିକି କଥା କାଫି ଥିଲା ତା ପାଇଁ l ସେଇ ଠକ ମାନଙ୍କ ପାଇଁ l ଗେଟେ ସେକେଣ୍ତରେ ଫୋନ୍ ଲାଇନ୍ କଟିଗଲା l ତାପରେ ଆଉ ଏଯାଏ ମୋ ପାଖକୁ କୌଣସି କଲ୍ ଆସିନି l



Rate this content
Log in