Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ashok Moharana

Children Stories Children

3.9  

Ashok Moharana

Children Stories Children

ଗଛ ମୋ ଭାଇ

ଗଛ ମୋ ଭାଇ

2 mins
27


ସକାକୁ ରୁନି ରାହା ଧରି କାନ୍ଦୁଛି ରାକ୍ଷୀ ବାନ୍ଧିବ। ନା....କିଛି ଖାଇବନି.... ଏକା ଜିଦ ମୋତେ ଭାଇଟେ ଆଣିଦେ ରାକ୍ଷୀ ବାନ୍ଧିବୀ। ବାପା କହି କହି ଥକି ରହିଲେ ଜିଦ ଛାଡିବାର ନାଁ ଧରୁନି।କିଛି ବୁଝିବାକୁ ବି ନାରାଜ ମୋତେ ଭାଇଟେ ଆଣିଦିଅ ରାକ୍ଷୀ ବାନ୍ଧିବୀ।

ଭାଇ କଣ ଗୋଟେ ଗଛର ଫଳ ଯେ ତୋଳି ଆଣିବି । କେମିତି ଅବୁଝା ଝିଅଟା କେଜାଣି।ରୂପଶ୍ରୀ କହିଲେ, ଦେଖ ମାଆ.... ଅବୁଝା ହୁଅନି ସମସ୍ତଙ୍କର କଣ ଭାଇ ଅଛନ୍ତି ସମସ୍ତେ କଣ ରାକ୍ଷୀ ବାନ୍ଧୁଛନ୍ତି।ଏ ମାଆ ଯା ଦିଟା କଣ ଖାଇଦେବୁ ।

-ନା ନା ମୋର ଭାଇ ଦରକାର...

-ଯା ସାନୁ ଭାଇ ହାତରେ ବାନ୍ଧି ଦେବୁ।

-ସେ କଣ ମୋ ଭାଇକି, ସେ ପରା ଲିପ୍ସା ର ଭାଇ.... ଅନି ଆଣ୍ଟିଙ୍କ ପୁଅ, ତା ଭାଇ ହାତରେ ରାକ୍ଷୀ ମୁଁ ବାନ୍ଧିବିନି।

-କଣ ହେଲା ସେଠୁ ସେ ତ ଜଣେ ଭାଇ ନା....

-ଭାଇ ନା ଛେନା.... ବୁଝିଲ ମାମା ଏଡୁ ଟାଏ ହେଲୁଣି ତୋ ମୁଣ୍ଡରେ ବୁଦ୍ଧି ଶୁଦ୍ଧି କିଛି ନାହିଁ।ଜାଣିନୁ କାହା ହାତରେ ରାକ୍ଷୀ ବନ୍ଧାଯାଏ।ରାକ୍ଷୀ ହେଉଛି ସୁରକ୍ଷା କବଚ,ସ୍ନେହ ଶ୍ରଦ୍ଧାର ପ୍ରତୀକ ।

ଆଲୋ ମାଆ ତୁମେ ଜାଣିନ କି ମାଆ ଲକ୍ଷ୍ମୀ ଶ୍ରାବଣ ପୂର୍ଣ୍ଣିମା ଦିନ ରାବଣ ରାଜା ବଳି ହାତରେ ରାକ୍ଷୀ ବାନ୍ଧିଥିଲେ।ସେହିପରି ଚିତ୍ତୋରର ରାଣୀ କର୍ଣ୍ଣବତୀ ହୁମାୟୁନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ତାଙ୍କ ସୁରକ୍ଷା ପାଇଁ ଆଉ ତୁ କହୁଛୁ ୟା ତା ହାତରେ ରାକ୍ଷୀ ବାନ୍ଧିଦେ।

ମୋର ଭାଇ ଦରକାର ଭାଇ।

ରୂପଶ୍ରୀ ଚିନ୍ତାରେ ପଡିଗଲେ କଣ କରିବେ ଅବୁଝା ଝିଅଟା ।ଯୁଗ ଯାହା ହେଲାଣି ଗୋଟେ ଛୁଆକୁ ମଣିଷ କରିବା କଷ୍ଟ।ସମସ୍ତେ ଗୋଟେ ପୁଅ କି ଝିଅରେ ସନ୍ତୁଷ୍ଟ ଆଉ ଭାଇଟେ କୋଉଠୁ ଆଣିବି। ଏଇ କଥା କହିଲି ବୋଲି ସୁବ୍ରତ ମାସେ ଯାଏ କଥା ହେଲେନି... ତାର କଣ ପୁଅଟିଏ ପାଇଁ ଇଚ୍ଛା ନାହିଁ.... ନିଜ ମନକୁ ବୁଝେଇ ଦେଇଛି ସେ।

