Dr Jharana Satapathy

Others

3  

Dr Jharana Satapathy

Others

ଜୀବେ ଦୟା ନାମ ବିଶ୍ବାସ

ଜୀବେ ଦୟା ନାମ ବିଶ୍ବାସ

2 mins
7.4K


ଜୀବେ ଦୟା ନାମ ବିଶ୍ବାସ

କଣ କହୁଛ ମାମା ........! ମୁଁ ଭୁଲିଯିବି ନା........ ତାକୁ ଆଦୌ ଭୁଲିବି ନାହିଁ ସିଏ ମୋ ପାଖରେ ରହିବ ।ସିଏ ମୋ ଅତି ଆଦରର। ତା ଦେହ ମଧ୍ୟ ରକ୍ତମାଂସରେ ଗଢା। ସିଏ କଣ ସମ୍ନାନର ଯୋଗ୍ୟ ନୁହଁ........? କାହିଁକି...... ତା ସହ ଏପରି ବ୍ୟବହାର କରୁଛ? ସମୟ ଆସିଲେ ତୁମେ ବୁଝିପାରିବ ମାମା! ଆଉ କହିବା ଦରକାର ପଡିବିନି। ସିଏ ତୁମର ଋଣ ରଖିବନି ମାମା। ମୁଁ ତୁମର ଯେମିତି ଝିଅ ସିଏ ମଧ୍ୟ ତୋ ଝିଅ । ଦୁଇ ଜଣଙ୍କ ଭିତରେ ଏତେ ଫରକ ଦେଖୁଛୁ କାହିଁକି ମାମା । ମୁଁ ଜାଣେ ସିଏ ମୋ ସାନଭଉଣୀ ।
ମାମା ତୁମେ ଦେଖିଲା କ୍ଷଣି ତାକୁ ଗୋଇଠା ମାରୁଛ । ତାକୁ ଦୁଇ ଥର ଟେକି ଫୋପାଡ଼ି ଦେଲଣି । ତଳେ ପଡ଼ି ଭୋ ଭୋ........ ହୋଇ କାନ୍ଦୁଛି ।ଦେଖ ମାମା .......ସିଏ ପାଖ ସୋଫା ତଳେ ବସିଛି ଆଉ ତୁମକୁ କେତେ ଭଲପାଉଛି । ତୁମେ ରାଗିଯାଇ ତା ଉପରେ ଅନେକ ଗାଳିଗୁଲଜ୍ କରିଛ ।ଡରିଗଲାଣି ସେ ବୋଧେ! ସବୁକିଛି ଜାଣିପାରୁଛି । ସତରେ ମାମା ମନ ସବୁ ଜାଣିପାରେ , ତାକୁ ପୂର୍ବରୁ କେତେ ଆକଟ କରୁଥିଲ ।ମାମା ଏବେ ତା ଆଖିରେ ଲୁହ ଦେଖି ତୁମ ଛାତିରେ କୋହ ଭରିଗଲା ।

ଏତିକି କହି ସେ ମଧ୍ୟ ଭୋ... ଭୋ.. ହୋଇ ଭୁକିବାକୁ ଲାଗିଲା । ସିଏ ଆମ କଥା ବୁଝିଗଲାଣି ମାମା ।ତାକୁ ବୁଝେଇବା କଣ ମାମା ତାକୁ ଦେଖି ଆମେ ଦୁହେଁ କାନ୍ଦି ପକାଇଲେ। ଦେଖ ମାମା.......ହଠାତ୍ ଏକ ଶବ୍ଦ ଶୁଭିଲା । ଏ ବୋଧହୁଏ ଗାଡ଼ି ହର୍ଣ୍ଣ ! ଆମ ମାଇରାକୁ ଯିଏ ନେବ ବୋଲି କହିଥିଲା ସିଏ ଆସିଯାଇଛି । ମାଲିକ ଗାଡ଼ିରେ ବି ଅଛି ଆମ ମାଇରାକୁ ନେବାକୁ ଆସିଛି ବୋଧେ ।

ଆହା ! ଚୁ ଚୁ! କହି ଫଟୋ ଉଠେଇବାକୁ ଲାଗିଲେ ସେମାନେ ।କଣ ମାମା ଆମ ମାଇରାକୁ ସେମାନେ ନେଇଯିବେ? ମୁଁ ମନା କରୁଥିଲି ତାକୁ ଦେବାନି ବୋଲି ! ନାଇରେ ମା କିଛି କ୍ଷଣ ଏମିତି ଫଟୋ ଉଠେଇବେ ସେମାନେ ଚାଲିଯିଵେ ଆମ ମାଇରାକୁ ଆମେ ଦବାନି ଯମା। ତାଙ୍କ ଭିତରୁ ଜଣେ କହିଲା :- ଏ କୁନି ଛୁଆ ଟା ! ଭାରି ଗୁଲୁଗୁଲିଆ ହୋଇଛି ଇଏ କେତେ ମାସର?

ମାମା ତୁମେ ରୋକଠୋକ ମନାକରିଦିଅ ।ସେମାନେ ଚାଲିଯିବେ।ଆମ ମାଇରା ଆମ ପାଖରେ ରହିବ ।ହଁ......... ଲ ମା ମୁଁ ମଧ୍ୟ ତାକୁ ଛାଡି ରହିପାରିବି ନାହିଁ ! ଆଜିଠୁ ମାଇରା ହେଲା ଆମ ଘରର ଆଉ ଏକ ସଦସ୍ୟ। ମୋର ଆଉ ଗୋଟିଏ ଝିଅ ତୁମେ ଆଜିଠୁ ଦୁଇ ଭଉଣୀ ହୋଇ ଚଳିଵ । ଆଜିଠୁ ସଵୁ ଦାୟିତ୍ବ ମୁଁ ନେବି । ସତରେ ମା କଥାରେ ଅଛି "ଜୀବେ ଦୟା ନାମ ବିଶ୍ବାସ "। ଦେଖ ମାମା ମାଇରା କୁଁ କୁଁ ହୋଇ ପାଦ ଚାଟିଲାଣି।

ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର



Rate this content
Log in