STORYMIRROR

Akshayakumar Dash

Others

3  

Akshayakumar Dash

Others

ହିତଭୂକ

ହିତଭୂକ

2 mins
136


ରମା ବାବୁ ଜଣେ ସାମ୍ବାଦିକ। ଗୋଟିଏ ସାହିତ୍ୟ ପତ୍ରିକାର ସମ୍ପାଦକ। ଦିନେ ଆଲୋଚନା କ୍ରମେ ଜଣେ ସାହିତ୍ୟିକ ବଂଧୁ କଥା ପ୍ରସଙ୍ଗରେ ବର୍ତମାନ ସାହିତ୍ୟକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ।ସମସ୍ୟା ହେଉଛି ସାହିତ୍ୟ ଭାବ ଆଉ ସାହିତ୍ୟରେ ନାହିଁ। ଲେଖକ ଟି ନିଜକୁ ପତ୍ରିକାର ସମ୍ପାଦକ ମାନଙ୍କ କବଳରେ ।ଏପରିକି ଲେଖକ ଲେଖା ଯେତିକି ପସନ୍ଦ ତା'ଠାରୁ ଅର୍ଥ ଅଧିକ ପସନ୍ଦ ।ତେଣୁ କେତେକ ଲେଖକ ନିଜକୁ ପ୍ରଚାର ପ୍ରସାର କରିବାପାଇଁ ଅଧିକ ଅର୍ଥ ଦେଇ ତାଙ୍କ ଲେଖାଟିକୁ ପତ୍ରିକାରେ ସ୍ଥାନ ଦେବାପାଇଁ ଆଗେଇ ଆସନ୍ତି। ସମ୍ପାଦକ ମଧ୍ୟ ଅଧିକ ଅର୍ଥ ଲାଳସାରେ ଲେଖାଟିର ମାନ ନିର୍ଦ୍ଧାରଣ ନକରି ପତ୍ରିକାରେ ପ୍ରକାଶିତ କରାନ୍ତି। ବଂଧୁ ଜଣକ ଉଦାହରଣ ଛଳରେ କହିଥିଲେ।

ଜଣେ ସାଧୁ ଜଙ୍ଗଲରେ ରହି ଯୋଗ ସାଧନା କରି ନିଷ୍ଠାପର ଭାବେ ଚଳୁଥିଲେ। କେତେକ ଲୋକ ଜଙ୍ଗଲକୁ ନିଜ ଗୁଜୁରାଣ ପାଇଁ କାଠ ସଂଗ୍ରହ କରୁ କରୁ ସାଧୁଙ୍କ ଆଶ୍ରମ ରେ ପହଁଚିଲେ।ସାଧୁ ସେମାନଙ୍କ ସହିତ କଥୋପକଥନ ହୋଇ ନିଜ ପରିବାର ସହିତ ମିଳିମିଶି ଚଳିବା ପାଇଁ ଉପଦେଶ ଦେଲେ।ନିଜ ଉପାର୍ଜିତ ଧନରେ ଚଳିବାର ସହଜ ସୂତ୍ରମାନ ଆଲୋଚନା କରିଥିଲେ।ଫଳରେ ଲୋକମାନେ ସତ୍ ମାର୍ଗ ରେ ଚାଲିଲେ। ସେ ଦେଶର ରାଜା ଲୋକମାଙ୍କ ଜୀବନ ପ୍ରଣାଳୀ ସରସ ସୁନ୍ଦର ହେବା ଦେଖି କାରଣ ଜାଣି ସାଧୁଙ୍କୁ ଭେଟିଲେ ।ନିଜ ରାଜ୍ୟକୁ ସାଧୁଙ୍କୁ ଯିବାପାଇଁ ପ୍ରାଥନା କଲେ। ସାଧୁ ମନା କରିବସିଲେ ।ହେଲେ ରାଜାଙ୍କ ବିଶ୍ୱାସ କାଟି ନଦେଇ ସାଧୁ ଯିବାକୁ ସ୍ୱୀକାର କଲେ।ସାଧୁ ରାଜାଙ୍କ ସହିତ ଆସି ରାଣିହାଁସ ପୁର କୁ ଲାଗି କୋଠରୀ ରେ ରହିବାର ବ୍ୟବସ୍ଥା ରାଜା କଲେ। ପ୍ର।ତଃକୁ ସାଧୁ ସ୍ନାନାଦି ନିତ୍ୟକର୍ମ ସାରି ବାକୁ ଯାଆନ୍ତେ ଏକ ହୀରା ହାର ଦେଖି ନେବାପାଇଁ ଲୋଭାସକ୍ତା ହେଲେ।ବିବେକ ଓ ମନ ସହିତ ଯୁଧ୍ୟ ହୋଇ ଶେଷରେ ସାଧୁଙ୍କ ମନ ଜୟ ଯୁକ୍ତ ହୋଇସାଧୁ ହ।ରଟିକୁ ଚୋରୀ କରି ନେଇ ଆଶ୍ରମ ଫେରିଲେ।

