Trushna Das

Others

3  

Trushna Das

Others

ଜନ୍ମ ଜନ୍ମାନ୍ତର

ଜନ୍ମ ଜନ୍ମାନ୍ତର

6 mins
210



ଜନ୍ମ ଜନ୍ମାନ୍ତର ଅଧ୍ୟାୟ : 5 ( ଜଙ୍ଗଲ ରାସ୍ତାର ରହସ୍ୟ ଓ ରାଜକୁମାରୀ କଳ୍ପନା ) 


କାହାଣୀର ପୂର୍ବ ଅଧ୍ୟାୟରେ ଆମେ ପଢିଲୁ ଯେ ପ୍ରମୋଦ ବାବୁ ନିଜ ପରିବାରକୁ ନେଇ ସହର ଅଭିମୁଖେ ଯାତ୍ରା କରୁଛନ୍ତି। ଚାହା ଦୋକାନୀ ଓ ଡ୍ରାଇଭର କଥାରୁ ଜଣା ପଡ଼ିଲା ଯେ ରାତିରେ ସେ ରାସ୍ତାରେ ଯିବାଟା ବିପଦପୂର୍ଣ୍ଣ । ପ୍ରମୋଦ ବାବୁ କହିଲେ ଏ ସବୁ ବିଷୟରେ ଆଲୋଚନା ନ କରିବାଟା ଭଲ । ଏମିତି କଥା ହେଉ ହେଉ ଗାଡି ସହର ଅଭିମୁଖେ ବଢି ଚାଲିଛି। 

ତାପରେ :

ଘଞ୍ଚ ଜଙ୍ଗଲ ରାସ୍ତାରେ ଏତେ ବର୍ଷାରେ କେବଳ ପ୍ରମୋଦ ବାବୁଙ୍କ ଗାଡି। ସେହି ସମୟରେ ସେମାନେ ଦେଖିଲେ ରାସ୍ତାରେ ଗୋଟିଏ ସ୍ତ୍ରୀ ଲୋକ ରକ୍ତାକ୍ତ ଅବସ୍ଥାରେ ମଲା ଛୁଆଟିକୁ ଧରି ଲିଫ୍ଟ ମାଗୁଛି। ଏତେ ରାତିରେ ଏମିତି ବର୍ଷାରେ ସେ ସ୍ତ୍ରୀ ଲୋକଟିକୁ ଜଙ୍ଗଲରେ ଦେଖି ପ୍ରମୋଦ ବାବୁ ଡ୍ରାଇଭରଙ୍କୁ କହିଲେ ଏ ସ୍ତ୍ରୀ ଲୋକଟି ଏମିତି ଅବସ୍ଥାରେ, ଏକୁଟିଆ ଆମେ ଲିଫ୍ଟ ଦେବା କି?

ଡ୍ରାଇଭର : ବାବୁ ଏ କଣ କହୁଛନ୍ତି। ସେ ପରା ଅଶରୀରି।

ପ୍ରମୋଦ ବାବୁ : ମୁଁ କିଛି ବୁଝି ପାରିଲି ନାହିଁ।

ଡ୍ରାଇଭର : ସେ ମଣିଷ ନୁହେଁ। ସେ ହେଉଛି ପ୍ରେତ।

ପ୍ରମୋଦ ବାବୁ : ତୁମେ କେମିତି ଜାଣିଲ?

ଡ୍ରାଇଭର : ସେ ଚାହା ଦୋକାନୀ ଏଇ ପିଶାଚିନୀ କଥା କହୁଥିଲା ଯେ ରାସ୍ତାରେ ଲିଫ୍ଟ ଦେବା ନାହିଁ।

ଏମିତି କଥା ହେଉ ହେଉ ସେ ସ୍ତ୍ରୀ ଲୋକଟି ଗାଡି ସାମ୍ନାକୁ ଚାଲି ଆସିଲା ଏବଂ ଗାଡିରେ ବାଡେଇ ହେଲା। ତାପରେ ଗୋଟିଏ ଭୟଙ୍କର ଚିତ୍କାର ଶୁଣା ଗଲା।

ରାଶି ଆଉ ପ୍ରମୋଦ ବାବୁ ଆଖି ବନ୍ଦ କରି ଦେଲେ।

କିଛି ସମୟ ପରେ ପ୍ରୋମଦ ବାବୁ ପଛକୁ ଘୁରି ଦେଖିଲେ ଯେ ରାସ୍ତାରେ କେହି ବି ନାହାଁନ୍ତି କି ଗାଡିରେ ବି କିଛି ଲାଗି ନାହିଁ।

