Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sanuja Meghamala

Others

3.8  

Sanuja Meghamala

Others

ଜୀବନ ଯାତ୍ରା

ଜୀବନ ଯାତ୍ରା

5 mins
11.9K



   ଅଫିସରେ କର୍ମଚାରୀମାନଙ୍କ ବଦଳି କିଛି ନୂଆ କଥା ନୁହେଁ..। ଏଇ କିଛି ଦିନ ହେଲା ବଦଳି ହୋଇ ଆସିଥିବା ନୂଆ ଏମ୍.ଡି.ଙ୍କୁ ନେଇ ଭାରି ଚର୍ଚ୍ଚା ଅଫିସ୍ ରେ। ପୁରୁଣା ଏମ୍.ଡି. ଟିକେ ନରମ ସ୍ଵଭାବର ଥିଲେ...ତାଙ୍କ ଉପରେ ହାତେ ଚଢି ଅଧସ୍ତନଙ୍କ କଥାବାର୍ତ୍ତା ..ଯିଏ ଯେତେବେଳେ ଅଫିସ ଆସିଲା ଅନ୍ୟ କାମ ଅଛି ବାହାନାରେ କୁଆଡେ ବୁଲିଲେ ନିଜ ବ୍ୟକ୍ତି ଗତ କାମ କଲେ..କିଛି କହୁନଥିଲେ..ଅଭ୍ୟାସରେ ପଡି ଯାଇଥିବା ସେଇ ଆଦତ୍ ଏବେ ନୂଆ ଏମ୍.ଡି. ଙ୍କର ପସନ୍ଦ ନୁହେଁ। ଭାରି କଡା ଟାଣୁଆ ମିଜାଜର ଅଫିସର ସଂକଳ୍ପ ପଟ୍ଟନାୟକ..। କାମକୁ ଛାଡି ଦେଲେ ଅନ୍ୟବେଳେ ସେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସହିତ ମିଶନ୍ତି..। ସମସ୍ତଙ୍କ ସହିତ ନୁହେଁ..ତେଲିଆ .. ଚାଟୁକାରମାନଙ୍କୁ ଭାରି ଘୃଣା କରନ୍ତି ସେ । କେତେବେଳେ ତାଙ୍କ ଅନୁପସ୍ଥିତରେ କିମ୍ବା କେବେ ତାଙ୍କ କେବିନ୍ ବାହାରେ ସୁଯୋଗ ମିଳି ଗଲେ ତାଙ୍କୁ ନେଇ ଅନେକ ରୋଚକ ଚର୍ଚ୍ଚା କର୍ମଚାରୀ ମାନଙ୍କ ର। ତାଙ୍କ କଥା ..ତାଙ୍କ ପୋଷାକ .. ହାତ କଡା..ଘଣ୍ଟା ..ଚଷମା ତାଙ୍କ ଜୋତା ...କିଛି ବି ବାଦ୍ ପଡେନି ଆଲୋଚନାରୁ...। 

ପରୋକ୍ଷ ଭାବରେ ସେ ଚର୍ଚ୍ଚା ଆସି ପହଞ୍ଚି ଯାଏ ତାଙ୍କ ପି ଏ ଆସ୍ଥା ଚୌଧୁରୀ ପାଖରେ..। ଯେମିତି ଅଫିସର ସେମିତି ପି, ଏ କାହାକୁ ଖାତିର ନାହିଁ ..ଭଲ ପଟିବ ...ଯୋଡ଼ି ଜମିଯିବ..। ଏମିତି କହିବାର ଉଦ୍ଦେଶ୍ୟ ସାରଙ୍କ କାନରେ କଥା ପଡିଗଲେ .. ଅଟୋମେଟିକ..ବଦଳି ଯିବେ..। ଶୁଖିଲା ପତ୍ର ଦେଖି ନିଆଁ ଟିକେ ଲଗେଇ ଦେଲେ କାମ ସରିଲା। 

