Trushna Das

Children Stories Fantasy Children

4.3  

Trushna Das

Children Stories Fantasy Children

ଜଳପରୀ /ସୋନ୍ ପରୀ

ଜଳପରୀ /ସୋନ୍ ପରୀ

3 mins
454


ବହୁତ ବର୍ଷର ତଳର କଥା। ଗୋଟିଏ ରାଜ୍ୟର ରାଜା ରାଣୀଙ୍କର ସନ୍ତାନ ହେଉ ନ ଥିବ। ସେ ବହୁତ ପୂଜା କରିଲା ପରେ ରାଣୀ ଗର୍ଭବତୀ ହେଲେ। ଦିନେ ରାଜା ଶୀକାର କରିବାକୁ ଯାଇଥିବେ। ସେ ହରିଣ ଶୀକାର କରୁ କରୁ ଭୂଲରେ ଗୋଟିଏ କୁନି ଝିଅକୁ ମାରି ଦେଲେ । ତେଣୁ ଝିଅଟିର ମାଆ ବାପା ତାଙ୍କୁ ଅଭିଶାପ ଦେବେ ଯେ ଯେମତି ତାଙ୍କ ଝିଅ ଝଟପଟ ହୋଇ ମରିଲା ଏବଂ ସେମାନେ ସନ୍ତାନ ବିୟୋଗର ଦୁଃଖ ପାଇଲେ ରାଜା ଓ ରାଣୀ ବି ସେଇ ଦୁଃଖ ପାଇବେ ଏବଂ ସନ୍ତାନ ପାଇଁ ଛଟପଟ ହେବେ। 


ରାଜା ନିଜ ଭୂଲ ପାଇଁ ସେମାନଙ୍କୁ କ୍ଷମା ମାଗିଲେ। ହେଲେ ସେମାନେ ତାଙ୍କୁ କ୍ଷମା କରିଲେ ନାହିଁ। ରାଜା ବହୁତ ପୂଜା ଦାନ ଧର୍ମ କରିବା ପରେ ତାଙ୍କୁ ଭଗବାନ ଆଶୀର୍ବାଦ ଦେଲେ ଯେ ସେମାନେ ଏ ଅଭିଶାପରୁ ଅଠର ବର୍ଷ ପରେ ମୁକ୍ତି ପାଇ ଯିବ, ଏବଂ କିପରି ମୁକ୍ତି ହେବ ତାହା ସମୟ ଅନୁସାରେ ଜଣା ପଡିବ। 


କିଛି ଦିନ ପରେ ରାଜା ରାଣୀଙ୍କର ଗୋଟିଏ ସୁନ୍ଦର ଝିଅଟିଏ ଜନ୍ମ ହେଲା, ତାର ନାମ ସୋନ୍ ପରୀ ରଖା ହେଲା।ରାଜା ଓ ରାଣୀ ସବୁବେଳେ ଠାକୁରଙ୍କୁ ଡାକୁ ଥାନ୍ତି ଯେମିତିକି ସେ ଅଭିଶାପଟି ସତ ନ ହେଉ। ହେଲେ ଝିଆଟି ଠିକ ଛଅ ମାସ ହେଲା ପରେ ଦିନେ ରାଜା ସକାଳୁ ଉଠିଲା ବେଳକୁ ଦେଖୁଛନ୍ତି ଝିଅଟିର ଗୋଡ଼ ଦୁଇଟି ମାଛ ଲାଞ୍ଜ ହୋଇ ଯାଇଛି ଏବଂ ସେ କଷ୍ଟରେ ଛଟପଟ ହେଉଛି। 


ରାଜା ସାଙ୍ଗେ ସାଙ୍ଗ ବୈଦ ଓ ରାଜ ପୁରୋହିତଙ୍କୁ ଡାକିବେ।ସେମାନେ କହିଲେ ହେଉଛି ସେହି ଅଭିଶାପର ଫଳ। ସୋନ୍ ପରୀ ଏବେ ଜଳ ପରୀ ହୋଇ ସାରିଛି। ତାକୁ ପାଣିକୁ ନ ଛାଡିଲେ ସେ ମରି ଯିବ। 


ରାଜା ରାଣୀ ଏହା ଶୁଣି କାନ୍ଦିବାକୁ ଲାଗିଲେ। ଶେଷରେ ବାଧ୍ୟ ହୋଇ ସୋନ୍ ପରୀକୁ ପାଣିକୁ ଛାଡ଼ିଲେ। ସେମାନେ ଦେଖିଲେ ଜଳପରୀ ମାନଙ୍କର ରାଣୀ ସୋନ୍ ପରୀକୁ ନିଜ ସାଙ୍ଗରେ ନେଇ ଗଲେ।


