STORYMIRROR

Maitreyee Kamila

Others

2  

Maitreyee Kamila

Others

ଗଣେଶ ପୂଜା ୨୦୨୦

ଗଣେଶ ପୂଜା ୨୦୨୦

1 min
27


ଫୋଟୋ ପରେ ଫୋଟୋ ପକେଇ ଚାଲିଛନ୍ତି ଗ୍ରୁପ ରେ।ଆରେ କାଲି ମୋ ପିଇସୀ ଝିଅ ଭଉଣୀ ମୋଦକ ବନେଇ ପଠେଇଛି,ପ୍ରସାଦ ପାଇଁ।ମୋ କକା ଙ୍କ ପୁଅ ଡେକରେସନ ଏତେ ସୁନ୍ଦର କରିଛି କଣ କହିବି।ଆଜି ନୁହଁ,କାଲି ପୋଷ୍ଟ କରିବି ପୂଜା ସରିଲା ପରେ।ସରଲା ର ରଙ୍ଗୋଲି ଇସ ଏତେ ସୁନ୍ଦର । ଆଉ ସେ ଗଣେଶ ଙ୍କ ପାଖରେ ଛୋଟ ମୂଷା ଟା କେତେ କ୍ୟୁଟ ଲାଗୁଛି ।

ହେଇ ଦେଖ ମୋ ଘରେ ସବୁ କାମ ସରିବା ଉପରେ।ଏବେ ଆରତି ହେବ।ଦେଖ ତୁମେ ସବୁ ଯଦି ଅନଲାଇନ ରହିବ , ମୁଁ ସମସ୍ତଙ୍କୁ ଆରତି ଦର୍ଶନ ଦେଇ ପାରିବି।ଆଛା ଟାଇମ ଠିକ କହ। ଆମେ ସବୁ କଣ ଭଲ ଡ୍ରେସ ରେ ରହିବା ନା ଘର ପିନ୍ଧା ଡ୍ରେସ ଚଳିବ। ଆରେ ବାବା ଥୋଡି ଆମେ ସେଲ୍ଫି ନେବା ଯେ ଭଲ ଡ୍ରେସ ରେ ବସିବା। ଏ ସିମ୍ରନ ଏବର୍ଷ ର ପ୍ରସାଦ ମୋତେ କେମିତି ହଉ ଦରକାର।ମୁ କିଛି ଜାଣିନି ଲକ ଡାଉନ ,ସ ଟ ଡାଉନ। ଆଛା କହ ଆମାଜୋନ ରେ ଚଳିବ ତ। ହା.....ହା....ହା


ଏମାନେ ୨୦୨୦ ର ଗଣେଶ ଭକ୍ତ ଗଣ। ଘରୁ ବାହାରି ପାରୁ ନାହାନ୍ତି।ନିଜ ନିଜ ଗ୍ରୁପ ଚାଟିଂ ରେ ବ୍ୟସ୍ତ ରହି ସାଙ୍ଗ ମାନଙ୍କ ଠୁ ଦୂର ରେ ରହିଥିବା ଦୁଃଖ କୁ ଦୂର କରୁଛନ୍ତି। କିନ୍ତୁ ଗଣପତି ଙ୍କ ପୁଜା ସେବା ଲାଗି ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। ବାପ୍ପା ସେମାନଙ୍କ ମନ କଥା ନିଶ୍ଚୟ ବୁଝିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