ପ୍ରୋମଦ ବାବୁ : ଏ କଣ ଥିଲା।

ଡ୍ରାଇଭର : ସେ ସ୍ତ୍ରୀ ଲୋକ ହେଉଛନ୍ତି ସାଇବା। ପାଖ ଗାଁ ଜମିଦାରଙ୍କ ଗୋଟିଏ ବୋଲି ଝିଅ। ପାଖାପାଖି ଦୁଇ ବର୍ଷ ତଳର କଥା। ସାଇବା ତାଙ୍କ ବାପାଙ୍କ ପାଖରେ କାମ କରୁଥିବା ମ୍ୟାନେଜରକୁ ଭଲ ପାଇ ବିବାହ କଲେ। ବିବାହ ପରେ ତାଙ୍କ ବାପାଙ୍କ ଅଚାନକ ମୃତ୍ୟୁ ହେଲା। କିଏ କହୁଛନ୍ତି ତାଙ୍କର ହୃଦଘାତରେ ମୃତ୍ୟୁ ହେଲା ତ କିଏ କହୁଛନ୍ତି ତାଙ୍କର ହତ୍ୟା କରାଗଲା। ହେଲେ ତାହା ଏବେ ବି ସନ୍ଦେହ। ବାପା ମରିବା ପରେ ଜମିଦାରଙ୍କ ସବୁ ସମ୍ପତ୍ତିର ମାଲିକ ତାଙ୍କ ଝିଅ ସାଇବା ହେଲେ। ବାହାଘର ବର୍ଷେ ଭିତରେ ସାଇବା ମାଆ ହେଲେ। କିନ୍ତୁ ତାଙ୍କର ବୈବାହିକ ଜୀବନ ସୁଖମୟ ନ ଥିଲା। କାରଣ ତାଙ୍କ ସ୍ୱାମୀ ସମ୍ପତ୍ତି ପାଇଁ ତାଙ୍କୁ ବିବାହ କରିଥିଲେ।

ହଠାତ୍ ସାଇବା ନିଜ ସବୁ ସମ୍ପତ୍ତି ନିଜ ସ୍ୱାମୀର ନାମ କରି ଦେଲେ। ଏବେ ସେ ଦୁହିଁଙ୍କ ବୈବାହିକ ଜୀବନ ସୁଖମୟ ହୋଇ ଥିଲା। ଏ ଘଟଣାର ପାଖାପାଖି ବର୍ଷେ ପରେ ଦିନେ ସାଇବାଙ୍କ ସ୍ୱାମୀ ବାହାରକୁ ଯାଇ ଥାଆନ୍ତି ହଠାତ ସାଇବାଙ୍କ ଘରୁ ତାଙ୍କ ପୁଅକୁ କିଡନାପ କରି ଦଶ ଲକ୍ଷ ଟଙ୍କା ମଗା ହେଲା। ସାଇବା ଡରରେ ପୋଲିସକୁ ନ କହି କେବଳ ନିଜ ସ୍ୱାମୀକୁ କହି ଟଙ୍କା ନେଇ ଏଇ ଜଙ୍ଗଲକୁ ଆସି ଥିଲେ। ଜଙ୍ଗଲ ରାସ୍ତାରେ ଗୋଟିଏ ଗାଡି ଆସି ସାଇବାଙ୍କ ଠାରୁ ଟଙ୍କା ନେଇଗଲା ଏବଂ ରକ୍ତରେ ଜୁଡୁବୁଡୁ ଛୁଆଟିର ମଲା ଶରୀରକୁ ଏ ରାସ୍ତାରେ ଫୋପାଡ଼ି ଦେଲେ।

ପୁଅର ଏମିତି ଅବସ୍ଥା ଦେଖି ସାଇବା ପୁଅକୁ ଧରି ଗାଡି ଲିଫ୍ଟ ମାଗୁଥିଲେ। ହେଲେ ସେହି ସମୟରେ ଗୋଟିଏ ଗାଡି ଆସି ତାଙ୍କୁ ସାମ୍ନା ଆଡୁ ମାରିଲା ଏବଂ ସେ ମରିଗଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଲା ଯେ ପୁଅଟି ଆଠ ଘଣ୍ଟା ଆଗରୁ ମରି ସାରିଥିଲା।