ସାରଙ୍କ ସହିତ ଆପଣ ଦେଖି ଚାହିଁ ଜଗି ରଖି ମିଶିବେ.. ମ୍ୟାଡମ୍ ଲୋକଟା ମୋଟେ ଭଲ ନୁହେଁ. ଚେନ୍ ସ୍ମୋକର..ଦେଖିନାହାନ୍ତି...ତାଙ୍କ ଓଠ କେମିତି କଳା ପଡ଼ିଗଲାଣି..ତାଙ୍କ ୱାସ୍ ରୁମକୁ ପଶି ପାରିବେନି.... ଅଫିସ ରୁ .ଘରକୁ ଫେରିଲେ ପି ଦେଇ ମାତାଲ୍..। ହୋଷ ନ ଥିବ.. ପରେ ବୁଲେଇ ବୁଲେଇ କାହାକୁ ଫୋନ କରି ଗାଳି ଦେବ ତ କେଉଁ ଝିଅକୁ ରାତିରେ ପ୍ରେମ ନିବେଦନ କରିବ..। ଜାଣି ନାହାନ୍ତି ମ୍ୟା ଡାମ୍ ମଦ ପିଇ ପିଇ ଡେଲି ପାଟିତୁଣ୍ଡ ହେଲା .ଘରେ.... ସେଥି ପାଇଁ ସ୍ତ୍ରୀ ଛାଡ଼ି ପଳେଇଲା...। ଆଉ କିଏ ଆସି କହିବ ସିଗାରେଟ ଖାଇବାକୁ ଗାର୍ଲ୍ ଫ୍ରେଣ୍ଡ୍ ମନା କରି ବାରୁ ଝଗଡ଼ା ହେଲା..ଏକ ଜିଦିଆ ଲୋକଟା ତାକୁ ଛାଡ଼ିଲା ପଛେ ନିଶା ପାଣି ଛାଡି. ପାରିଲାନି . ଏବେ ଟୋକା ରୁ ଦର ବୁଢ଼ା ହେଲାଣି.. ଏକୁଟିଆ ବାଆଁରା ହୋଇ ବୁଲୁଛି..। ସବୁବେଳେ ତମ୍ପ ସାପ ଫଁ ଫଁ....। ଭଲରେ ପଦେ କହିଲେ ବି ଦି ପଦ ଶୁଣିବାକୁ ପଡ଼ିବ...। ତଥାପି ଆସ୍ଥା କହିଲା ନ ଜାଣି କାହା ବିଷୟରେ ଏତେ ଆଲୋଚନା ଭଲ ନୁହେଁ..। 

ଆସ୍ଥା ବୁଝି ପାରୁଥିଲା.ପାଖକୁ ଯାଇ ପାରୁ ନ ଥିବା ଲୋକ ଅନେକ କଥା କହନ୍ତି..ସେଥିରେ କିଛି ସତ ଥାଏ ବେଶୀ ଭାଗ ମିଛ.. . ଲୋକମାନେ ତାକୁ ବି କେତେ କଥା କୁହନ୍ତି.. ତା ଆଗରେ ତା ପଛରେ.। .ଅନ୍ୟକୁ ନିନ୍ଦା ସହଜରେ କରି ହୁଏ କିନ୍ତୁ ପ୍ରଶଂସା କ୍ଵଚିତ....। ଯେତେ ଭଲ ପ୍ରସ୍ତାବ ଦେଲେ ବି ସେ କାହିଁକି ବାହା ହେଉନି କିଛି ତ କାରଣ ଥିବ ତାକୁ ନେଇ ଅନେକ ସମୟରେ ଆଲୋଚନା ଚାଲେ ... ସେ ନିରବ ରୁହେ କେବେ ତା ବ୍ୟକ୍ତିଗତ ଜୀବନ କଥା ଅଫିସରେ ଗପିନି..ଯିଏ ଯାହା କହିଲେ..ଶୁଣି ହସିଦିଏ.....ରାଗ ନାହିଁ କି ଅଭିମାନ କରେନା..ବେଶୀ କାହା ସହିତ ମିଶେନା..। ଜାଣେ ତାର ଆଗକୁ ପଛକୁ କେହି ନାହାନ୍ତି..ନିଜ ଚାରିପଟେ ନିର୍ଦ୍ଦିଷ୍ଟ ଦୁରତ୍ଵର ଏକ ବଳୟ ସୃଷ୍ଟି କରି ତା ଭିତରେ ସେ ଆତ୍ମ ଗୋପନ କରିବାକୁ ପସନ୍ଦ କରେ...। 

ଅଫିସରେ ଲୋକ ମାନଙ୍କ କଥା ଶୁଣି ଶୁଣି ସେ ଦିନେ ସାହସ ସଞ୍ଚୟ କରି ସଂକଳ୍ପ ସାର୍ଙ୍କୁ କହିଦେଲା..ସାର୍ ଖରାପ ଭାବିବେନି ଯଦି ଅନୁମତି ଦେବେ ଆପଣଙ୍କୁ ଗୋଟେ ବ୍ୟକ୍ତିଗତ ଅନୁରୋଧ କରିବି....ହଁ କୁହନ୍ତୁ ମାଡାମ...

