The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Others

2  

Satyabati Swain

Others

ହଁ ମୁଁ ଲେଖେ

ହଁ ମୁଁ ଲେଖେ

3 mins
420



ହଁ ମୁଁ ଲେଖେ ହୃଦୟ କାନ୍ଥରେ ଯାହା ବାଡେଇ ହୋଇ ମୋତେ କ୍ଷତାକ୍ତ କରେ।ଦଲକାଏ ଦଲକାଏ ରକ୍ତ ବୁହାଏ।ହଁ ମୁଁ ଲେଖେ ଯେବେ ମୋ କୋମଳ ଜିଜ୍ଞାସା ଆତ୍ମହତ୍ୟା କରେ। ଗୁମୁରି ଗୁମୁରି ନିଃଶବ୍ଦେ ମୋତେ ଛଟ ପଟ କଲବଲ କରି କୋରି ପକାଏ ମୋ ଅନ୍ତର।ହଁ ମୁଁ ଲେଖେ ରାସ୍ତା କଡେ ଯେବେ ପାଗଳି ଟା ପ୍ରସବ ବେଦନାରେ ଛାଡୁଥାଏ ବିକଳେ ରଡି କି କିଛି କ୍ଷଣେ ଅଚେତ ଶରୀର ତାର ତା ଛୁଆକୁ କୁକୁର କରୁଥାଏ ବ୍ରେକ ଫାଷ୍ଟ।


   ହଁ ମୁଁ ଲେଖେ ଘର କୋଣେ ମୋ ନୂଆଉକୁ ମାତାଳ ଭାଇର କାମାନ୍ଧ କାମୁକତା ଖାଉଥାଏ ଝୁଣି କୁକୁର ପରି ଟାଣି ଓଟାରି ତା ଇଚ୍ଛା ବିରୁଧେ। ତା ଉଁ ଉଁ କାନ୍ଦିବା କଥା ମୋତେ ଦୀର୍ଘଶ୍ଵାସ ଯେତେବେଳେ ଦିଏ ମୁଁ ଲେଖେ ମୋ ନୂଆଉ ସହ ପ୍ରତିଟି ନାରୀର କରୁଣ କାହାଣୀ।ମୁଁ ,ମୁଁ ହୋଇନଥାଏ ,ହୋଇଯାଇଥାଏ ଯାହା ବିଷୟରର ଲେଖୁଥାଏ।ତାରି ଭିତରର ପଶିଥାଏ ମୋ ଆତ୍ମା।ମୋ ମନର ଆଖି ଦେଖିବାରେ ଯାହା ଗୋପନ,ରହସ୍ୟମୟ; କିନ୍ତୁ ଏକାନ୍ତ ସତ୍ୟ। ଆଶ୍ରା ହରା ଅନାଥ ଶିଶୁଟିଏ ,ଯିଏ କାନ୍ଦୁଥାଏ ରାହା ଧରି ଅସହାୟ ଭାବେ ମା କୁ ଝୁରି ଖୋଜୁଥାଏ ମା ଅମୃତ ଓ ମା ର କୋମଳ ଉଷୁମ କୋଳ, ମୋ କଲମ ସେତିକି ବେଳେ ଖୁବ୍ କାନ୍ଦେ କଇଁ କଇଁ।