ଏ ଘଟଣା ପରେ ଲୋକମାନେ କୁହନ୍ତି ଯେ ସେମାନେ ଜଙ୍ଗଲ ରାସ୍ତାରେ ଗୋଟିଏ ସ୍ତ୍ରୀ ଲୋକକୁ ନିଜ ଛୁଆର ଶବ ଧରି କାନ୍ଦୁ ଥିବା ଦେଖନ୍ତି। ପୂର୍ଣ୍ଣିମାର ପର ଦିନ ରାତିରେ ସାଇବାଙ୍କ ଆତ୍ମା ଆସି ଲିଫ୍ଟ ମାଗେ। କାରଣ ଏ ଘଟଣା ପୂର୍ଣ୍ଣିମା ପର ଦିନ ରାତିରେ ଘଟି ଥିଲା। ଆଉ ଯିଏ ତାଙ୍କୁ ଲିଫ୍ଟ ଦିଏ ତାର ସେ ରାତି ଶେଷ ରାତି ହୋଇ ଯାଏ।

ସାଇବାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ଏ ଜଙ୍ଗଲରେ ପୂଜା ହେଲା। ହେଲେ ଗୋଟିଏ ମାଆର ଆତ୍ମାକୁ କଣ ଶାନ୍ତ କରିବା ଏତେ ସହଜ। ସାଇବା ଏବେ ବି ସେଇ ଅପରାଧୀମାନଙ୍କ ଅପେକ୍ଷାରେ ଅଶରୀର ହୋଇ ବୁଲୁଛି। ସେ ରାସ୍ତାରେ ବହୁତ ସମୟ ପର୍ଯ୍ୟନ୍ତ ସେମିତି ରକ୍ତାକ୍ତ ହୋଇ ପଡିଥିଲେ ଏବଂ ଛଟପଟ ହୋଇ ମରିଲେ। କୌଣସି ଗାଡି ତାଙ୍କୁ ଓ ତାଙ୍କ ଛୁଆକୁ ବଞ୍ଚାଇବା ପାଇଁ ଅଟକିଲେ ନାହିଁ। ତେଣୁ ପୂର୍ଣ୍ଣିମା ପର ଦିନ ରାତିରେ ଯାଉ ଥିବା ସବୁ ଗାଡିକୁ ସେ ନିଜର ଅପରାଧୀ ମାନନ୍ତି ଏବଂ ଲିଫ୍ଟ ମାଗନ୍ତି। ଯଦି କେହି ଲିଫ୍ଟ ଦେଲା ସେ ମରିବା ତା ସୁନିଶ୍ଚିତ।

ପ୍ରମୋଦ ବାବୁ : କଣ ସାଇବାଙ୍କ ଅପରାଧୀ ଧରା ପଡ଼ିଲେ ?

ଡ୍ରାଇଭର : ନା। ବଡ ଘର କଥା। ସବୁ ପଇସାର ଖେଳ। ସମସ୍ତଙ୍କୁ ଲାଗୁଛି ଏ କାମ ସାଇବାଙ୍କ ସ୍ୱାମୀ କରିଛନ୍ତି। କାରଣ ସାଇବାଙ୍କ ମୃତ୍ୟୁର ଦୁଇ ମାସ ବି ଯାଇ ନାହିଁ ସେ ଆଉ ଜଣଙ୍କୁ ବିବାହ କରିଲେ।ପ୍ରମାଣ ଅଭାବରୁ କିଏ କାହାକୁ ଦୋଷ ବା ଦେବ ଯେ।

ହେଲେ ସାଇବାଙ୍କ ଆତ୍ମା ଏବେ ବି ନ୍ୟାୟ ଅପେକ୍ଷାରେ ଘୁରି ବୁଲୁଛି।

ଏମିତି କଥା ହେଉ ହେଉ ହଠାତ୍ ଗାଡିଟି ପମ୍ପଚର ହୋଇଗଲା।

ଡ୍ରାଇଭର କହିଲେ ଯେ ସାର ଏଇଠି ଅଟକେଇଲେ ସାଇବାର ଆତ୍ମା ଆସି ଯିବ। ଯେମିତି ବି ହେଉ ଆମକୁ ଏ ଜଙ୍ଗଲ ପାର କରିବାକୁ ହେବ। ଗାଡିର ପମ୍ପଚର ଚକ ଘୁଷାରି ହୋଇ ଚାଲି ଥାଏ। ପାଖା ପାଖି ପାଞ୍ଚ କିଲୋମିଟର ଗଲା ପରେ ଗୋଟିଏ ଛୋଟ ଗାଁ ପଡିଲା।