ଟିକିଏ ଭରଷାରେ ତା ପାଟିରୁ ବାହାରି ପଡ଼ିଲା ଆପଣ କଣ ପାଇଁ ଏତେ ସିଗାରେଟ ଖାଉଛନ୍ତି. ଟିକି ଏ କମେଇ ଦେଲେ ଭଲ ହୁଅନ୍ତା..ଦେହ ଖରାପ ହେଇଯିବ....

ଆଶା କରି ନ ଥିବା ଉତ୍ତର ଟେ ପାଇଗଲା ଆସ୍ଥା ..,. ମ୍ୟାଡମ୍ ଆପଣ ମୋ ମା ନୁହନ୍ତି..ମୋ ଗାର୍ଲ୍ ଫ୍ରେଣ୍ଡ୍ .. ବି ନୁହନ୍ତି.. .. ଆପଣ ଅଫିସରେ ମୋ ଜୁନିଆର୍ .... ନିଜ ଲିମି ଟ ଭିତରେ ରହି କଥା ହେଲେ ଭଲ ହେବ... ଆପଣ ମୋ ବିଷୟରେ କଣ୍ ଜାଣନ୍ତି ...। ଅନେକ ସମସ୍ୟା ଥାଏ ଦୁଃଖ ଥାଏ ମଣିଷର ... ତାକୁ ଭୁଲିବାକୁ ମଣିଷ ନିଶା ପାଣିର ସାହାରା ନିଏ.ବୁଝି ପାରିବେନି.. ..। 

ଆସ୍ଥା ହସି ଦେଇ କହିଲା .ହଁ ସାର୍ ମୁଁ ଆପଣଙ୍କ ଅଧସ୍ତନ ସହକର୍ମୀ ... କିନ୍ତୁ ବନ୍ଧୁ ଟିଏ ବି। .। ବନ୍ଧୁ ହିସାବରେ ମୋର ଏତିକି ଅଧିକାର ଅଛି କହିବାକୁ ...ବୋଲି ମୁଁ ଭାବେ..। 

ତଳକୁ ମୁହଁ ପୋତି ଫାଇଲ ଦେଖୁଥିବା..ସଂକଳ୍ପ ବାବୁ ମୁହଁ ଉଠେଇ ଚାହିଁ ହସି .ଚଟାପଟ୍ କହିଦେଲେ ମୋତେ ଆପଣଙ୍କର ଏହି ଆତ୍ମୀୟ ତା ଖୁବ୍ ଭଲ ଲାଗିଲା. ...। ପ୍ରଥମ ଥର ପାଇଁ ମୋ ରୁକ୍ଷ ବ୍ୟବହାର ବଦଳରେ କେହି ଜଣେ ହସି ପାରିଲା...। 

ନା ସାର୍ ଆପଣ ମୋ ବଡ଼ ଭାଇ ପରି...ମୁଁ ଆପଣଙ୍କୁ ସମ୍ମାନ ଦିଏ ତେବେ ଗୋଟେ କଥା କୁହନ୍ତୁ ..ପୁରୁଷମାନେ ଦୁଃଖ ଭୁଲିବାକୁ ମଦ ସିଗାରେଟର ଆଶ୍ରା ନିଅନ୍ତି..ତେବେ ମହିଳାଙ୍କର କଣ୍ ଦୁଃଖ ନାହିଁ?..ସେମାନେ ଭୁଲିବାକୁ କଣ୍ କରିବେ ?

ଦୁଃଖ ସମସ୍ତଙ୍କର ଅଛି..ଭୁଲିବାକୁ ନୁହେଁ ତାକୁ ସହିବାକୁ ପଡେ..ସେଇ ଦୁଃଖ ହିଁ ପୁଣି ଗୋଟେ ନୂଆ ସୁଖ ପାଇଁ ବାଟ କଢ଼େଇ ନିଏ..। 

