STORYMIRROR

Sunanda Mohanty

Children Stories Tragedy Inspirational

3  

Sunanda Mohanty

Children Stories Tragedy Inspirational

ଘରଚଟିଆ

ଘରଚଟିଆ

2 mins
154

   ଉପର ପଟ ଖଞ୍ଜାରେ ଥିବା ବଡ ବଡ଼ ଝରକା ସେପଟେ ଥିବା ବଳକା ସ୍ଥାନରେ ଚାଉଳ ମୁଠାଏ ଲେଖାଏଁ ଓ କପ ଟେ ପାଣି ଥୋଇଦିଅନ୍ତି ସୁଷମା, ପାଖ ବରଗଛରୁ ଓ କୋଉଠୁ କେମିତି କେଜାଣି ଖାଦ୍ୟ ର ସୁରାକ ପାଇ ଉଡିଆସନ୍ତି ଘରଚଟିଆ ଗୁଡିକ ଆଉ ଆନନ୍ଦରେ ଚାଉଳ ଟୁଁକି, ପାଣି ପିଇ ଉଡିଯାଆନ୍ତି, ପୁଣି ଜଗିଥାନ୍ତି ଆର ଦିନକୁ, ଚାଉଳ ଓ ପାଣି ଥୁଆ ହେବା ପର୍ଯ୍ୟନ୍ତ, ଚାଉଳ ଥାଉ ନଥାଉ, ସନ୍ଧ୍ୟା ପୁର୍ବରୁ ପାଣି ଟିକେ ଟିକେ ପିଇବାର ଦୃଶ୍ୟ ବଡ଼ ମନୋମୁଗ୍ଧକର. 

    ଏଵେ ସେ ଉପର ଖଞ୍ଜା ଭଡାରେ ଲାଗିବା ପରେ ସୁଷମା ଛାତ ଉପରେ ଢାଳ ରେ ପାଣି ଭରି ରଖନ୍ତି, ବାଲଟି ରେ ମଧ୍ୟ ପାଣି ରଖନ୍ତି, କିନ୍ତୁ ମାଙ୍କଡ଼ମାନେ ପାଣି ପିଇବା ବେଳେ ଗଡ଼ାଇ ପକାନ୍ତି ଢାଳ ଆଉ ଅଜାଡି ପକାନ୍ତି ବାଲତିରେ ଥିବା ଅବଶିଷ୍ଟ ଜଳ 

   ସୁଷମାଙ୍କର ଅଭ୍ୟାସ ଚାରିଟା ପରେ ଛାତ ଉପରକୁ ଯିବା, କିଛି କିଛି ଫୁଲ ଗଛରେ ପାଣିଦେବା, ବାଲଟି ଢ଼ାଳରେ ପୁଣି ପାଣି ଭରିବା, ହେଲେ ଚଢେଇ ଗୁଡା ଉଡିଯାଆନ୍ତି, ନିରୋଳଥିଲେ ଯେମିତି ଆସନ୍ତି ମଣିଷ ଦେଖିଲେ କିଚିରି ମିଚିରି ହୁଅନ୍ତି ସିନା ପାଣି ପିଇବାକୁ ବୋଧେ ଡରିଯାନ୍ତି, ସହଜେ ଢାଳ ତଳକୁ ପାଣି ଚାଲିଯାଇଥିଲେ ସେମାନେ କାଳେ ପିଇ ପାରିବେ ନାହିଁ ଭାବି ଥରକୁ ଥର ଢାଳ ଭରି ରଖନ୍ତି ସୁଷମା 

  ସେଦିନ ଛାତ ଉପରେ ଥିବା ସମୟରେ ଆସିଗଲେ ଚଢ଼େଇଗୁଡ଼ା, ଦୁରେଇ ଗଲେ ସୁଷମା, ଢାଳ ଚାରିପଟେ କିଚିରି ମିଚିରି ହେଲେ, ପାଣି ପିଇ ପାରିଲେନି, ଢାଳ ରେ ପାଣି ଭରିବାକୁ ଆଗେଇଗଲେ ସୁଷମା ତ ଉଡିଗଲେ ଉପର ଛାତର ଟାଙ୍କି ପାଖକୁ, ପାଣି ପାଇଁ କିଚିରି ମିଚିରି ହେଉଥିଲେ ତ ଛାତ ରୁ ଓଲ୍ହେଇଗଲେ ସୁଷମା, ସେ ଯିବାପରେ ଚଢ଼େଇଗୁଡ଼ା ନିହାତି ପାଣି ପିଇ ପାରିବେ ଭାବି l

  ସକାଳୁ ସକାଳୁ ଛାତକୁ ଯାଇ ଚଉରା ମୂଳେ ପାଣି ଦେଲାବେଳେ ସୁଷମା ଲାକ୍ଷ କଲେ ଶହ ଶହ ଘର ଚଟିଆ ଉପର ଛାତ ର ପାଣିଟାଙ୍କି ପାଖେ କିଚିରି ମିଚିରି ହେଉଛନ୍ତି, ଏଡ଼େ ସକାଳୁ ପାଣି ପିଇବା ପାଇଁ ଚଢ଼େଇଗୁଡ଼ା ଏମିତି ହେଉଛନ୍ତି କି? ତ ତାଙ୍କୁ ଦେଖି ବି ଉଡି ଯାଉନାହାନ୍ତି, ସବା ଉପର ଛାତ କୁ ଯିବା ପାଇଁ ଶିଡ଼ି ନାହିଁ ତଥାପି କଳେ ବଳେ ଛାତରେ ଚଢି ସୁଷମା ଯାହା ଦେଖିଲେ ମରିପଡିଛି ଘର ଚଟିଆ ଟିଏ, ଆଉ ତା ଶବ ପାଖେ ଶହ ଶହ ଘରଚଟିଆ, ମନସ୍ତାପ ରେ ସେହିଦିନୁ ଚାରିଟା ବେଳେ ଆଉ ଛାତ କୁ ଯାଆନ୍ତି ନାହିଁ ସୁଷମା, ସକାଳେ ଢାଳ ପୂର୍ଣ୍ଣ କରି ରଖିଦେଇଥାନ୍ତି ପାଣି. 



Rate this content
Log in