ଜୀବନେ ସାଙ୍ଗ ସାଥି
ଜୀବନେ ସାଙ୍ଗ ସାଥି
ସାଙ୍ଗ ସାଥି ଙ୍କ ସହିତ ହୃଦୟ ଯେତେ ଖୋଲିବେ ସେତେ ଆପଣଙ୍କ ଦିନଚର୍ଯ୍ୟା ଅବା ଜୀବନ ଶୈଳୀ ସହଜ ହେବ କିନ୍ତୁ ଅଧିକାଂଶ ମହିଳା ଓ ପୁରୁଷ ଭାବନ୍ତି କି ଲୋକେ ବୋଲିବେ କଣ!ଏହି କଥା ଭାବି ବହୁତ କଥା ହୃଦୟରେ ଚାପି ଦେଇଥାନ୍ତି. କିଏ କିଏ ମଧ୍ୟ ନିଜ ଭଳି ସାଙ୍ଗ ସାଥି ଖୋଜୁ ଖୋଜୁ ଏକେଲା ହୋଇଯାଇଥାନ୍ତି. ସେଦିନ ଲିପ୍ସା ଙ୍କୁ ଯଦି ଠିକ ସମୟରେ ସାଙ୍ଗ ସାଥି ମାନେ ହସ୍ପିଟାଲ କୁ ଆଣିନଥାନ୍ତେ ତେବେ ହୁଏତ ସେ ଆଜି ପୁଣି ତାଙ୍କ ଛୋଟ ହସ ଖୁସି ର ସଂସାରକୁ ଫେରିଆସିପାରିନଥାନ୍ତେ. ନିଜ ଷ୍ଟାଟର୍ସ ଦେଖି ମିଶିବା, ହସିବା, କଥା କହିବାକୁ ଭାବିଲେ ଖୁବ ଡେରି ହୋଇଯାଏ. ସମସ୍ତଙ୍କୁ ନିଜ ମନ ପସନ୍ଦ ର ଜିନିଷ କି ବସ୍ତୁ ଅବା ସାଙ୍ଗ ସାଥି ମିଳିନଥାନ୍ତି ବରଂ ଆମ ଚାରିପାଖରେ ଯେଉଁମାନେ ଅଛନ୍ତି ବା ଆମକୁ ଯେଉଁମାନେ ମିଳିଯାଇଛନ୍ତି ସେମାନଙ୍କ ସଙ୍ଗେ ହୃଦୟ ଖୋଲି ମିଶିଲେ, ହସିଲେ, ବସିଲେ ଓ କଥା କହିଲେ ହୃଦୟରୁ ଆବିଳତା ଚାଲିଯାଏ ବୋଲି ଏଣିକି ବୁଝିଯାଇଥିଲେ ଲିପ୍ସା.ସେଦିନ ନୂଆବର୍ଷରେ ସାଙ୍ଗ ସାଥି ମାନଙ୍କ ସହ ମସ୍ତି କରିବାକୁ ବଣ ଭୋଜି କରିବାକୁ ବଡ଼ ଘାଗରା ଜଳ ପ୍ରାପତ ଯାଇଥିଲେ ଓ ସେଠାରୁ ଫେରିବା ବେଳେ, ବନବାସୀ ଝିଅଟି ବିକୁଥିବା ଶୁଆଟିଏ ନେଇଆସିଥିଲେ. ଜଙ୍ଗଲୀ ଶୁଆ ସହ ଅବସର ସମୟ ରେ କଥା ହେଉ ହେଉ ଶୁଆ ଏବେ ଡାକିଲାଣି ମାମା, ବାବା ସହିତ ପୁଷି ବିଲେଇ କୁ ପୁଷି ବୋଲି ଓ ପୋଷା କୁକୁରକୁ ଟମି ବୋଲି. ଘରେ ଆଗରୁ ଥିବା କୁକୁର ଟମି ଓ ବିଲେଇ ପୁଷି ସହିତ ଶୁଆର ଦୋସ୍ତି ଜମେଇବାକୁ ଖୁବ ଇଛା କିନ୍ତୁ ସେ ଦୁହିଁଙ୍କୁ ମିଠୁ ପସନ୍ଦ ହେଉନଥିଲା. କାରଣ ଶୁଆ ସକାଳୁ ଉଠି ଟମି ଟମି ଡାକୁଥିଲା ତ ଟମି ଶୁଆ, ମିଠୁ ର ପଞ୍ଜୁରୀ ତଳକୁ ଆସି ଭୋ ଭୋ ଭୁକୁ ଥିଲା. ସେମିତି ଶୁଆ ର ପଞ୍ଜୁରୀ ଖୋଲିଦେଲେ ସେ ପାଖରେ ଥିବା ପାଣି ଗ୍ଲାସ ଧରି ପୋଷା ବିଲେଇ ପୁଷି ଉପରେ ଢାଳି ତାକୁ ଉଠେଇବାର ଚେଷ୍ଟା କରୁଥିଲା ବେଳେ ପୁଷି କିନ୍ତୁ ଶୁଆ କୁ ଆକ୍ରମଣ କରିବାକୁ ଜଗି ରହୁଥିଲା ତ ଲିପ୍ସାଙ୍କ ଆତୁରତା ବଢୁଥିଲା. କିଏ ଜାଣେ କେତେବେଳେ ଟମି ଓ ପୁଷି ମିଠୁର ଘାତକ ସାଜିବେ ଆଶଙ୍କାରେ ଲିପ୍ସା ବିଚଳିତ ହେଉଥିଲେ.ମିଠୁ ମଧ୍ୟ କୁକୁର ଭଳି ଭୋ ଭୋ ଶବ୍ଦ କରି ଟମିକୁ ରଗେଇ ଦେବା ସହ ବିଲେଇର ସ୍ୱର ଅନୁକରଣ କରି ମିଆଁଉ ମିଆଁଉ କହୁଥିଲା.
