STORYMIRROR

Manju Rath

Others

3  

Manju Rath

Others

ଜେଜେ ବାପା

ଜେଜେ ବାପା

1 min
146

ରକ୍ତ ସମ୍ପର୍କ ର ଆଉ ଗୋଟିଏ ଜୀବନ ର ଆନନ୍ଦ ମୁହୁର୍ତ୍ତକୁ 

ଉପଲବ୍ଧ କରିବା ଜେଜେ ବାପା ଙ୍କ ସହିତ କଟିଥିବା ସ୍ମୃତି କୁ ମୁଁ ମନେ ମନେ ଖୋଜୁଛି ଅତୀତ ର ଆନନ୍ଦ ସମୟ 

ଯେତେବେଳେ ଜେଜେ ବାପା ଙ୍କ ସହ ହାତ ର ଆଙ୍ଗୁଠି ଧରି ବିଦ୍ୟାଳୟ କୁ ଯାଉଥିଲି ବାଟ ରେ ଗଲାବେଳେ ଚକଲେଟ୍ 

କିଣି ଦେଉଥିଲେ ଏବଂ ଗେଲ କରି ମୁଣ୍ଡରେ ହାତ 

ରଖୁଥିଲେ ସେତେବେଳେ ମୋ ମୁହଁ ର ହସ ଦେଖି 

ସେ ତାଙ୍କ ପାକୁଆ ପାଟିରେ ହସି ମୁହଁ କୁ ଉଜ୍ଜଳ 

କରୁଥିଲେ ସଂଧ୍ୟା ସମୟ ରେ ବୁଲେଇ ନେଉଥିଲେ 

ପିଲାମାନଙ୍କ ସହ ପିଲାଙ୍କ ପରି ରହିବାକୁ ଭଲ ପାଉଥିଲେ 

ଯେ କୌଣସି ପର୍ବ ପର୍ବାଣୀ ହେଉ ସେ ଆନନ୍ଦ ର 

ସହିତ ନାତି ନାତୁଣୀ କୁ ଧରି ତା ମଜା ନେଉଥିଲେ 

ମୋତେ କଣ ଗୋଟିଏ ଜିନିଷ ଶିଖାଇଲା ବେଳେ 

ଯଦି ମୁଁ ଜାଣେନା ହସି କି କହନ୍ତି ତୁ କଇଁଚ ଟିଏ 

ବୋଲି ଚଳାନ୍ତି ମୁଁ ହସିଦିଏ 

ତାଙ୍କରି ସହିତ ବିତେଇଥିବା ପିଲାଦିନ ର କଥା 

ଆଜି ଏତିକି ମନେ ରହିଛି ଆହୁରି କେତେ କଥା 

ଭୂଲି ହୋଇଯାଇଛି 



Rate this content
Log in