STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଜୀବେ ଦୟା

ଜୀବେ ଦୟା

3 mins
0

କଳା ରଙ୍ଗର କୁକୁରଟିଏ ବାହାରି ଆସିଲା. କୋଉଠି ଥିଲା କେଜାଣି ଏ ଝିପି ଝିପି ବର୍ଷାରେ!ଶୁନ୍ୟ. ଚାରିଆଡେ ଶୁନ୍ୟତା ତା ପାଇଁ ଭରି ରହିଥିଲା. ତଥାପି ତାକୁ ଶୂନ୍ୟର ମୋହରେ ବାସ୍ନା ହେଉଥିଲା, ଖାଦ୍ୟର ବାସ୍ନା. ରାତିରୁ ରହୁଥିବା ଯାତ୍ରୀ ଗାଡିଗୁଡିକରେ ଆସିଥିବା ଯାତ୍ରୀମାନେ ଖାଇସାରିବା ପରେ ଫିଙ୍ଗି ଦେଇ ଯାଇଛନ୍ତି ଖାଦ୍ୟ ଜରି. ଯାହା ଭିତର ଶୂନ୍ୟ ଥିଲେ ବି ବାସ୍ନା ମୋହରେ ଗୋଟେ ଦିଟା ଜରି ପାକୁଳି କଲାବେଳେ କଳା କୁକୁର ଆଡକୁ ମୁଣ୍ଡ ହଲେଇଲା ଆଗରୁ ସେହି ବାସ୍ନା ମୋହରେ ଜରି ପାକୁଳି କରୁଥିବା ଷଣ୍ଢଟି ମୁଣ୍ଡ ହଲେଇଲା କଳା କୁକୁରଟି ଆଡକୁ ତ ସେଠାରୁ ବାହାରି ଆସିଲା କୁକୁରଟି. ଆଶ୍ରୟ ପାଇଁ ବିକଳରେ କଲ୍ୟାଣୀ ମଣ୍ଡପ ଭିତରକୁ ପଶିଗଲା ତ ମାଲିକ ଭଲ ଲୋକ ଥିବାରୁ ନମାରି ହୁସ ହୁସ କହି ତା ପଛେ ପଛେ ତାଳି ମାରି ଘଉଡ଼ାଇ ଦେଲା. ବିଚରା କଳା କୁକୁରଟି ସେଇ ପୂର୍ବ ବରଗଛର ବିରାଟ ଗଣ୍ଡି ର ଆରପାଖକୁ ଚାଲିଆସିଲା. ଷଣ୍ଢ ମୁଣ୍ଡ ହଲାଇ ପୁଣି ନିରବୀ ଗଲା. ସେ ହୁଏତ ଜାଣିପାରିଲା କୁକୁରଟି ଶୂନ୍ୟରେ ଆଶ୍ରୟ ହିଁ ଖୋଜୁଛି ତା ଖାଦ୍ୟ ବାସ୍ନା ଆସୁଥିବା ଜରିରେ ଭାଗ ତ ବସାଉନି. କୋଉ ଜରି ଭିତରେ କିଛି ନଥିଲା ତଥାପି ଷଣ୍ଢ ଆନନ୍ଦରେ ଖାଇ ଚାଲିଥିଲା.
    ଛାତ ଉପରୁ ଏସବୁ ନିରୀକ୍ଷଣ କରୁଥିଲେ ଜେଜେମାଆ. ଷଣ୍ଢ ପାଇଁ ବାଲ୍ଟି ଭରା ଖାଦ୍ୟ ଥିଲେ ମଧ୍ୟ ସେ ଶିଡ଼ି ଦେଇ ଯାଇପାରିବେ ନାହିଁ ଥୁଆହୋଇଥିବା ପଥର କୁଣ୍ଡରେ ଢାଳିବାକୁ, ବରଗଛ ପାଖକୁ . ସ୍ୱାମୀଙ୍କୁ କହିଥାଆନ୍ତେ ଯେ ସେ ଝିଅ ଜୋଇଁ ଆସୁଥିବାରୁ ବର୍ଷାକୁ ଖାତିର ନକରି ବଜାର ଯାଇଛନ୍ତି କିଛି ଭଲ ମନ୍ଦ ନେଇଆସିବାକୁ . ଶୁନ୍ୟ ଶୁନ୍ୟ ଲାଗୁଥିଲା ଜେଜେମାଆଙ୍କୁ. ତ ସେ ଦେଖିଲେ ପୁଅର ପୁଅ ସରୋଜ ଟ୍ୟୁସନ ରୁ ଫେରୁଛି. ଝିଅ ଜୋଇଁଙ୍କ ପାଇଁ ସେ ନିଜେ ଆଜି ବାନେଇଥିବା ପିଠାକୁ ପ୍ରଥମେ ନାତିକୁ ଦେଵେ ଖାଇବାକୁ ଓ ପଚାରିବେ କେମିତି ଲାଗୁଛି. ସେ ହିଁ ସତ କହିବ!