ସନ୍ ପରୀ ଜଳପରୀ ଭାବରେ ସାତ ବର୍ଷ ରହିଲେ। ସେ ଜାଣିଲେ ସେ ଜଳପରୀ ରାଣୀଙ୍କ ଝିଅ। ଜଳପରୀ ମାନଙ୍କ ସହ ହସି ଖେଳି ରହୁଥିଲେ। ସେପଟେ ତାଙ୍କ ପ୍ରକୃତ ବାପା ମାଆ ଝିଅ ପାଇଁ ଝଟପଟ ହେଉ ଥାଆନ୍ତି।


ସାତ ବର୍ଷ ପରେ ହଠାତ୍ ସୋନ୍ ପରୀ ଦିନ ବେଳେ ମଣିଷ ଛୁଆ ହୋଇ ଯାଏ ଏବଂ ସନ୍ଧ୍ୟା ହେଲେ ପୁଣି ଜଳପରୀ ହୋଇ ଗଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥାଆନ୍ତି।ମଣିଷ ଛୁଆ ହେଲେ ସେ ଆସି ନଦୀ କୂଳରେ ବସେ ଏବଂ ସନ୍ଧ୍ୟା ହେଲେ ପୁଣି ଜଳପରି ହୋଇ ଯାଇ, ନଦୀକୁ ଚାଲି ଯାଏ। 


ଦିନେ ହଠାତ୍ ରାଜକୁମାର ଅଭୟ ସୋନ୍ ପରୀକୁ ନଦୀ କୂଳରେ ଦେଖିଲେ। ତା ସହ କଥା ହେବାକୁ ଚାହୁଁଥିଲେ କିନ୍ତୁ ସନ୍ଧ୍ୟା ହୋଇ ଯାଇଥିଲା ସୋନ୍ ପରୀ ହଠାତ୍ କୁଆଡେ ଚାଲି ଗଲା ସେ ଜାଣି ପାରିଲେ ନାହିଁ। ପୁଣି ଆଉ କିଛି ଦିନ ପରେ ସେ ତାଙ୍କୁ ନଦୀ କୂଳରେ ଦେଖି ପାଖକୁ ଯାଇ ପଚାରିଲେ। ସେ କହିଲେ ମୁଁ ରାଜକୁମାରୀ। ମୁଁ ଏଠାକୁ ଖେଳିବାକୁ ଆସିଥିଲି। ତାପରେ ଡେରି ହୋଇ ଯାଇଥିବାରୁ ରାଜକୁମାର ଅଭୟ ପଳାଇଲେ। 


ଦିନେ ସନ୍ଧ୍ୟାରେ ରାଜକୁମାର ସେଇ ନଦୀ କୂଳ ଦେଇ ଯାଉଥିବା ସମୟରେ ତାଙ୍କୁ ଶୋଷ ଲାଗିବାରୁ ସେ ନଦୀ କୂଳକୁ ପାଣି ପାଇବାକୁ ଗଲେ। ଗୋଡ଼ ଖସି ଯିବାରୁ ସେ ପାଣିରେ ପଡ଼ି ବୁଡି ଯାଉଥିଲେ। ସେତେବେଳେ ସୋନ୍ ପରୀ ତାଙ୍କୁ ନଦୀରୁ ବାହାରକୁ ଆଣି ଛାଡ଼ି ପଳାଇଲେ। ରାଜକୁମାର ଅଭୟ ଜାଣିଲେ ଯେ ତାଙ୍କୁ ରାଜକୁମାରୀ ବଞ୍ଚାଇଲେ। କିନ୍ତୁ ସେ ତାଙ୍କର ପ୍ରକୃତ ରୂପ ଜାଣି ପାରିଲେ ନାହିଁ। ରାଜକୁମାରୀ ଏବେ ପ୍ରତିଦିନ ନଦୀ କୂଳକୁ ଆସି ରାଜକୁମାରୀଙ୍କ ସହ ଦିନ ବେଳେ ଖେଳନ୍ତି। 