ମୁଁ ଆଜି ଆପଣଙ୍କୁ ମୋ ଜୀବନର ସତ କାହାଣୀ ଟି କହୁଚି। ଏ ଅଫିସରେ ଯାହା ଆଜି ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ.. ମୁଁ ଜଣେ ୱିଡୋ....ଆଜିକୁ ସାତ ବର୍ଷ ତଳୁ ମୋ ସ୍ବାମୀଙ୍କର ଦେହାନ୍ତ ଫୁସୁଫୁସୁ କ୍ୟାନ୍ସରରେ ହେଇ ସାରିଛି..। ମୋର ମାତ୍ର ଚାରି ମାସର ବୈବାହିକ ସମ୍ପର୍କ. ତା ଭିତରେ ଶେଷ ତିନି ମାସ ହସ୍ପିଟାଲ୍ରେ କଟିଚି..ଆଉ ବଞ୍ଚିବା ପାଇଁ ମୋ ସ୍ବାମୀଙ୍କ ବ୍ୟାକୁଳତା ଦେଖିଲେ ପଥର ବି ତରଳି ଯାଇଥିବ..ଯେତିକି ଦିନ ସରି ଆସୁଥିଲା ବଞ୍ଚିବା ପାଇଁ ମୋହ ବଢ଼ି ଚାଲୁ ଥିଲା..ଆଉ ସେ ମରିବା ବଞ୍ଚିବା ଖେଳ ଭିତରେ ମୁଁ ପେଶୀ ହୋଇ ଯାଉଥିଲି । 

। ମୋର କଣ ଦୋଷ ଥିଲା ଭଗବାନ ମୋତେ ଏତେ ବଡ଼ ଦୁଃଖ ଦେଲେ..। ଜଣଙ୍କ ଭୁଲ୍ର ସଜ୍ଜା ସାରା ପରିବାର ଭୋଗିଲା..। ସ୍ବାମୀ ଚାରି ଭଉଣୀ ତଳେ ପୁଅ ଥିଲେ.. ସାନ ଏବଂ ଏକ ମାତ୍ର ପୁଅ ହେତୁ ଅତ୍ୟଧିକ ଗେହ୍ଲା.. ଏବଂ ପର୍ଯ୍ୟାପ୍ତ ପଇସା ତାଙ୍କୁ ଅବାଟକୁ ନେଇଗଲା...ଅତ୍ୟଧିକ ସିଗାରେଟ ଖାଇବା ମଦ ପିଇବା ତାଙ୍କର ଅଭ୍ୟାସ ହୋଇଗଲା..। ବାହାଘର ପରେ ମୋ ଅନୁରୋଧ ରକ୍ଷା କରି ଆସ୍ତେ ଆସ୍ତେ ଛାଡ଼ିବାକୁ ଚାହିଁଲେ..କିନ୍ତୁ ସେତେ ବେଳକୁ ବହୁ ଡେରି ହୋଇଗଲା..। ପେଟରେ ଯନ୍ତ୍ରଣା ବଢ଼ି ସାରିଥିଲା..ଏବଂ ପରୀକ୍ଷା ରୁ ଜଣା ପଡିଲା କ୍ୟାନସର ଲାଷ୍ଟ୍ ଷ୍ଟେଜରେ..ବାହା ଘର କଣ୍...ସ୍ବାମୀ ସଂସାର କଣ ଭଲ ଭାବରେ ଜାଣିବା ପୂର୍ବ ରୁ ମୁଁ ବିଧବା ହୋଇ ସାରିଥିଲି...। ସାହି ପଡିଶା ବନ୍ଧୁ ବାନ୍ଧବମାନେ ମୋତେ ହିଁ ଦୋଷ ଦେଲେ..ମୁଁ ହତ ଭାଗୀନି ଅଲକ୍ଷଣୀ ଟାଏ ସେଥି ପାଇଁ ଏମିତି ଦୁର୍ଘଟଣା ଘଟିଗଲା...। କିନ୍ତୁ ମୋର ସୌଭାଗ୍ୟ ମୋ ଶାଶୁ କିମ୍ବା ଶଶୁର ସେମିତି ମାନନ୍ତି ନାହିଁ..। ସେମାନେ ମୋତେ ତାଙ୍କ ଝିଅ ପରି ଦେଖୁଥିଲେ...ଏବଂ ମୋ ବାପା ତାଙ୍କ ସହିତ ନେଇ ଯିବାକୁ ଜିଦ୍ଦି କଲାବେଳେ ମୁଁ ମନା କରିଥିଲି ସେମାନଙ୍କ ସହିତ ଯିବା ପାଇଁ । ମୋ ସ୍ବାମୀ ଚାଲିଗଲା ପରେ ଶଶୁରଙ୍କର ଶେଷ ଆଶା ମୁଁ ହିଁ ଥିଲି। ସେମାନେ ମୋର ଅନ୍ୟତ୍ର ବିବାହ କରିବାକୁ ଚାହୁଁ ଥିଲେ ମଧ୍ୟ ମୁଁ ଆଉ ଥରେ ବିବାହ କରିବାକୁ ପ୍ରସ୍ତୁତ ନୁହେଁ ବରଂ ମୁଁ ତାଙ୍କ ପୁଅ ପରି ପାଖରେ ରହି ତାଙ୍କର ସେବା କରିବାକୁ ନିଜର ଧର୍ମ ବୋଲି ମାନି ନେଇଛି..। ଖାଲି ମୋ ସୁଖ ସ୍ବପ୍ନ ନୁହେଁ ଏମିତି ଅନେକ ପରିବାର ଏଇ ନିଶା ପାଇଁ ନଷ୍ଟ ହୋଇ ଯାଉଚି... ତାଙ୍କ ସ୍ବପ୍ନ ଗଢ଼ିବା ପୂର୍ବ ରୁ ଭାଙ୍ଗି ଯାଏ. । .ଯିଏ ମରିଗଲା ...ସେ ତ କିଛି ସମୟ କଷ୍ଟ ଯନ୍ତ୍ରଣା ପାଉଛି..କିନ୍ତୁ ପଛରେ ଛାଡି ଯାଉଥିବା ଅନେକ ସମ୍ପର୍କ ହତାଶାର ଧୂଆଁରେ କୁହୁଳିକୁ ହୁଳି ଛଟ ପଟ ହେଉଛନ୍ତି। 

