STORYMIRROR

shibaram dalai

Others

3  

shibaram dalai

Others

ଗରିବ

ଗରିବ

1 min
509



ଅର୍ଦ୍ଧଶିକ୍ଷିତ ଯୁବକ ରାଧୁଆ ଗାଁରୁ ସହର ଆସିଛି ଦାଦନ ଖଟିବାକୁ ।ବର୍ତ୍ତମାନ ସମାଜର ସଭ୍ୟ, ଶିକ୍ଷିତ ଏବଂ ବଡ ଲୋକ ଦେଖେଇ ହଉଥିବା ଲୋକମାନଙ୍କୁ ଦେଖି ଲାଜ କରୁଛି ସେ ।ମନେ ପଡୁଛି ତାହାର ଅତୀତ ତଥା ପିଲା ଦିନ କଥା ।


ଗରିବ ଛୋଟ ପରିବାରରେ ତାହାର ଜନ୍ମ ।ପିଲା ଦିନୁ ଭଲ ଖଣ୍ଡିଏ ପିନ୍ଧିନାହିଁ କି ଭଲ ଗଣ୍ଡେ ଖାଇନି । ରାଧୁଆ ସପ୍ତମ ଶ୍ରେଣୀରେ ପଢୁଥାଏ । ଆଗକୁ ସ୍କୁଲରେ ସରସ୍ୱତୀ ପୂଜା ।ସମସ୍ତେ ସେଦିନ ନୂଆ ପିନ୍ଧିବେ ।ସେ ବି ଖଣ୍ଡେ ନୂଆ ସାର୍ଟ ବନେଇବା ପାଇଁ ଦରଜି ପାଖକୁ ଗଲା ।ଅଭାବି ହେତୁ ରାଧୁଆ ନେଇଥିବା ପଇସା ମୁତାବକ ଦରଜି ବନେଇ ଦେଲା ଖଣ୍ଡେ ସାର୍ଟ । ବଡ଼ ଖୁସି ମନରେ ରାଧୁଆ ସାର୍ଟ ଧରି ଘରକୁ ଫେରିଲା । ସାର୍ଟ ଟି ନା ବଡ଼ ଥିଲା ନା ସମ୍ପୂର୍ଣ୍ଣ ଛୋଟ । ପୂଜା ଦିନ ସେହି ସାର୍ଟ ପିନ୍ଧି ସ୍କୁଲ ଯାଇଥିଲା ।ସ୍କୁଲ ପିଲା, ସାଙ୍ଗ ସାଥି ଅଟହାସ୍ୟ କଲେ ସାର୍ଟ କୁ ଦେଖି ।ସେହିଦିନୁ ରାଧୁଆ ସେ ସାର୍ଟ ଆଉ ପିନ୍ଧିନାହିଁ ।


ଏବେ ସେ ସହରରେ ଅଧା ଲଙ୍ଗଳା ,ଛୋଟ ଡ୍ରେସ ପିନ୍ଧା ଲୋକମାନଙ୍କୁ ଦେଖି ନିଜ ମନକୁ ପ୍ରଶ୍ନ କରୁଛି "କାହିଁ ଏମାନଙ୍କୁ ତ କେହି ଅଟ୍ଟହାସ୍ୟ କରୁନାହାନ୍ତି ,ଏମାନେ ପ୍ରକୃତରେ ନିଜର ଅଙ୍ଗ ପ୍ରଦର୍ଶନ ପାଇଁ ଏପରି ପରିଧାନ କରିଛନ୍ତି ନା ପ୍ରକୃତରେ ଏମାନେ ଆଜିବି ଗରିବ " ....?



ଶିବରାମ ଦଳେଇ

ଲେଖନପୁର ସାଲେପୁର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