STORYMIRROR

Saphala Das

Children Stories Drama Horror

3  

Saphala Das

Children Stories Drama Horror

ହଜିଲା ବଳଦ ଖୋଜିଲାଠେଇଁ

ହଜିଲା ବଳଦ ଖୋଜିଲାଠେଇଁ

2 mins
443


 ଜେଜୀ ମୋର ଘରେ ଭିତରେ କେଉଁଠି କେଉଁ ଜିନିଷ ରଖେ ତାକୁ କେବଳ ଜଣା । ଏଥି ଲାଗି ଜେଜେ ପ୍ରତି କଥାରେ ଡାକ ଛାଡନ୍ତି ।ହେଇଟି କୁଆଡ଼େ ଗଲ ଅନିଆ ମାଆ ଦେଇଯାଆ । ଏକଥା ଶୁଣି ଜେଜୀ ତା ମନ ମୁଢୁ ରେ ନିର୍ଭର କରେ କେତେ ବେଳେ ଦିଏ ।କେତେ ବେଳେ ଦିପଦ ବାଣୀ ଶୁଣାଏ ।ଘରଟାକୁ କ,ଣ ମୁଣ୍ଡେଇ ଧରିଛି ।

       

  ଏମିତି କଥାରେ ବେଳେବେଳେ ଏମିତି ଜାଗାରେ ଲୁଚେଇ ରଖେ ନିଜେ ମନେ ମନେ ଖୋଜେ ।ତାକୁ ସହଯୋଗ କରିବାକୁ ଆମେ ସବୁ ତାର ହାତ ବାରିଷି ।ଆମକୁ ମିଳିଲେ ଜେଜୀ କି ବ୍ଲାକ ମେଲେ ।ପଇସା ଦେଲେ ତୋ ଜିନିଷ ଦେବୁ ।ଆଉ ଯଦି ଅଚାନକ ତା ଆଗରେ ଧରି ବୁଲିଲୁ ସଂଗେ ସଂଗେ କହେ #ହଜିଲା ବଳଦ ଖୋଜିଲା ଠେଇଁ# ସେ ଯାହା ହେଉ ଜେଜୀ ର ଏଢ଼ଗ ଭୁଲିବ କିଏ ।


 ସେହି ଢ଼ଗରୁ ଆଜି ମୋର ଗୋଟିଏ ମନ କଥା କହିବି। ଆମ ଲେଖକ ମାନଙ୍କ ର ଭାତ ହାଣ୍ଡି ଆମ କବିତା, ଗପ,ନାଟକ, ଦିନେ ନଲେଖିଲେ କି ନପଢିଲେ ଶୋଇ ହୁଏ ନି ।ତା ସହିତ ଲେଖାଟି ଦେଲେ ପତ୍ରିକା ପାଇଁ ତାପାଇଁ ମଧ୍ୟ ମନ ଉତ୍ସାହିତ ପତ୍ରିକା ରେ ବାହାରିଲାକି ନାହିଁ। ଏମିତି ରେ ଏବର୍ଷ କରୋନା ସବୁ ଯାତାୟତ ରେ ବାଧା ।


     ସେ ଯାହାହେଉ ବହୁ ଦିନ ରୁ ଗୋଟିଏ ପତ୍ରିକା ରେ ତିନୋଟି ଲେଖା ବାହାରିଛି ତିନୋଟି ସଂଖ୍ୟା ରେ ।ସମ୍ପାଦକ ଭାଇ ଫୋନରେ କହିଦେଲେ

ପତ୍ରିକା ପାଇଲ କି ନାହିଁ ।ଜଣେ ଭାଇନାଙ୍କ ହାତରେ ଦେଇଛି। ସେ ଆପଣଙ୍କୁ ଜାଣିଛନ୍ତି ।ଘରେ ଦେବେ। ମୁଁ କିନ୍ତୁ ସେ ବଡ଼ ଭାଇକି ଜାଣିଥିବି ଯଦିଓ ଦେଖିଲେ କହିବି ।ନାଆଁ ରୁ ଜାଣି ପାରୁନି ।ମନେ ମନେ ଭାଇନାକୁ ଖୋଜା କେବେ ପତ୍ରିକା ଟି ମିଳିବ।


