STORYMIRROR

Sunanda Mohanty

Others

2  

Sunanda Mohanty

Others

ଝିଅ ଟିଏ ଆମ ଗାଁ ର

ଝିଅ ଟିଏ ଆମ ଗାଁ ର

2 mins
75

ସୁମିତା ଗାଁରେ ଘରେ ଘରେ ଗେଲ୍ଲୀ ଝିଅ, ଗାଁ ଟା ସାରା ଲୋକଙ୍କ ପ୍ରିୟ, ଫୁଲ ଗୁନ୍ଥି ରଖେ କାହା ଘରେ, ବଡି ପାରେ କାହା ବୋହୁ ସଙ୍ଗେ ମିଶି, କାହା ଘରେ ଗଢେ ଆରିଷା କାକେରା ପିଠା, ତ କାହା ଝିଅ ସଙ୍ଗେ ମିଶି ଝୋଟି ଚିତା ପକାଉଥାଏ ଆଉ ହରି ଭାଇକୁ ଦେଖିଲେ ଲାଜରେ ମୁଁହ ତଳକୁ ପୋତି ଭୂମିରେ ଗାର ଟାଣୁଥାଏ ନଖରେ ତ ହରିଭାଇ କହେ ସୁମିତା ମନ ଧ୍ୟାନ ଦେଇ ପଢାପଢି କର ଏଇ ସନ ମାଟ୍ରିକ ପରୀକ୍ଷାରେ ପାସ କରିଯା, ତ ଲାଜ କରି ଦଉଡି ପଳାଏ ସୁମିତା, ହରିଭାଇ ଦେଇଥିବା ବହିପତ୍ର ଭିତରେ ହରିଭାଇର ମୁଁହଟା ଦିଶେ ବର ପରି ଆଉ ସେ ନିଜେ ତା କନିଆଁ ଭଳି, ତ ବହିଟାକୁ ଛାଡି ଉଠି ଯାଏ ମାଆ ପାଖକୁ 

   ଗାଳିଦିଏ ମାଆ, ବଢିଲା ଝିଅଟା ଏଘର ସେଘର ହେଉଛୁ ହେଲେ ମତେ ଟିକେ କାମରେ ସାହାଯ୍ୟ କରନ୍ତୁ କହୁଥାଏ ତ୍ସୁମିତା ଖୋଜୁଥାଏ ଆଚାର ବୋତଲ ଓ କୋଳଥ ଡାଲି ଭଜା ଡବା ଖୋଜି ଖୋଜି ଖାସୁଥାଏ ଆଉ କହୁଥାଏ ଏମିତି କାହିଁକି ହେଉଛୁ ମାଆ, ମୁଁ ପରା ପାଠ ପଢ଼ିବି, ମତେ ହରିଭାଇ କହିଛି କହି ଚଳିଯାଏ ଶୋଇଲା ଘରକୁ 

  ସୁମିତା ନିଖୋଜ, ଟୁପିଟାପି ସମେସ୍ତେ, କିଏ କହିଲା ଗାଁ ମୁଣ୍ଡ ନଈ ପାଖେ ଟ୍ରକ ଧୋଉଥିବା ଡ୍ରାଇଭର ସଙ୍ଗେ ପଳେଇଛି ତ କିଏ କହିଲା ଆନି ଖୁଡ଼ୀ ସଙ୍ଗେ ତା ବାପଘର ଗାଁକୁ ଯାଇଛି ତ କିଏ କହିଲା ଶୁଭ ସଙ୍ଗେ ତା ମାମୁଁ ଘରକୁ ଯାଇଥିବ, ହେଲେ ଚାରିଦିନ ପରେ ସୁମିତାର ପଚା ଗଳିତ ଶବ ଗାଁ ପାଖ ଜଙ୍ଗଲରୁ ମିଳିଲା, ଗାଁରୁ ନଟ ବି ସେଇଦିନଠୁ ଗାଏବ, ପୋଲିସ ଆସିଲା, ଅନୁସନ୍ଧାନୀ କୁକୁର ବି ସନ୍ଧାନ କଲା, କିଛି ବି ସୁରାକ ମିଳିଲାନି କି ନଟ ବି ଆଉ ଗାଁ କୁ ଫେରିନି, ତା ଚିଲମଟା ଗଡୁଥିଲା ଯାହା ସୁମିତା ଶବ ପାଖରେ ବୋଲି କିଏ କିଏ କହୁଥିଲା, ହେଲେ ପ୍ରମାଣ ନଥିଲା, ହରିଆ ଝରକା ଖୋଲି ଅନ୍ୟମନସ୍କ ହେଉଥିଲା ଆଉ ଦୂରରୁ ସୁମିତା ମାଆର ବାହୁନା ଛାତି ଥରେଇ ଦେଉଥିଲା କେବଳ l


Rate this content
Log in