ସେଦିନ କେମିତି କେଜାଣି ସାପଟିଏ ଘର ଭିତରକୁ ପଶି ଆସିଥିଲା ତ ମିଠୁ ପିଞ୍ଜରା ଭିତରେ ଥାଇ ଯେମିତି କେହି ଆସିଲେ କୁଣିଆ ଆସିଲେ କୁଣିଆ ଆସିଲେ କୁହେ ସେମିତି ସାପ ଆସିଲା ସାପ ଆସିଲା ଡାକ ପକେଇଲା ତ ପୁଷି ବିଲେଇ ଓ ପୋଷା କୁକୁର ଟମି ଉଠିପଡ଼ିଥିଲେ. ଠିକ ସେତିକି ବେଳକୁ ଦୁଆରେ କଲିଂ ବେଲ ବଜାଉଥିଲେ କ୍ଷୀର ଵାଲା ଭାଇ ଗଉଡ଼ ତ ଲିପ୍ସା କ୍ଷୀର ଆଣିବା ପାଇଁ କେନ ନେଇ ଯାଉଥିଲା ବେଳେ ପଞ୍ଜୁରୀ ଭିତରୁ ଶୁଆ ଡାକୁଥିଲା ମାମା ସାପ ସାପ. ଟମି ଦଉଡି ଆସି କାନି ଟାଣି ଧରୁଥିଲା ପଛରୁ ତ ସାପ ଉପରେ ଗୋଡ଼ ପଡିବା ପୂର୍ବରୁ ପୁଷି ଧରିନେଇ ବୋଡା ସାପଟିକୁ ଦୁଇ ଗଡ଼ କରିଥିଲା. ଲିପ୍ସା ରକ୍ଷା ପାଇଯାଇ କ୍ଷୀର ଆଣି ସେମାନଙ୍କୁ ଦେଇ କହୁଥିଲେ ତୁମେ ତିନିଜଣ ମୋର ତଥା ଏ ପରିବାର ର ପ୍ରକୃତ ସାଙ୍ଗ, ସାଥି, ମଇତ୍ର, ସଖା, ସହୋଦର ଓ ବନ୍ଧୁ. ତା ପରଠୁ ଲିପ୍ସା ଓ ତାଙ୍କ ସ୍ୱାମୀ ଦେଖିଲେ ତିନିଜଣ ଙ୍କ ଭିତରେ ଅତୁଟ ସ୍ନେହ ସମ୍ପର୍କ. ଘରୋଇ ଡକ୍ଟର କହିଥିଲେ ଏ ତିନି ସାଙ୍ଗ ସାଥି ପାଇ ଲିପ୍ସାଙ୍କର ଆଉ ହାର୍ଟ ଷ୍ଟ୍ରୋକ ହେବାର ନାହିଁ. ଲିପ୍ସା କହିଥିଲେ ପଶୁ,ପକ୍ଷୀ, କୀଟପତଙ୍ଗ ତଥା ଗଛ ଲତା ଙ୍କ ସହିତ ସାଙ୍ଗ ସାଥି ହେବା ପରେ ତାଙ୍କୁ ଖୁବ ସ୍ୱାଭାବିକ ଲାଗୁଛି. ଖୁସିରେ ଫେରିଥିଲେ ଡାକ୍ତର ବାବୁ.
