Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sunanda Mohanty

Others

3  

Sunanda Mohanty

Others

ହେରା ପଞ୍ଚମୀ

ହେରା ପଞ୍ଚମୀ

2 mins
23



ତିଥି ଧରି ଜନ୍ମ ହେବା, ବିବାହ କରିବା, ଗୃହ ପ୍ରତିଷ୍ଠା କରିବା ସମସ୍ତଙ୍କୁ ମିଳେ ନାହିଁ ତ ତାରିଖ ଅନୁଯାୟୀ କରାଯାଏ ପାଳନ, ଦେବତାମାନଙ୍କ କ୍ଷେତ୍ରରେ କିନ୍ତୁ ତିଥି ଅପରିହାର୍ଯ୍ୟ. 

    2020ବର୍ଷର 26ତାରିଖ, ଆଜି ଶୁକ୍ରବାର, ଆସନ୍ତା କାଲି ଶନିବାର, 27ତାରିଖ, ଏ ବର୍ଷର ନବଦିନବ୍ୟାପୀ ରଥଯାତ୍ରାର ଗୋଟିଏ ତିଥି ବାର, ତାହା ହେରାପଞ୍ଚମୀ, କିନ୍ତୁ ସେଦିନକୁ ମିଶାଇ ତା ପରଦିନ ରବିବାର. ଦୁଇ ଦିନିଆଁ ସଟଡାଉନ ତ ଭାବଗ୍ରାହୀ ବାବୁ ପନିପରିବା ସଉଦା ପତ୍ର ସହ ଘରେ ଝାଳ ନାଳ ହୋଇ ପହଂଚିବା ପରେ, ଘରଣୀ ରେଖାରାଣୀ ସେଗୁଡିକ ସବୁ ସଜାଡୁ ସଜାଡୁ ଆଳୁ କେଉଁଠି କେତେଟା ପଚା, ପିଆଜ ବି ପଚା, ତ ଗରଗର ହେଉଥିଲେ, ପୁଣି ଚିନି ଜରିରେ ଫାଟ ତ ଚିନି ଢ଼ାଳିଯାଇଛି ତ ପୁଣି କଟକଟ, ତ ଭାବଗ୍ରାହୀ ବାବୁ ଯେତେ ଭାବରେ ବୁଝେଇଲେ ବି ବୁଝୁନାହାନ୍ତି ରେଖାରାଣୀ. 

     ହସିଦେଇ ଭାବଗ୍ରାହୀ ଯେତେ କହିଲେ ହଉ ଯାହା ନଷ୍ଟ ହେଉଛି ହେଉ ମତେ ଆଗ ପାଣି ପଣା ଟିକେ ଦିଅ, ଦେଖୁନ ଦୁଇ ଦିନିଆଁ ସଟଡାଉନ ଯୋଗୁଁ ବଜ଼ାର ପ୍ରବଳ ଭିଡ, ତ କଣ ଆଉ କରିଥାନ୍ତି, ଦିଅ ଦିଅ ଲେମ୍ବୁ ପାଣି ଟିକେ ଦିଅ, ତ ପୁଣି ଚିହିଁକିଲେ ରେଖାରାଣୀ. ମାସ୍କ ନାହିଁ ମୁଁହରେ ଗାମୁଛା ବାନ୍ଧିତ ଯାହା ଯାଉଛ ସେଥିରେ ବଜାରରୁ ଫେରିକି ସାବୁନରେ ହାତ ଧୋଇବାର ନା ଗନ୍ଧ ନାହିଁ ପୁଣି ଲେମ୍ବୁ ପାଣି ମାଗୁଛ !

    ତଥାପି ଭାବଗ୍ରାହୀ କଣେଇ ହସୁଥିଲେ ଆଉ କହୁଥିଲେ ତିଥିଟା ପରା ସେଇଆ, ତମେ ସେମିତି ହିଁ ହେବ. ଜଗତ ଠାକୁରାଣୀ ଲକ୍ଷ୍ମୀମାଆ ଯୋଉଠି ରାଗ ସମ୍ଭାଳିପାରୁନାହାଁନ୍ତି, ତମେ କୁଆଡେ ପାରିବ? 

    କାଇଁ ମୁଁ କଣ କଲିକି ତମର? ପ୍ରଶ୍ନ ସହ ରେଖାରାଣୀ ଚମକି ପଡିଲେ, ସତେତ ଏହିଦିନ ପରା ଭାବଗ୍ରାହୀଙ୍କ ହାତଧରି ଏ ଘରକୁ ବୋହୁ ହୋଇକି ଆସିଥିଲେ ସେ, ଲାଜେଇ ଯାଉଥିବା ବୟସ୍କା ରେଖାରାଣୀଙ୍କୁ ଦେଖି ଭାବଗ୍ରାହୀ ସାବୁନ ଧରି ଆଗେଇ ଯାଉଥିଲେ ତ ପଛେ ପଛେ ଲେମ୍ବୁ ସର୍ବତ ହାତରେ ରେଖାରାଣୀ, ଭାବଗ୍ରାହୀ ପଛକୁ ବୁଲି ହସିକି କହୁଥିଲେ ଘରଣୀ ହେଵତ ଏମିତି ଆଉ ରେଖାରାଣୀ ଚିଡି ଚିଡି ହଉଥିଲେ" ହଁ ମ ନିଅ " କହି.


Rate this content
Log in