     ଏମିତି ଆମର ଫେସବୁକ ରେ ଲେଖା ଦେବା ଭାଇ ଅପା ଡାକିବା ଅପୂର୍ବ ବନ୍ଧନ ।ସେହି ସ୍ନେଭରା ଭଲ ପାଇବା ରେ ଫୋନ ନମ୍ବର ମାଗି ଆଉଟିକେ ପରିଚିତ ହେବା ଆହୁରି ମଧୁର।  


   ବହୁତ ଦିନରୁ ସୁଲେଖିକା ମିଳାପି ସ୍ନେହି ପ୍ରଣତି ଅପାଙ୍କ ସହ କଥା ହେବାକୁ ଏତେ ମନ ହୁଏ କିନ୍ତୁ ଫୋନ ନମ୍ବର ମାଗି ପାରେନି ।କାହିଁକି କେଜାଣି ଏମିତି ଏକ ସଂଧ୍ୟାରେ ଫୋନ ନମ୍ବର ମେସେଞ୍ଜରରେ ମାଗି ପାଇଗଲି ।ବହୁତ ସମୟ କଥା ହେଲି ଏତେ ଭଲ ପାଇବା ରେ ଲାଗିଲା 

ଯେମିତି ମୋବଡ଼ ଭଉଣୀ ସହ କଥା ହୋଉଛି ।ହୃଦୟ ସ୍ପର୍ଶ କଲାପରି ନିଜର କେହି ଜଣେ ଅଲଗା ହେଇଯାଇଥିଲେ ଏତେ ଦିନେ ପାଇଛି।।


     ଏହି ଗପ ଭିତରେ ଆସିଲୁ ଲେଖା ଉପରକୁ ବିଭିନ୍ନ ଅନୁଷ୍ଠାନ କଥା ଭିତରେ ମୋର ମନେ ପଡିଲା ସେହି ପତ୍ରିକା ରେ ଲେଖା ବାହାରିଛି ଆଉ ପତ୍ରିକା ଟି ପାଇନି ଯେଉଁ ଭାଇନା ପତ୍ରିକା ଆଣିଛନ୍ତି ସେ ମୋତେ ଜାଣନ୍ତି ମୁଁ ତାଙ୍କୁ ଜାଣିନି ।କହୁ କହୁ କହିବସିଲି ସେ ପୂଜ୍ୟ ବଡ଼ ଭାଇଙ୍କ ନାଆଁ ଟି।

     ହଠାତ୍ ଫୋନରେ ହସ ର ସୁଅ । ମୁଁ ଯେଉଁ ଭାଇନା କଥା କହୁଛିସେ ଭାଇନା ପ୍ରଣତୀ ଅପାଙ୍କ ସ୍ୱାମୀ । ସଂଗେ ସଂଗେ ପାଟିରୁ ବାହାରିଗଲା ଜେଜୀ କଥା #ହଜିଲା ବଳଦ ଖୋଜିଲା ଠେଇଁ# ମନେ ମନେ ଖୋଜୁଥିବା ପତ୍ରିକା ପୂଜ୍ୟ ଭାଇନା ଏତେ ନିକଟରେ ଏତେ ଆପଣାର ।

 ଆଉ ପତ୍ରିକା ଦରକାର ନାହିଁ ।ମୋର ପ୍ରଣତୀ ଅପା ଭାଇନା ଦରକାର

ଏତେ ସ୍ନେଭରା କଥାରେ ସବୁ ପାଇଗଲି । 

   କେବଳ ଅପେକ୍ଷା ଘରେ ପହଞ୍ଚି ସାକ୍ଷାତକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