ଝଡ ବି ଚଢାଏ ଗଡ଼
ଝଡ ବି ଚଢାଏ ଗଡ଼
ସାଇନ୍ସ ପ୍ରୋଜେକ୍ଟ ଟିଏ କରିବାକୁ କେତେଯେ କଷ୍ଟ କରିଥିଲା ମିତାଲି ତାର ହିସାବ ନାହିଁ । ଗୁରୁମା ଯେବେ କହିଥିଲେ ତ ଲାଗିପଡ଼ିଥିଲା ପ୍ରଦୂଷଣ ବିହୀନ ଗାଡିର ପ୍ରୋଜେକ୍ଟଟିଏ କରିବାରେ ରାତି ଦିନ ଏକାଠି କରିଦେଇଥିଲା, ହେଲେ ନିଜ ସାନଭାଇ ଦିନକ ଆଗରୁ ଭାଙ୍ଗିଦେଇଥିଲା । ନିଜର ଓ ପରିବାର ର ବେହୁସିଆରି ପାଇଁ କାନ୍ଦୁଥିବାବେଳେ ଗୁରୁମା ବୁଝେଇଦେଇଥିଲେ, କରୋନା ଯୋଦ୍ଧାଙ୍କ କୃତ୍ତିତ୍ୱ କଣ ସବୁ କଲେ ଆହୁରି ବଢିବ ଓ ଲୋକମାନଙ୍କ ସଚେତନତା କିପରି ବଢିବ । ସେହି ବିଷୟରେ ଅଧିକ ଲେଖି ପଏଣ୍ଟ ଅନୁସାରେ ବଡ଼ ଡ୍ରଇଂ ସିଟରେ ଲେଖି ଆଣିବାକୁ ପରାମର୍ଶ ଦେଇଥିଲେ । ସେ ଫାଷ୍ଟ ହୋଇଥିଲା, ସେ ଭୁଲିଯାଇଥିଲା, ଅଦୃଶ୍ୟ ଝଡ଼ ର ଦହନ l