ଦିନେ ସୋନ୍ ପରୀ ବିଷୟରେ ତାଙ୍କ ପ୍ରକୃତ ବାପା ମାଆ ଜାଣି ନଦୀ କୂଳରେ ଲୁଚି ଲୁଚି ଝିଅକୁ ଦେଖନ୍ତି। ସେମାନେ ସୋନ୍ ପରୀ ଏବଂ ରାଜକୁମାର ଅଭୟଙ୍କ ବନ୍ଧୁତା ଦେଖି ଖୁସି ହୋଇ ଥାଆନ୍ତି। ସୋନ୍ ପରୀ ଓ ରାଜକୁମାର ଅଭୟ ପରସ୍ପରକୁ ଭଲ ପାଇବାକୁ ଲାଗିଲେଣି। 


ଇତି ମଧ୍ୟରେ ରାଜକୁମାରୀଙ୍କୁ ଅଠର ବର୍ଷ ହୋଇ ଯାଇଛି। ସେ ଦିନେ ରାଜକୁମାର ଅଭୟଙ୍କ ପାଖରେ ବସି କଥା ହେଉଥିବା ସମୟରେ ଜୋରରେ ଚିତ୍କାର କରି ଜଳପରୀ ହୋଇ ଗଲା ଏବଂ ଅଚେତ ହୋଇ ପଡିଗଲା। ତା ପାଟି ଶୁଣି ତାର ପ୍ରକୃତ ବାପା ମାଆ (ରାଜା, ରାଣୀ) ତା ପାଖକୁ ଦୌଡ଼ି ଆସିଲେ ଏବଂ ଜଳପରୀମାନଙ୍କ ରାଣୀ ମଧ୍ୟ ଦୌଡ଼ି ଆସିଲେ। ରାଜକୁମାର ରାଜକୁମାରୀକୁ ଜଳପରୀ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ। 


ସୋନ୍ ପରୀର ପ୍ରକୃତ ବାପା ମାଆ ସମସ୍ତଙ୍କୁ ସବୁ କଥା ଖୋଲି କହିଲେ। ଠିକ ସେତିକିବେଳେ ଆକାଶରୁ କେହି ଜଣେ କହିବା ଶୁଣା ଗଲା ଯେ ଏବେ ସେ ଅଭିଶାପର ସମୟ ସରିଗଲା।କିନ୍ତୁ ସୋନ୍ ପରୀକୁ ସନ୍ଧ୍ୟା ହେବା ଆଗରୁ ଜଣେ ରାଜକୁମାର ବିବାହ ନ କଲେ ସେ ମରି ଯିବେ। ଏହା ଶୁଣି ରାଜା ରାଜକୁମାର ଅଭୟଙ୍କୁ ବିବାହ କରିବା ପାଇଁ ପଚାରିବାରୁ ସେ ଖୁସି ଖୁସି ହଁ ମାରିଲେ। 


ରାଜକୁମାର ଅଭୟ ରାଜ କୁମାରୀ ସୋନ୍ ପରୀଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ବିବାହ କଲେ। ସେ ସଙ୍ଗେ ସାଙ୍ଗ ମଣିଷ ହୋଇ ଗଲେ। ରାଜା ରାଣୀ ଏବଂ ରାଜକୁମାର ଅଭୟ ପୁରା ଖୁସି। 


କିନ୍ତୁ ଜଳପରୀ ରାଣୀ କାନ୍ଦି ଭଗବାନଙ୍କୁ କହିଲେ ମୋର କଣ ଭୂଲ ଥିଲା। ମୋ ଠାରୁ ମୋ ଝିଅ ଅଲଗା ହୋଇ ଗଲା। ସେତେବେଳେ ପୁଣି ଆକାଶରୁ ଶୁଣିବାକୁ ମିଳିଲା ଯେ ସୋନ୍ ପରୀ ଯେତେବେଳେ ଇଚ୍ଛା ସେ ଜଳ ପରୀ ଯାଇ ଜଳପରୀ ରାଣୀଙ୍କୁ ଦେଖା କରି ଆସି ପାରିବେ। 


ଏବେ ସମସ୍ତେ ପୁରା ଖୁସି। ରାଜକୁମାର ଅଭୟଙ୍କ ବାପା ସୋନ୍ ପରୀଙ୍କ ବାପାଙ୍କ ଭଲ ବନ୍ଧୁ ହୋଇ ଥିବାରୁ ସେ ସୋନ୍ ପରୀକୁ ଖୁସିରେ ବୋହୂ ରୂପରେ ଗ୍ରହଣ କଲେ।


Rate this content
Log in