ଗାଁରେ ଡ୍ରାଇଭର ଗାଡିର ଚକ ବଦଳାଇଲେ। ସମସ୍ତେ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିଲେ।

ରାଶି କହିଲେ ଆଜି ଏ ସବୁ କଣ ଘଟି ଚାଲିଛି। ଆଜି ଆମେ ଏ ଗାଁରେ କେଉଁଠି ଆଶ୍ରୟ ନେଇ ଗଲେ ହେବ।

ଡ୍ରାଇଭର କହିଲେ ଏ ଗାଁରେ ଆଶ୍ରୟ ନେବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ।

ପ୍ରମୋଦ ବାବୁ : ଡାକ ବଙ୍ଗଳା ନାହିଁ କି?

ଡ୍ରାଇଭର : ସାର ଆପଣ ବୋଧେ ଏ ଗାଁର ନାମକୁ ଭଲ ଭାବରେ ପଢି ନାହାଁନ୍ତି। ଏ ପରା ରାସପୁର।

ପ୍ରମୋଦ ବାବୁ : ଅହଃ ରାସପୁର। ହଁ ହଁ ଠିକ କହିଲ ତୁମେ। ଏ ଗାଁରେ ଡାକ ବଙ୍ଗଳା ଅଛି ହେଲେ ଆଶ୍ରୟ ନେଇ ହେବ ନାହିଁ।

ରାଶି : କଣ ପାଇଁ ?

ପ୍ରମୋଦ ବାବୁ : ରାସ୍ତାରେ କହିବି। ତୁମେ ଶ୍ରୀକୁ କ୍ଷୀର ପିଆଇ ଦିଅ।

କିଛି ସମୟ ପରେ ଗାଡି ସହର ଅଭିମୁଖେ ଆଗେଇ ଚାଲି ଥାଏ।

ରାଶି : ସେ ଗାଁରେ କଣ ପାଇଁ ରହିବାକୁ ମନା କଲ ?

ପ୍ରମୋଦ ବାବୁ : ଯେତେବେଳେ ଇଂରେଜ ଶାସନ ଚାଲି ଥିଲା ସେତେବେଳେ ରାସପୁରକୁ ଇଂରେଜମାନେ ବନ୍ଧୁତାର ହାତ ବଢାଇବାକୁ ଆସି ଥିଲେ। ଡାକ ବଙ୍ଗଳାରେ ସେମାନେ ଅତିଥି ଭାବରେ କିଛି ଦିନ ରହିଲେ। ରାସପୁରର ରାଜକୁମାରୀ କଳ୍ପନା ଦେଖିବାକୁ ବହୁତ ସୁନ୍ଦରୀ ଥିଲ। ଯିଏ ହେଲେ ବି ଆକର୍ଷିତ ହେବ।


ଇଂରେଜ ସେନାପତି ନାମଟା ମନେ ପଡୁ ନାହିଁ କଣ ଗୋଟେ ଥିଲା..... ସେ ଯାହା ବି ହେଉ ରାଜକୁମାରୀ କଳ୍ପନାଙ୍କୁ ବିବାହ କରିବା ପାଇଁ ଚାହିଁଲେ। ସେ ରାସପୁରର ରାଜାଙ୍କୁ କହିଲେ ଯଦି କଳ୍ପନା ତାଙ୍କୁ ବିବାହ କରିବେ ତେବେ ସେ ରାସପୁରର କ୍ଷତି କରିବେ ନାହିଁ। ପ୍ରଥମେ ରାସପୁରର ରାଜା ମନା କରି ଦେଲେ।