ସେହି ମୋହରେ ନାତିକୁ ଚାହିଁଲା ବେଳକୁ ବରଗଛ ପଛପଟେ କାକୁତି ମିନତିରେ ଠିଆ ହୋଇଥିବା କଳା କୁକୁରଟାକୁ ଢେଲାଟିଏ ପକେଇ ଦେଲା ତ କୁକୁରଟା ଶୂନ୍ୟକୁ ଚାହିଁ କୁଁ କୁଁ ହେଉ ହେଉ ସରୋଜ ଆସିଥିଲା ଉପରକୁ. 
    ପିଠା ତରକାରୀ ଓ ମିଠା ବାଢିଦେଇ ଜେଜେମାଆ ଆଗ ଖାଇବାକୁ ଦେଲେ ସରୋଜକୁ. ଖାଇସାରିଲା ପରେ ପଚାରିଲେ ଧନରେ ଢେଲା ମାରିଲୁ କଣ ପାଇଁ କୁକୁରକୁ?ତା ପାଇଁ ଖାଦ୍ୟ ନାହିଁ ପ୍ରକୃତିରେ କି ଆଶ୍ରୟ ନାହିଁ ତ ଅନ୍ୟ ଦାନାରେ ସେ ଭାଗ ବସେଇ ନପାରି ମଧ୍ୟ ମଣିଷର ଉପକାରୀ ବନ୍ଧୁଟିଏ. ଭାରି ବିଶ୍ଵସ୍ତ ଓ ସେବା ମନୋଭାବସମ୍ପର୍ଣ୍ଣ ପ୍ରାଣୀ ସିଏ. ଚୋର ଜଗେ, ଘର ଜଗେ ଓ ଦାନା ଦେଇଥିବା ମଣିଷର ପ୍ରଭୁଭକ୍ତ ପାଲଟି ଯାଏ. ହଁ ଯେ ମାଆ ତାର ଚାରିଟା ଛୁଆଙ୍କ ଭିତରୁ ଗୋଟେ ଆଣିବାକୁ ଯାଇଥିଲି ଯେ ସେ ଏମିତି ଭୁକି ଗୋଡେଇ ଆସିଲା ମୁଁ ସେକଥା କହିପାରୁନି. ଜେଜେମାଆ ବୁଝେଇ ଦେଲେ ଧନରେ ଯିଏ ଯେତେ ଆଦର କଲେ ମଧ୍ୟ ମାଆ କୋଳ ସ୍ୱର୍ଗ ସୁଖ ଆଉ ମାଆ ର ଯେତେ ସନ୍ତାନ ଥାଆନ୍ତୁ ନା କାହିଁକି ପ୍ରତ୍ୟେକ ତାର ପ୍ରିୟ. ପିଇସୀ ଅପା ତା ପାଖେ ରହି ପଢିବାକୁ ତତେ ଯେତେ ଡାକେ ତୁ କଣ ଯାଉ!ସେ ନିଜେ ଶିକ୍ଷୟିତ୍ରୀ ଅଛି. ପୁଣି ତୋର ଗଣିତ ଦୁର୍ବଳ ଅଛି ବୋଲି ସେ ବୁଝେଇଦେବ କହି ଯେତେ ବୁଝେଇଲେ ତୋ ବାପା ମାଆ କଣ ତତେ ଛାଡ଼ନ୍ତି ଅପା ସଙ୍ଗେ!ତୋ ଭଉଣୀ ମାନୀ ତ ଅଛି ତଥାପି ତୁ କଣ ଯାଉ!କଣ ଭାବିଲା କେଜାଣି ସରୋଜ ଜେଜେମାଆକୁ ପିଠା ଦୁଇଖଣ୍ଡ ମାଗି ବରଗଛ ମୂଳକୁ ଧାଇଁ ଚୁ ଚୁ ଡାକୁଥିଲା ହେଲେ କଳା କୁକୁର ନଥିଲା. ତା ସନ୍ତାନ ଥିବା ସ୍ଥାନକୁ ଚାଲିଯାଇଥିଲା କି କଣ କେଜାଣି ସରୋଜ କିନ୍ତୁ ଶୂନ୍ୟକୁ ଚାହିଁ ତା ପାଇଁ ମୋହ ମାୟାରେ ବୁଡ଼ି ଯାଉ ଯାଉ ପିଇସୀ ଅପାର ଗାଡି ଲାଗିଥିଲା ଦୁଆରେ ତ ଫେରି ଆସୁ ଆସୁ ଷଣ୍ଢଟିକୁ ପିଠା ଖୁଆଇବାକୁ ଭୁଲି ନଥିଲା ସରୋଜ.ଜେଜେ ମାଆ କହିଥିଲେ ଜୀବେ ଦୟା ଏକ ମହତ ଗୁଣ ଧନ.



Rate this content
Log in