ରୂପଶ୍ରୀ ଝିଅକୁ ପାଖକୁ ଡାକିଲେ, ଦେଖ ମାମା ମୋ ସୁନା ଗେହ୍ଲାଟା ସମସ୍ତେ କଣ ରାକ୍ଷୀ ବାନ୍ଧୁଛନ୍ତି।

ତୁ ଯାଆ ମାମା.... ଆମ ଦିଅଁଙ୍କୁ ରାକ୍ଷୀ ବାନ୍ଧି ଦେବୁ ।

-ନା ମାମା ସେ କଣ ମିଠା ଖାଇବେ ନା କଥା କହିବେ।

କଣ କରିବେ ରୂପଶ୍ରୀ....ଝିଅଟା ଏମିତି ଅବୁଝା ହୋଇଯାଇଛି.... ନା କିଛି କହିହେଉଛି।

ଗୋଟେ ଥାଳିରେ ସକାଳୁ ରାକ୍ଷୀ, ଫୁଲ, ଦୁବ,ଧୂପ,ଦୀପ ସଜାଡି ରଖିଛି....ଭାଇ ନାହିଁ ବୋଲି ମନ ଉଣା କରି ବସିଛି।

ରାନି କିଛି ସମୟ ଘର ବାହାର ବୁଲି ବୁଲି କଣ ଗୋଟେ ଖୋଜିବା ଭଳି ଲାଗିଲା.... ଝିଅ କଣ କରୁଛି ସେ କିଛି ବୁଝିପାରୁନଥିଲା।

ମାମା... ଏ ମାମା ଏଠିକି ଆସିଲ.... ମୁଁ ଏଇ ଅଁଳା ଗଛକୁ ଭାଇ କରିବି....ତାକୁ ରଖି ବାନ୍ଧିବି।

ଆରେ ଗଛରେ କିଏ କଣ ରାକ୍ଷୀ ବାନ୍ଧେ ଭାଇ ହାତରେ ସିନା ବାନ୍ଧନ୍ତି।

-ହଁ ଏଇ ଗଛ ମୋ ଭାଇ ତାରି ସହ ତ ସବୁଦିନ ଖେଳୁଛି.... ତାରି ମୂଳରେ ମିଛି ମିଛିକା ପୂଜା କରୁଛି।ଆଜି ସତରେ ପୂଜା କରିବି କହିଲା ରୁନି।

କଣ ପାଇଁ ଏମିତି ଅଝଟ ହେଉଛୁ.... କହିଲୁ।

ନା ମାମା.... ଗଛ ଫୁଲ ଦେଉଛି, ଫଳ ଦେଉଛି,ଛାଇ ଦେଉଛି ଆଉ ଆମକୁ ଅମ୍ଳଜାନ ପ୍ରଦାନ କରିବା ସହ ଅଙ୍ଗରକାମ୍ଳ ବାଷ୍ପକୁ ଗ୍ରହଣ କରି ପରିବେଶ କୁ ସନ୍ତୁଳନ ରଖୁଛି ତ ସେ ମୋର ହେବ ଭାଇ।

ରୂପଶ୍ରୀ ଦେଖୁଥିଲେ ଗୋଟେ ଦିତୀୟ ଶ୍ରେଣୀ ପିଲାର ବୁଦ୍ଧିକୁ ! ଗଛରେ ଚନ୍ଦନ, ସିନ୍ଦୁର ଲଗାଇ ଧୂପ ଦୀପ ଦେଇ ପୂଜା କରି ରାକ୍ଷୀ ବାନ୍ଧିଦେଲା ଡାଳରେ, ଏକଥା ଦେଖି ରୂପଶ୍ରୀ ଙ୍କ ଆଖିରେ ଲୁହ ଆସିଗଲା ତ ରିନୁକୁ କୁଣ୍ଢେଇ ପକାଇ ଗେଲ କରିପକେଇଲେ ଆଉ କହିଲେ ମୋ ମାମା ପରି କିଏ....ହେବ !



Rate this content
Log in