ଇଂରେଜ ସେନାପତିଙ୍କୁ ଏ କଥା ବହୁତ ବଡ ଅପମାନ ହୋଇ ଗଲା। ସେ ରାସପୁର ସହ ଯୁଦ୍ଧ ଘୋଷଣା କଲେ। ଯୁଦ୍ଧରେ ରାସପୁରର ରାଜା ହାରି ଗଲେ। ଶେଷରେ ଇଂରେଜ ରାସପୁରରେ ରାଜତ୍ୱ କଲେ ଏବଂ ରାଜକୁମାରୀ କଳ୍ପନାଙ୍କୁ ଉଠାଇ ନେଲେ। ତାପର ଦିନ ସେ ରାଜକୁମାରୀ କଳ୍ପନାଙ୍କୁ ବିବାହ କରିଥାଆନ୍ତେ।

ରାତିରେ ରାଜକୁମାରୀ କଳ୍ପନା ଶୁଣିଲେ ଯେ ଇଂରେଜ ସେନାପତି ଜଣକୁ କହୁଛନ୍ତି କାଲି ବିବାହ ସମୟରେ ରାସପୁରର ରାଜା ଆଉ ପ୍ରଜାଙ୍କୁ ବନ୍ଦି କରା ଯାଉ ଏବଂ ଦରକାର ପଡିଲେ ମାରି ଦେବା ପାଇଁ। ଏ କଥା ରାଜକୁମାରୀ କଳ୍ପନା ଶୁଣି ସହି ପାରିଲେ ନାହିଁ ।କେମିତି ସେ ନିଜ ରାଜ୍ୟବାସୀଙ୍କୁ ଏତେ ବଡ ବିପଦରେ ପକାଇବେ।

ଶେଷରେ ରାଜକୁମାରୀ କଳ୍ପନା ଗୋଟିଏ ପତ୍ରରେ ସବୁ ଲେଖି ଡାକ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦେଲେ।

ରାଜକୁମାରୀ କଳ୍ପନା ନିଜ ଜୀବନକୁ ବାଜି ଲଗାଇଲେ। ସେ ଇଂରେଜ ସେନାପତିଙ୍କ ପାଖକୁ ଯାଇ ନିଜ ଯୌବନର ଲାଳସା ଦେଖାଇଲେ। କାମନା ପିପାସୁ ଇଂରେଜ ସେନାପତି କଳ୍ପନାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ଭଅଁର ପରି ହେଲେ। ରାଜ କୁମାରୀ ସେନାପତି ପାଖକୁ ଯିବା ଆଗରୁ ଦହି ସରବତ ତିଆରି କରି ଥିଲେ ଯେଉଁଠିରେ ସେ ବିଷ ମିଶାଇ ଥିଲେ।ହେଲେ ବିଷ କାମ କରିବା ପାଇଁ ଗୋଟିଏ ରାତି ସମୟ ଲାଗିବ। ତେଣୁ ସେନାପତିଙ୍କୁ ସେ ସରବତ ଦେଇ କହିଲେ ଆଜି ଦୁହିଁଙ୍କର ମିଳନ ଖୁସିରେ ଟିକେ ସବୁ ସରବତ ପିଇ ନାଚ ଗୀତ ହେଉ। ଇଂରେଜ ସରବତ ପିଇବା ସହ ମହୁଲ ରସ ନିଶାରେ ଝୁମିବାକୁ ଲାଗିଲେ। ହେଲେ ସେନାପତି ଟିକେ ଡେରିରେ ଆସ୍ତେ ଆସ୍ତେ ପିଇଲେ। ତାପରେ ରାଜକୁମାରୀ କଳ୍ପନାଙ୍କୁ ନିଜ ରୁମକୁ ନେଇ ଗଲେ। ଯିବା ଆଗରୁ ରାଜକୁମାରୀ କଳ୍ପନା ମଧ୍ୟ ସେ ସରବତ ପିଇ ଦେଇ ଥିଲେ। କାରଣ ଆଜି ତାଙ୍କ ସହ ଯାହା ହେବ ତାପରେ ସେ ଆଉ କାହାକୁ ମୁହଁ ଦେଖାଇ ପାରିବେ ନାହିଁ।

ଇଂରେଜ ସେନାପତି ରାଜକୁମାରୀ କଳ୍ପନାଙ୍କୁ ଉପଭୋଗ କରୁଥାଏ। ଠିକ ଏତିକି ବେଳେ ଗୋଟିଏ ସୈନ୍ୟ ଆସି ସେନାପତିଙ୍କୁ ଜଣାଇଲେ ଯେ ଜଣେ ପରେ ସୈନ୍ୟ ମୃତ୍ୟୁ ବରଣ କଲେଣି।