ଏଣେ ହୀରାହ।ରକୁ ରାଣୀ ନପାଇ ସାଧୁ ଚୋରୀ କରିଛନ୍ତି ବୋଲି ରାଜାକୁ କହିଲେ।ରାଜା ସାଧୁଙ୍କ ନିକଟ କୁ ଆସି ସାଧୁଙ୍କୁ ଭର୍ଚ୍ଚନା ଦେଲେ। ସାଧୁ ନିଜ ଆଶ୍ରମରେ ମହାମାରୀ ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲା ଅବସ୍ଥାରେ ରାଜାକୁ ହାରଟି ଦେଇ ଦେଲେ। କହିଲେ ମୁଁ ଆପଣଙ୍କ ସହିତ ଯିବାପାଇଁ ଏଇଥି ପାଇଁ ଅମଙ୍ଗ ହୋଇଥିଲି ଯେ ସେଠିକାର ଅର୍ଣ୍ଣ ଖାଇ ମୋତେ ଚୋରୀ କରିବାର ପ୍ରବୃତ୍ତି ହେଲା। ଅର୍ଥାତ ଅର୍ଣ୍ଣ ଅନୁରୂପ ମନୁଷ୍ୟର ମନ ପରିଚାଳିତ ହୁଏ।ମତେ କ୍ଷମା କରନ୍ତୁ ମହାରାଜ ମୋର ଭୂଲ ମୁଁ ବୁଝି ପାରିଛି ଓ ଦଣ୍ଡ ମଧ୍ୟ ପାଉଛି ।

ସାହିତ୍ୟ ବଂଧୁ ଜଣକ କାହାଣୀଟି କହି ନିଜମତ ରଖି କହିଲେ, ଆମେ ସାହିତ୍ୟ ସହିତ ଜଡିତ ରହି ଆନନ୍ଦ ପାଉଛେ ସେତିକି ଆମପାଇଁ ବହୁତ ଖୁସି କିନ୍ତୁ ତାହାଯଦି ଲାଳସା ର କାରଣ ହୁଏ ତେବେ ଜଣେ ସୁସାହିତ୍ୟିକ ହୋଇପାରିବ ନାହିଁ। ଜଣେ ସୁସାହିତ୍ୟିକ କାଳଜୟୀ କାରଣ ତାର ଶ୍ରମର ମୂଲ୍ୟ କଳନା କରାଯାଇ ହେବନାହିଁ ।ଆଜି କେତେକ ବଂଧୁ ସାହିତ୍ୟକୁ ନେଇ ବ୍ୟବସାୟ କଲେଣି ତାହା ଆମ ଭାଷା ପ୍ରତି ବ୍ୟଭିଚାର ।ଏଥିରେ ସଂପାଦକ ମାନେ ମଧ୍ୟ ସଂସ୍ଳିଷ୍ଟ। ଯାହା ହିତ କର ତାହା ସମାଜକୁ ବା ବ୍ୟକ୍ତିକୁ ଶାନ୍ତି ଆନନ୍ଦ ଖୁସି ଦିଏ।


Rate this content
Log in