STORYMIRROR

Aravinda Das

Others

4  

Aravinda Das

Others

ଘୋଡା ମଦୁଆଙ୍କ ଦକ୍ଷତା ବିକାଶ

ଘୋଡା ମଦୁଆଙ୍କ ଦକ୍ଷତା ବିକାଶ

2 mins
495



ସରକାରଙ୍କ ତରଫରୁ ଆୟୋଜିତ ହେଇଥିବା ନୂଆ କାର୍ଯ୍ୟକ୍ରମ ,କୌତୁହଳ ସୃଷ୍ଟି କରିଥିଲା ଜନସାଧାରଣଙ୍କ ମନରେ।

  "ଦକ୍ଷତା ବିକାଶ " କାର୍ଯ୍ୟଶାଳା।

  " କି ମିଟିଙ୍ଗ ହେବ କି'ରେ ?ସଜାସଜି ତ ଧୁମ୍ ହୋଇଛି।ଖାଇବା,ପିଇବା ବ୍ୟବସ୍ଥା ଅଛି ତ ? ସବୁ ନେତାଙ୍କ ଫଟ ତ ମରା ହୋଇଛି।ଆମକୁ କେତେ କଣ ମିଳିବ?ମଦ ବୋତଲ ଅଛି ତ

?"

  ଗାଁ'ର ବୃଦ୍ଧ ଚାଷୀ, ନବଘନ ଙ୍କ କଥା ଶୁଣି ହସି ପକାଇଲା କୁଜି ନେତା ବାବୁଲାଲ।

 "ମିଟିଙ୍ଗ ନୁହେଁ ଦାଦା, ଟ୍ରେନିଙ୍ଗ ଦିଆଯିବ ନୂଆ ପିଢ଼ିର ଯୁବକମାନଙ୍କୁ ।ସେମାନଙ୍କ ଜ୍ଞାନ ,କାର୍ଯ୍ୟ କୌଶଳ ,ପଢିଥିବା ପାଠ ଓ ଆଗରୁ ନେଇଥିବା ତାଲିମକୁ ଆହୁରି ଶାଣିତ କରିବେ ସରକାର।ସମସ୍ତଙ୍କ ଦକ୍ଷତା ବିକାଶ କରିବା ସରକାରଙ୍କ ଲକ୍ଷ୍ୟ।।ଭବିଷ୍ୟତରେ ଏହା ଦ୍ବାରା ଭଲ ଚାକିରୀ,ଭଲ ଦରମା ମିଳିବ ସେମାନଙ୍କୁ।ନିଜର ବ୍ୟବସାୟ ବି ଆରମ୍ଭ କରିପାରିବେ। ବଡ଼ଲୋକ ବନିଯିବେ ସମସ୍ତେ।"

  ଟିକେ ଅବୁଝା ହେଲାଭଳି ପାଖରେ ଠିଆ ହୋଇଥିବା ନଟ ଜେଜେ ପଚାରିଲେ,"ତା ମାନେ ଆଜିଯାଏଁ କଲେଜରେ କଣ ପଢା ହେଉଥିଲା ? ଦୁଇ ଦିନରେ ସମସ୍ତଙ୍କ ଦକ୍ଷତା ବଢିଯିବ !ଏସବୁ ଭେଳିକି, ଆଗାମୀ ନିର୍ବାଚନ ପାଇଁ ନୁହେଁ ତ ?"

   ମୁହଁକୁ ଆମ୍ବିଳା କରି ଚାଲିଗଲା ବାବୁଲାଲ।ପାଖରେ ଠିଆ ହୋଇଥିବା ଟୋକା ପଞ୍ଝାକ କହିଲେ,"ଜଲଦି ମିଟିଙ୍ଗ ,ଟ୍ରେନିଙ୍ଗ ସାରି ଆମକୁ ବୋତଲ ଦିଅ।ନହେଲେ ଟଙ୍କା।"

ନବଘନ କିଛି ଚିନ୍ତାରେ ବୁଡିଗଲେ।

   କାର୍ଯ୍ୟଶାଳା ଉଦଯାପିତ ହେବା ସନ୍ଧ୍ୟାରେ ଭାଷାଣବାଜି ଚାଲିଥିଲା ମନ୍ତ୍ରୀମାନଙ୍କ'ର।ଭିଡ଼ ଭିତରୁ ନବଘନ କହିଉଠିଲେ, "ମୁଁ କିଛି କହିବାକୁ ଚାହେଁ ସାର୍।"