ଇଂରେଜ ସେନାପତି ବୁଝିଗଲେ ଏ ସବୁ ରାଜକୁମାରୀ କଳ୍ପନାଙ୍କ ଯୋଜନା। ସେ ରାଗରେ ଗୋଟିଏ ଧାରୁଆ ଛୁରୀରେ ନୃଶଂସ ଭାବରେ କଳ୍ପନାଙ୍କ ବେକ କାଟି ଦେଲା ଏବଂ ପେଟରେ ଭୁଷି ହତ୍ୟା କଲା। ରାଜକୁମାରୀ କଳ୍ପନାଙ୍କ ଚିତ୍କାର ପୁରା ଗାଁରେ ଗୁଞ୍ଜରିତ ହେଲା।

ହେଲେ ରାଜକୁମାରୀ କଳ୍ପନାଙ୍କ ବିଷରେ ସବୁ ଇଂରେଜ ସୈନ୍ୟଙ୍କୁ ମୃତ୍ୟୁ ପ୍ରାପ୍ତି ହେଲା। ରାଜକୁମାରୀଙ୍କ ଚିତ୍କାର ଶୁଣି ଆସିଥିବା ରାସପୁର ରାଜା ରାଜକୁମାରୀ କଳ୍ପନାଙ୍କ ଚିଠି ପାଇ ଦୁଃଖୀ ହେଲେ କିନ୍ତୁ ଝିଅର ରାଜ୍ୟ ପାଇଁ କରିଥିବା ତ୍ୟାଗକୁ ନେଇ ଗର୍ବ ଅନୁଭବ କଲେ। ଗାଁ ମଝିରେ ରାଜକୁମାରୀ କଳ୍ପନାଙ୍କ ମୂର୍ତ୍ତି କରା ହେଲା।

ହେଲେ ଗାଁ ଲୋକମାନେ କୁହନ୍ତି ଆଜି ବି ସେ ଡାକବଙ୍ଗଳାରେ ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ ରଣ ନିତୀ ଆଉ ରାଜକୁମାରୀ କଳ୍ପନାଙ୍କ ମୃତ୍ୟୁ ସମୟର ଚିତ୍କାର ଶୁଣିବାକୁ ମିଳେ। ଆଉ ଯଦି କେହି ବି ସେ ଡାକ ବଙ୍ଗଳା ପାଖକୁ ରାତାରେ ଯାଏ ତାପର ଦିନ ସକାଳୁ ତାର ମୃତ୍ୟୁ ଶରୀର ଡାକବଙ୍ଗଳା ପାଖରେ ମିଳେ। ଏବେ ସେ ଡାକବଙ୍ଗଳାକୁ ସରକାର ସିଲ୍ କରି ଦେଇଛି ଏବଂ ଗାଁ ଲୋକମାନେ ପୂଜା କରି ଡାକ ବଙ୍ଗଳାକୁ ବନ୍ଧନ କରି ସେମାନଙ୍କ ଆତ୍ମକୁ ସେହି ବଙ୍ଗଳାରେ ବନ୍ଦୀ କରି ରଖିଛନ୍ତି।

ରାଶି ରାଜକୁମାରୀ କଳ୍ପନାଙ୍କୁ ନେଇ ପ୍ରଂଶସା କରି କହିଲେ ଯେ ପ୍ରକୃତରେ ଏମିତି ନିର୍ଭୟ କିଛି ନାରୀମାନଙ୍କ ପାଇଁ ଦେଶ ସ୍ୱାଧୀନ ହେବାରେ ସଫଳ ହୋଇଛି। ସେ କହିଲେ ରାଜକୁମାରୀ କଳ୍ପନା ହେଉଛନ୍ତି ଏ ଦେଶର ଗୌରବ।

( ଏତେ ସବୁ ବାଧା ବିଘ୍ନ ପରେ ପ୍ରମୋଦ ବାବୁ ସୁରକ୍ଷିତ ଭାବରେ ନିଜ ପରିବାରକୁ ନେଇ ଘରେ ପହଞ୍ଚି ପାରିବେ କି ନାହିଁ ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତର " ର ଆଗାମୀ ଅଧ୍ୟାୟ ପଢନ୍ତୁ । ) 

କ୍ରମଶଃ.....।



Rate this content
Log in