      ମୁଁ ସେଇ ଖୋଳପା ଭିତରେ ପଶିଥାଏ ଯେ କିରାସିନି,ପେଟ୍ରୋଲ ନିଆଁରେ ଜଳିଯାଏ।ମୁଁ ବି ଜଳେ ଅସହ୍ୟ ଯନ୍ତ୍ରଣାରେ।ଅଭାବୀ ମା ର ଆଖି ଗୋଟେ ବିବଶତା ବାପାର ନିକମା ପଣ ଶବ୍ଦ ତ ମୋ କଲମ ଦେଖିପାରେ।ପାଗଳ ହୋଇଯାଏ ମୁଁ ; ଶବ୍ଦ ମାନେ ମୋତେ ଘେରି ଯାଆନ୍ତି।ଭାଵ,ଭାବନା ମୋତେ ପ୍ରେମ କରନ୍ତି ଗଳାରେ ଲଗାନ୍ତି।ଖୁବ୍ ଜୁଝେ ମୋ କଲମ ଧର୍ଷିତା କଅଁଳ କଷି ଜଙ୍ଗଲରେ ସଢୁଥାଏ କିବା କେଉଁ ଶୃଗାଳ ଟାଣି ଖାଉଥାଏ ଯେବେ।ଲେଖିବା ପାଇଁ କଲମ ଆକୁଳ ହୋଇ ଲୁହ ଢାଳେ ଗଣ ଧର୍ଷିତା ଯୁବତୀ ଲଙ୍ଗଳା ବେଶର ଫୋଟୋ ଉତ୍ତୋଳନ କରୁଥାଏ ଫୋଟୋ ଗ୍ରାଫର,ଚର୍ଚ୍ଚିତ ଖବର ହୋଇଯାଏ ସବୁ ପେପର ଆଗ ଧାଡ଼ିର। ହ୍ବିସ୍ ନୀଳ୍ ଆଲୁଅ,ବ୍ରେକ କି ବେଲି ଡ଼୍ୟାନ୍ସ ରେ ଲାଲ ବହୁଥାଏ ବିଖ୍ୟାତ ଜାନିମାନି ସହର ବିଶିଷ୍ଟ ବ୍ୟକ୍ତିର।ସମାଜ,ସାମାଜିକତା, ଜୀବନ,ଜଞ୍ଜାଳ, ବେଦନା ବିଧୁର ଆତ୍ମା ମୋତେ ଉସ୍କାଏ ଲେଖିବାକୁ ବାର୍ ଡ଼୍ୟାନ୍ସ କରୁଥିବା ଝିଅର କରୁଣ ଜୀବନୀ ।ଘରେ ଘରଣୀ କନ୍ଧୁଥିବା ଘରଣୀ ଯାହାର ସ୍ୱାମୀ ନିଶାଶକ୍ତ ଓ ବେଶ୍ୟାଶକ୍ତ।ରଖିତାର ଦୁଃଖ କୁଆଁରୀ କନ୍ୟା ମା ହେବା, ଅବୈଧ ସନ୍ତାନ ଗଳା ଟିପା,ଫୁଲୱାମା ଯବାନର ଅତୃପ୍ତ ଆତ୍ମା କଥା ଓ ତାର ସଦ୍ୟ ବିବାହିତ ପତ୍ନୀର ବୁକୁ ଫଟା ଆର୍ତ୍ତନାଦ।


    ହଁ ମୋ କଲମ ଲେଖେ ଗରୀବଘରେ ଦିନରେ ଯେବେ ସୂର୍ଯ୍ୟ ଉହୁଁଙ୍କି ଦେଖନ୍ତି ତା ଗରୀବର ଉଲଗ୍ନ ସଂସାରର ବ୍ୟସ୍ତତା; ରାତିରେ ଜହ୍ନ ଆଲୁଅ ମୁଠାଏ ଫିଙ୍ଗି ଦିଏ ତା ଅନୁଢା କୁଆଁରୀ କନ୍ୟା ଆଖିରେ ବିବାହ ବୟସ ଗଡି ଯାଉଥାଏ ଯାର ଯୌତୁକ ଦେଇ ନପାରି ତା ବାପା।

ଯୌବନ ଖସଡ଼ା ଶିଉଳିରେ ଗୋଡ଼ ଖସାଇ ବୟସ ନ ହେଉଣୁ ଘର ଛାଡ଼ି ପଳାନ୍ତି ନବାନ୍ନ ପୁର ଗାଁ ଶ୍ୟାମସୁନ୍ଦରଙ୍କ ପୁଅ ଦଶମ୍ ପଢ଼ୁଥିଲା,ବାଇଧର ଝିଅ ଯାହାର ନବମ ଶ୍ରେଣୀ।ଚର୍ଚ୍ଚା ଜୋର କି ଯୁଗ ହେଲା ଲୋ ମା।ପୁଣି ଡାକ୍ତରୀ ଏଣ୍ଟ୍ରାନ୍ସ ପାସ୍ କରି ପାରୁ ନଥିବା ପୁଅ,ବାପା ମା ଙ୍କ ଇଚ୍ଛାକୁ ସମ୍ମାନ ଦେଇ ତା ନିଜସ୍ୱ ଗୀତ ଗାଇବା ପ୍ରତିଭାକୁ ଚାପି ଦେଇ ଛାତି ତଳେ ,ଘୋଷେ ଓ କଷେ ଶୁଆ ପରି ଯେବେ ପଦାର୍ଥ ବିଜ୍ଞାନର ମୁଣ୍ଡରେ ନ ପଶି ପାରୁଥିବା ସୂତ୍ର।

   

