STORYMIRROR

Sunanda Mohanty

Others

2  

Sunanda Mohanty

Others

ଝିଲ୍ଲୀ ପତନ

ଝିଲ୍ଲୀ ପତନ

1 min
78

ମିଲି ବ୍ୟସ୍ତ ହୋଇ ଯେବେ ତା ସାଙ୍ଗକୁ କହୁଥିଲା ଝିଲ୍ଲୀ ପତନ ର ଶୁଭାଶୁଭ କଣ ବୋଲି, ସାଙ୍ଗ କହିଥିଲା କୋଉଠିପଡିଲା, ମିଲି ର ଉତ୍ତର ଶୁଣି ସାଙ୍ଗ କହିଲା ରାଣୀ ହେବୁ, କାରଣ ମୁଣ୍ଡରେ ଝିଟିପିଟି ପଡିଲେ ରାଜ୍ୟ ଲାଭ ହୁଏ, ସତକୁ ସତ ମିଲିର ପୋଷ୍ଟିଙ୍ଗ ଅଡ଼ର ଆସିଗଲା, ତ ମିଲି କଣ୍ଟାକ୍ଟ ଟିଚର ରୂପେ ଜଏନ କରିଗଲା, ହେଲେ ଖୁସି ନଥିଲା, କାରଣ ଅପଗ୍ରେଡେଡ଼ ସ୍କୁଲ ଥିଲା ଆଉ ସବୁ ଟିଚେର ଭିତରେ ସେ ସିନିଅର ଥିଲା, ଦିନକ ଆଗରୁ ଜଏନ କରିଥିବାରୁ l

  ମିଲି ଫୋନ ରେ କହୁଥିଲା କ୍ଲାସ କଲାବେଳେ ପୁଣି ତା ମୁଣ୍ଡରେ ଝିଲ୍ଲୀ ଖସିପଡିଥିଲା, ତ ସାଙ୍ଗ କହୁଥିଲା ବହୁତ ବଢିଆ, ମିଲି କିନ୍ତୁ ଡରିଯାଇଥିଲା, ତାଙ୍କ ବଡ ଗୁରୁମା ଅବସର ନେଲେ, ତ ମିଲି କୁ ବଦଗୁରୁମା ପଦବୀ ମିଳିଲା, ହେଲେ ମିଲି ନାକେଦମ ହେଉଥିଲା ସ୍କୁଲ ଚଳାଇବାରେ, ତଥାପି ଉଦ୍ୟମ ଓ କର୍ତ୍ତବ୍ୟ ଜାରି ରଖିଥିଲା l

  ପରିଦର୍ଶନ ରେ ଆସିଥିବା ଡିଇଓ, ନୂଆ ଚାକିରୀ କରିଥିଲେ, ଅବିବାହିତ ଓ ଯୁବକ ଡିଇଓ ସାର ମିଲିର କାମ ଆଉ ଦାୟିତ୍ୱ କର୍ତ୍ତବ୍ୟ ରେ ଖାଲି ବିମୋହିତ ହେଲେ ତା ନୁହେଁ, ସଂଯୋଗ ରୁ ଏକା ଜାତି ହୋଇଥିବାରୁ ବାହାଘର ପ୍ରସ୍ତାବ ବି ଦେଲେ, ଆଉ ମନା କରିବାର ପ୍ରଶ୍ନ ହିଁ ଉଠୁ ନଥିଲା, ଓଢଣା ଭିତରେ ସାଙ୍ଗ ଯେବେ କହୁଥିଲା ଦେଖିଲୁ କେମିତି ରାଣୀ ହେଲୁ, ତ ମିଲି ହସିଦେଇଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