 ସୁରକ୍ଷା କର୍ମୀ ଓ ରାଜନୈତିକ କର୍ମକର୍ତ୍ତା ମାନେ ଯଦିଓ ବାଧା ଦେଉଥିଲେ, ତଥାପି ମନ୍ତ୍ରୀ ଡାକିନେଲେ ପେଣ୍ଡାଲ ଉପରକୁ ନବଘନଙ୍କୁ।

 "କୁହ କଣ କହିବ।ନୂତନ ପିଢ଼ି ର ଦକ୍ଷତା ବିକାଶ ପାଇଁ ଆପଣ ଖୁସି ତ ?"

 ଗାମୁଛାରେ ମୁହଁ ର ଝାଳକୁ ପୋଛି ନବ ମାଇକ କୁ ପାଖକୁ ଆଣି ବଡ଼ ପାଟିରେ କହିଲା, "ମୁଁ କୌଣସି ରାଜନୈତିକ ଦଳର ଲୋକ ନୁହେଁ।ଜଣେ ସାଧାରଣ ଜନତା। ଆମ ପିଲାମାନେ ଚାଷବାଷ ଛାଡି ଦେଲେଣି।ଟଙ୍କିକିଆ ହେଉ କି ମାଗଣା ସରକାରୀ ଚାଉଳ ଯୋଗୁଁ ଲୋକେ ଅଳସୁଆ ହୋଇଗଲେଣି।ବିଲରେ କାମ ପାଇଁ ଲୋକ ମିଳୁନାହାନ୍ତି।ଚାଷ ପାଇଁ ପିଲାଙ୍କୁ ଟ୍ରେନିଙ୍ଗ ଦିଆଯାଉନି କାହିଁକି ?କିନ୍ତୁ ଆପଣମାନେ ସଭା,ରାଲି କଲେ ଆମ ପିଲାଙ୍କୁ ଟଙ୍କା ,ଗାଡ଼ି ପାଇଁ ପେଟ୍ରୋଲ,ବିରିଆନି,ମଦ ବି ମିଳୁଛି।ସମସ୍ତେ ଧାଉଁଛନ୍ତି।ମୁଁ ବି ଯାଇଛି,ବିଭିନ୍ନ ଦଳର ଝଣ୍ଡା ଧରି ରାଜଧାନୀକୁ।ପାଠ ପଢୁଆ, ଅପାଠୁଆ ସମସ୍ତେ ଏଥିରେ ଭୋଳ।ଗାଁ ଗାଁ ରେ ମଦ ଦୋକାନ।ପିଲା ବୁଢ଼ା ସବୁ ଘୋଡା ମଦୁଆ ବନିଗଲେଣି। ଏତେ ବର୍ଷ ହେଲାଣି କାହାର ବିକାଶ ହୋଇଛି କହିପାରିବେ ସାର ? କେବଳ ବିକାଶ ହୋଇଛି ଗୋଟାଏ ପ୍ରକାର ଲୋକଙ୍କର ଓ ସେମାନଙ୍କ ପରିବାର ଲୋକଙ୍କର।ଅତି ଅଳ୍ପଦିନରେକୋଠା,ଦାମୀଗାଡ଼ି,ବ୍ୟାାଙ୍କବାଲନ୍ସ।

ଟିକିଏ ନିଶ୍ବାସ ନେଲା ନବ।ପୁଣି କହିଲା,"ସତରେ ଯଦି ଦକ୍ଷତା ବିକାଶ ଚାହୁଁଛନ୍ତି ତେବେ ,ଆମ ପିଲାଙ୍କୁ ଆପଣଙ୍କ ଭଳି ଗୋଟାଏ ଗୋଟାଏ ମନ୍ତ୍ରୀ/ନେତା ବନାଇ ଦିଅନ୍ତୁ।ରାଜ୍ୟରେ ନହେଲେ କେନ୍ଦ୍ରରେ।ମଦ ଅଭ୍ୟାସ ଛଡାଇ ଦିଅନ୍ତୁ।ବିକାଶ ଆମ ପିଲାଙ୍କର ହେବେ ଓ ଆପଣଙ୍କ ଦକ୍ଷତା ଜଣାପଡିବ।ପାରିବେ !!"


(ଅରବିନ୍ଦ ଦାସ)



Rate this content
Log in