 ଆସନ ଶାସନ,ଜୀବନ ଗଣିତର ମିଶାଣ ଫେଡାଣ ଗୁଣନ ହରଣ ଅଙ୍କ ସମାଧାନ କରେ କଲମ।ପ୍ରେମ ହୃଦୟ ତନ୍ତ୍ରୀକୁ ଚହଳାଇ ଦେଇଛିବନ୍ୟା ରେ ଭସାଇ, ପୁନ୍ୟତା ଗୋଟାଇ,ପୁଣି ପ୍ରେମ କେବେ ପାନ୍ଥ ଶାଳା ବା ମଲା ଜହ୍ନ କି ମଲା ନଈ ହୋଇ ଶୁଖିଯାଇଛି। କଲମ ଚିରିଛି କାହା ଛାତି,ମାରିଛି ଅଦିନେ କଷି ଛୁଆ ଗୁଡାଙ୍କୁ ଯାହା ଘଟୁଛି ଏବେ ସମାଜରେ।ମୃତ୍ୟୁ ଦ୍ୱାର ଦେଶରେ ବିଳାପ କରୁଥିବା ପକ୍ଷ ଘାତ ରୋଗୀ କହୁଥିବ ଆ ଧନ ମୃତ୍ୟୁ ମୋତେ କୋଳେଇ ନେ; ମୁକ୍ତି ଡେ କିନ୍ତୁ ମୃତ୍ୟୁ ଆସୁ ନଥିବ।ସେ ବିବଶତାକୁ ବି ଅପଲବ୍ଧି କରିଛି କଲମ।କେହି ତ ଅଛି ଯେ କଲମରେ ଦେଉଛି ଏତେ ତାକତ୍।ମନରେ ଖୁଂଧୁଛି

ଭାଵ।ଲେଖୁଥିବା ସମୟରେ ଚରିତ୍ର ଭିତରେ ହଜି ନିଜକୁ କଷ୍ଟ ଦେବା କେତେ ଯେ ବେଦନା ଶିକ୍ତ ତାହା କେବଳ ଜଣେ ସୁ ଲେଖା ହିଁ କହି ପାରିବ,ଅନୁଭବ କରି ପାରିବ।ମୁଁ କୌଣସି ଆୱାଡ ପାଇନି,କିନ୍ତୁ କିଛି ମଣିଷ ହୃଦୟରେ ଘର କରି ସାରିଛି।ହଁ ମୁଁ ଛାତିରେ ହାତ ଦେଇ କହି ପାରେ ଯେ ମୁଁ ଲେଖେ ତୁମ କଥା,ତାଙ୍କ କଥା,ସାରା ଦୁନିଆଁ କଥା ଏବଂ ନିଜ କଥା ବ୍ୟଥାବି।


       ଅକ୍ଷର ,ଶବ୍ଦ ,ପ୍ରକୃତି,ନିର୍ଜନତା ,ଆପଣମାନଙ୍କ ଆଖି,ମୁହଁ ଓ ଅନ୍ତର କଥା ତ ଲେଖେ।ଲେଖି ନିଜେ ପଢି ନିଜକୁ ଅବିଶ୍ୱାସ ଲାଗେ ଏଇଟା ମୁଁ ଲେଖିଛି !ତାପରେ ଖୁସି ଟୋପେ ଲାଖିଯାଏ ମୋ ମନରେ।ଏଇଥି ପାଇଁକି ଲେଖେ !ଆହୁରି ଖୁସି ଲାଗେ ଯେବେ କେହି ଗପ ବା ବହିଟିକୁ ଅନ୍ତର ସହିତ ପଢି ଠିକ୍ ନ୍ୟାୟ ଦିଏ।ଲେଖକ ସବୁବେଳେ ବୁଲୁଥାଏ ଭାବନା ରାଜ୍ୟରେ।ତା ଶରୀର ଥାଏ ଗୋଟେ ଜାଗାରେ ମନ କିନ୍ତୁ ବୁଡୁଥାଏ ଭାବନା ସମୁଦ୍ରରେ।କେବେ କେବେ ଚରିତ୍ର ଭିତରେ ଏତେ ମାତ୍ରାରେ ହଜି ଯାଏ ଯେ ହଜାଇ ଦିଏ ନିଜ ଅସ୍ତିତ୍ୱ,ଅସ୍ମିତା।ସେତିକି ବେଳେ ତା ଚାରି ପାଖେ କଣ ଘଟୁଛି ସେ ଜାଣି ପାରେନି।ଯୋଗୀ ପରି ସମାଧିସ୍ଥ ହୋଇଯାଇଥାଏ କିଛି କ୍ଷଣ।ଏମିତି ଟିପେ ଖୁସି ପାଇଁ,ନିଜକୁ ହଜାଇବା ପାଇଁ,ସମାଧିସ୍ଥ ହେବା ପାଇଁ ଏବଂ ଖାସ୍ ଆପଣ ମାନଙ୍କ ପାଇଁ ତ ମୁଁ ଲେଖେ.....



Rate this content
Log in