ଏ ସବୁ ପରେ ପାନ ସିଗାରେଟ ବା ମଦ ଖାଇବା ବ୍ୟକ୍ତିଙ୍କୁ ଦେଖିଲେ ..ମୁଁ ସହଜରେ ଗ୍ରହଣ କରି ପାରେନି.. । ମୋର ରିଆକ୍ସନଟା ବାହାରି ଆସେ..। ମୋ ଭିତରର ଦୁଃଖ ମୋତେ ନୀରବ ରହିବାକୁ ଦିଏନି.. .। ମୁଁ ମୋ ଅଧିକାରର ସୀମା ରେଖାଟା ଡେଇଁ ଆପଣଙ୍କୁ ଅସମ୍ମାନ କରିଥିବାରୁ ମୋତେ କ୍ଷମା କରିଦେବେ ସାର୍..। 

ମୋର ଉଦ୍ଦେଶ୍ୟ ଆପଣଙ୍କୁ ଆଘାତ କରିବା ନଥିଲା.. କିମ୍ବା କିଛି ଭାବି କରି କହି ନାହିଁ ..ମୋର ନେଚର ସେମିତି..

କିନ୍ତୁ ଏତିକି ବୁଝେ ଏଠି ତୁମେ ଭୁଲ୍ ବା ଠିକ୍ ତାର ମାପକାଠି ଅନ୍ୟର ମତାମତ ଉପରେ ନିର୍ଭର କରେ .। 

ସଂକଳ୍ପ ତା ଲୁହ ଛଳ ଛଳ ମୁହଁଟାକୁ ଚାହିଁ କହିଲେ ବଡ଼ ଭାଇ ବୋଲି ମାନୁଚନ୍ତି ଯଦି ଏତିକି କହିବି ଯାହା କରିଛ ନ୍ତି ବହୁତ୍ ଭଲ କରିଛନ୍ତି ... ନିଜ ପାଇଁ ସମସ୍ତେ ବଚନ୍ତି କିନ୍ତୁ ଜୀବନର ସାର୍ଥକତା ଆସେ ଅନ୍ୟ ପାଇଁଁ ବଞ୍ଚିବାରେ...। କଥା ଦେଉଚି ମୁଁ ସିଗାରେଟ୍ ଛାଡ଼ିବା ସହିତ ମୋର ପ୍ରକୃତିକୁ ମଧ୍ୟ ବଦଳେଇ ଦେବି..। ଆଜିଠୁ ତୁମେ ସବୁଦିନ ମୋର ସାନ ଭଉଣୀ ହୋଇ ରହିବ..। ତୁମ ସୁଖ ଦୁଃଖରେ ଭାଇ ପରି ସାହାଯ୍ୟ ଓ ସହଯୋଗ କରିବାର ସୁଯୋଗ ପାଇବି। 

ତୁମ ଠାରୁ ବଡ଼ ଗୁରୁ କେହି ନାହାନ୍ତି ଏ ଜୀବନ ଯାତ୍ରାରେ । 



Rate this content
Log in